Categories
media

ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ରୁ ବିଧାୟିକା ପ୍ରାର୍ଥୀ ହେବେ ତଃ ଗାୟତ୍ରୀ ବାଳା ପଣ୍ତା। !!!


ଚିଲିକା ନିର୍ବାଚନ ମଣ୍ଡଳୀ ରେ ବର୍ତମାନ ର ବିଜୁ ଜନତା   ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସର୍ବୋଚ୍ଚ ନ୍ୟାୟାଳୟ ର କଟକଣା ଯୋଗୁଁ ବର୍ଷେ ହେବ କୋୖଣସି ସଭା ସମିତି ରେ ଯୋଗ ନ ଦେଵା ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁ ଙ୍କ ମଧ୍ୟରେ କଥା କଟାକଟି କାହାରିକୁ ଅଛପା ନାହିଁ ।ଏଠାରେ ଏକ ପ୍ରକାର ରାଜନୈତିକ ଅସ୍ଥିରତା ଦେଖାଦେଇଛି।ଏହାସତ୍ତ୍ୱେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହାଶୟଙ୍କ ଅନୁପସ୍ଥିତି କୁ କିଛି ମାତ୍ରାରେ ଲାଘବ କରିଛି। ମାତ୍ର ୨୦୨୪ ନିର୍ବାଚନ ରେ ବିଜୁ ଜନତା ଦଳ କାହାକୁ ଏଠାରେ ବିଧାୟକ ପ୍ରାର୍ଥୀ କରିଵ ଏହା କଲ୍ପନା ଜଳ୍ପନା ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ବେଳେ ବିଜୁ ଜନତା ଦଳ ତାହାର ମାଷ୍ଟର ଷ୍ଟ୍ରୋକ ଖେଳି ଆସିଛି କହିବାର ତାପ୍ତର୍ଯ୍ୟ ହେଲା ଶେଷ ପର୍ଯ୍ୟନ୍ତ ଧରା ପଡେନି ଏଠାରେ କାହାକୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଵ।

ଏହି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଵହୁ ଆଶାୟୀ ଆଶା ବାନ୍ଧିଛନ୍ତି ସେ ମଧ୍ୟ ରେ ବର୍ତମାନ ର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ନାମ ମଧ୍ୟ ଅଛି କାରଣ ଦଳର ସେ ଜଣେ  ରେସ୍ ର ଘୋଡ଼ା ଏବଂ ଜିତୁ ଥିବା ପ୍ରାର୍ଥୀ କାରଣ ଖୁବ କମ୍ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀ କୁ ଆସି ସ୍ୱଳ୍ପ ସମୟ ବ୍ୟବଧାନରେ ଗତ ନିର୍ବାଚନରେ ଜିତିଥିଲେଏଵଂ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ଲଢି ଥିଲେ। ଏହାକୁ କେବେ ବିଜୁ ଜନତା ଦଳ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ ମଧ୍ୟ ଜନ ଅସନ୍ତୋଷ କୁ ଆଖି ଆଗରେ ରଖି ଅନ୍ୟତ୍ର ଦେବ। ଆଶାୟୀ ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପ୍ରଶାନ୍ତ ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ,,ଉତ୍ପଳ ପାଇକରାୟ, ଏବଂ ବର୍ତମାନ ର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଏବଂ ପାରିକୂଦ ରାଜା ସନ୍ତୋଷ ରାୟ ଦେଵ ସମସ୍ତେ ନିଜ ନିଜ ତରିକାରେ ଲବି ଚଳାଇଛନ୍ତି ମାତ୍ର ଜଣେ ଅଣ ରାଜନୈତିକ ବ୍ୟକ୍ତି ବିଶେଷ ଯିଏକି ସାମ୍ବାଦିକତା କରନ୍ତି ଏବଂ କଵିତା ଲିଖନରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା ଯିଏକି ବିଜୁ ଜନତା ଦଳର ବର୍ତମାନ ର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କ ଧର୍ମ ପତ୍ନୀ ଶୁଣିବାକୁ ମିଳୁଛି କୁଆଡେ ବିଜୁ ଜନତା ଦଳ ରେ ମାନସ ମଙ୍ଗରାଜ ଙ୍କ ଦଵଦଵା ଜୋର ସେ ନିଜ ଧର୍ମ ପତ୍ନୀ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡାଙ୍କ ପାଇଁ ଲବି କରିପାରନ୍ତି।

Categories
media

ମହା ଶିବରାତ୍ରୀ


ବାଵା ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେଵ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ପ୍ରସିଦ୍ଧ ଏବଂ ଇଷ୍ଟ ଦେବତା ଅଟନ୍ତି ଏଠାରେ ଆଜିର ଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ। ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାଡି ବାନ୍ଧି ଦର୍ଶନ କରିବା ଦେଖିବାକୁ ମିଳିଥାଏ। ଦିନରେ ଶ୍ରଦ୍ଧଳୁ ମାନେ ମହାଦେବ ଙ୍କ ଦର୍ଶନ ସାରି କିଛି ପାଦୁକ ସେବନ କରି ସନ୍ଧ୍ୟାରେ ଉମା ମହେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦ୍ୱିପ ପ୍ରଜ୍ବଳନ କରିଥାନ୍ତି।ବାବା ଉମା ମହେଶ୍ୱର ଏହିଦିନ କେତକୀ ଫୂଲ ରେ ସଜାଇ ହୋଇ ମନ୍ଦିର ଭିତରୁ ସମସ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ରାତ୍ରି ରେ ମନ୍ଦିର ର ଚାରି ପାର୍ଶ୍ୱ ପରିକ୍ରମଣ କରିଥାନ୍ତି ଏହାକୁ ବେଢ଼ା ପରିକ୍ରମା କୁହାଯାଏ । ଏହାଦ୍ବାରା ଭକ୍ତ ଙ୍କ ମନରେ ଭକ୍ତିଭାବ  ଦ୍ୱିଗୁଣିତ ହୋଇଥାଏ। ରାତ୍ରି ର ମଧ୍ୟ ପ୍ରହରରେ ମହାଦୀପ ମନ୍ଦିର ର ଶିଖା ରେ ପ୍ରଜ୍ବଳନ କରିଥାନ୍ତି ପୂଜାରି ।ଏହା ପରଦିନ ସମସ୍ତ ଭକ୍ତ ସ୍ନାନ ଆଦି କର୍ମ ସାରି ମହାଦେବ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ ଙ୍କ ଦର୍ଶନ କରି ଜାଗର ବ୍ରତ ସମାପନ କରିଥାନ୍ତି।

ମହା ଶିବରାତ୍ରୀ ପର୍ବ ବା ଜାଗର ବ୍ରତ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରେ ପାଳନ କରାଯାଏ। ଏ ବର୍ଷ ଏହା ଆଜି ୧୮ଫେବୃୟାରୀ ରେ ଘଟିଛି ମହା ଶିବରାତ୍ରୀ ବ୍ରତ ପାଳନ ଶିବ ଭକ୍ତ ମାନଙ୍କ ମନରେ ଅତି ଆନନ୍ଦର ଦିନ ।ଆମ ହିନ୍ଦୁ ଧର୍ମର ସବୁ ଦେବା ଦେବୀ ଙ୍କ ବ୍ରତ ବା ଉପବାସ ସମସ୍ତେ ଦିନରେ ପାଳନ କରନ୍ତି କିନ୍ତୁ ମହା ଯୋଗେଶ୍ଵର ଅବିନାଶୀ ନସ୍ୱର ପରମାତ୍ମା ଶିବଲିଙ୍ଗ ସୂରୁପ ଜ୍ୱତୀ୍ରମୟ ଶିବ ଙ୍କ ଜାଗର ବ୍ରତ ରାତ୍ରି ସମୟ ଅନିଦ୍ରା ରହି ପାଳନ କରନ୍ତି।ॐ କାର ଶିବ ଭଗବାନ ଙ୍କୁ  ସମସ୍ତେ ତମଗୁଣ ର ଅଧିଷ୍ଟାତା ଭାବରେ ଜାଣନ୍ତି ଵାସ୍ତବରେ ଶିବ ଭଗବାନ ତମଗୁଣ ର ସଂହାରକ ଅଟନ୍ତି। ଜ୍ୱତୀ ସ୍ୱରୂପ ପରମପିତା ପରମାତ୍ମା ତ ନସ୍ୱର ସେ ପୁଣି କେମିତି ସଂହାର କରିବେ ଶିବ ଭଗବାନ ବ୍ରହ୍ମା ଙ୍କ ଶରୀର ରେ ପ୍ରବେଶ କରି ନୁତନ ସର୍ଜନା କରିଥାନ୍ତି ଏବଂ ଶଂଙ୍କର ଙ୍କ ଦ୍ଵାରା କଳିଯୁଗର ରୂପି ରାତ୍ରି ର ବିନାଶ କରିଥାନ୍ତି ଏବଂ ବ୍ରହ୍ମା ଙ୍କ ମୁଖ ରେ ଜ୍ଞାନ ଗଙ୍ଗା ପ୍ରବାହିତ କରନ୍ତି ସେଥିଲାଗି ତ ତାଙ୍କୁ ଗଙ୍ଗାଧର କୁହାଯାଏ।ଫାଲଗୁନ ମାସ ବର୍ଷ ର ଶେଷ ମାସ ଅଟେ। ରାତ୍ରି ପୁଣି ଚତୁର୍ଦ୍ଦଶୀ ଅର୍ଥାତ ଅମାବାସ୍ୟା ର ଗୋଟେ ଦିନ ପୂର୍ବରୁ ଶିବ ଭଗବାନ ମା ଅମ୍ବା ଙ୍କ ସହ ବ୍ରହ୍ମା ଙ୍କ ଦ୍ଵାରା ସମସ୍ତ ଜିଵ ଜଗତର ନୁତନ ସର୍ଜନା କରିଥାନ୍ତି।ଏହି ରାତ୍ରି ରେ ଖାଦ୍ୟ ଓ ପାନୀୟ ର ତ୍ୟାଗ କରିଥାନ୍ତି। ପ୍ରକୃତରେ ଲୋଭ,ମୋହ,ମଦିରା, ମାଂସ   ଏବଂ ରାତି ଜାଗରଣ ଅର୍ଥାତ ଅନିଦ୍ରା ଓ ଆଳସ୍ୟ ର ତ୍ୟାଗ କରିବା ଦରକାର ।

ଅନ୍ୟ ମତରେ ଆଜିର ଦିନରେ ଶିବ ଏବଂ ମା ପାର୍ବତୀଙ୍କର ବିବାହ ଉତ୍ସବ କୁ ପାଳନ କରିଥାନ୍ତି। ଅନ୍ୟ କେହି କେହି ମଧ୍ୟ କୁହନ୍ତି ଆଜିର ଦିନରେ ନିଳକଣ୍ଠ ପ୍ରଭୁ ସମୂଦ୍ର ମନ୍ଥନ ରୁ ନିର୍ଗତ ହଳାହଳ ବିଷ କୁ ଦେଵାଧି ଦେବ ମହାଦେବ ବିଶ୍ଵ ର କଲ୍ୟାଣ ନିମନ୍ତେ ପାନ କରିଥିଲେ। ତାଙ୍କରି ସୂରକ୍ଷା ର ଚିନ୍ତା ରେ ସମସ୍ତ ଶିଵଗଣ ରାତ୍ରି ଉଜାଗର ରହିଥିଲେ।ତେଣୁ ସମସ୍ତ ଶିବଭକ୍ତ ଯେହେତୁ ଶିଵଗଣ ସଦୃଶ ତେଣୁ ରାତି ଜାଗରଣ ରହି ଜାଗର ବ୍ରତ ପାଳନ କରନ୍ତି। ଜାଗର ବ୍ରତ ଆଜୀ ପୁରା ଦିନ ଏବଂ ରାତି ଶେଷ କରିବା ବା ଉଜାପନା କରିବାର ଶୁଭ ମୂହୁର୍ତ୍ତ/ ୧୯ଫେଵୃୟାରୀ ଅର୍ଥାତ କାଲି ସକାଳ ୬ଘଣ୍ଟିକା ୫୭ ମିନିଟ ଠାରୁ ଦ୍ୱିପ୍ରହର ୩ଘଣ୍ଟିକା ମଧ୍ୟରେ ବ୍ରତ ଶେଷ କରି ପାରିବେ ‌।

।‌ଯଦି ଆମ ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗିଲା ଗୋଟିଏ Like ବା Share କରନ୍ତୁ ଆପଣଙ୍କ ଭଲ ପାଇବା ଆମକୁ ଏହିଭଳି ଆଗକୁ ପୋଷ୍ଟ ପାଇଁ ପ୍ରେରଣା ଦେବ ଧନ୍ୟବାଦ

Categories
media

ସମର୍ପଣ ସେବା ସଂସ୍ଥାନ ର କମଳ ବଣ୍ଟନ କାର୍ଯ୍ୟକ୍ରମ


ବାଲୁଗାଁ ଖବର Tv ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ଵାଗତ। ଶନିବାର ସନ୍ଧ୍ୟାରେ ସମର୍ପଣ ସେବା ସଂସ୍ଥାନ ତରଫରୁ ବାଲୁଗାଁ ଉମା ମହେଶ୍ୱର ସ୍ଥିତ ପଡିଆରେ ଆଶ୍ରୟ ନେଇଥିବା କିଛି ଦରିଦ୍ର ନାରାୟଣଙ୍କୁ ଶୀତ ଦିନେ ବ୍ୟବହୃତ ହେଉଥିବା କମଳ ସହ ପାଉଁରୁଟି ଓ ବିସ୍କୁଟ ବଣ୍ଟନ କରିଛନ୍ତି ଶ୍ରୀମତୀ ସ୍ଵପ୍ନା ବଡ଼ଜେନା ଓ ସମର୍ପଣ ସେବା ସଂସ୍ଥାନ ର ସଦସ୍ୟ ଯଥା କାହ୍ନୁ ଚରଣ ପଲାଇ,ରୂନୁ ବେହେରା, କଲ୍ୟାଣୀ ସାହୁ, ପବିତ୍ର ପ୍ରଧାନ,ଚୟନିକା ମିଶ୍ର, ମଧୁସ୍ମିତା ପାତ୍ର,ସୁମନ୍ତ ସାହୁ,ସାଗରିକା ପାଢ଼ୀ,ସୁଜିତ ବଡ଼ଜେନା ଓ ଅନ୍ୟ ମାନେ।

ପୁରୀ ଜିଲ୍ଲାରୁ ଆସି ବାଲୁଗାଁ ରେ ରହୁଥିବା ଦୁଇ ଦୃଷ୍ଟିହୀନ ଦମ୍ପତି ଙ୍କ ସହ ସେବା କରିବାର କିଛି ମୂହୁର୍ତ୍ତ

ଏହା ନିଶ୍ଚିତ ଭାବରେ ଏକ ମହତ କାର୍ଯ୍ୟ ଆଜିଠାରୁ ଆରମ୍ଭ କରିଛନ୍ତି ଏହା ର ଉତ୍ତରୋତ୍ତର ଉନ୍ନତି ହେଉ ଓ ଏହିଭଳି ଅନେକ କାର୍ଯ୍ୟ କରି ଆମ ଆଖପାଖ ଅଞ୍ଚଳରେ ଥିବା ଦୁଃଖୀ ଦରିଦ୍ର ମାନଙ୍କର ସାହାଯ୍ୟ ପାଇଁ ସଦା ସର୍ବଦା ସମର୍ପଣ ସେବା ସଂସ୍ଥାନ ଆଗଭର ହେଵା ସହ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପ ବଦ୍ଧ।

Categories
media

ମାନବ ପ୍ରେମୀ ଆଦିତ୍ୟ ଦାସ କଂ ମୂ୍ର୍ତ୍ୟୁ ଏକ ଷଡଯନ୍ତ୍ର ନା ଆତ୍ମହତ୍ୟା ଏହା ଏକ ସନ୍ଦେହ ଜନକ ବିଷୟ।


ବାଲୁଗାଁ ଖବର ଟିଭି ନ୍ୟୁଜ। ଭୁବନେଶ୍ବର (ସୁନ୍ଦରପଦା) ଖବର। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଖବର ସୁତ୍ର ରୁ ପ୍ରକାଶ ଯେ। ଆଦିତ୍ୟ ଦାସ ବାଲେଶ୍ୱର ଜିଲ୍ଲାର ଯୁବକ ସେ ଜଣେ ମାନବ ପ୍ରେମୀ ମଣିଷ ଭାବେ ବେଶ ଜଣାଶୁଣା, କହିବାକୁ ଗଲେ ସେ ଜଣେ ସମାଜସେବୀ ଓ ପିପୁଲ୍ସ ଫର ସେବା ନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ ର ମୁଖ୍ୟ ଥିଲେ। ତାଂକର କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବହୁ ଯୁବକ ଯୁବତୀ ଉକ୍ତ ସଂଗଠନରେ ସାମିଲ ମଧ୍ୟ ହୋଇଥିଲେ। ଏହି ସଂଗଠନ ଟି ଭୁବନେଶ୍ବର ସ୍ଥିତ ସୁନ୍ଦରପଦା ଅଞ୍ଚଳରେ ଅଛି। ଏଠାରେ ସେ ବହୁ ନୀରିହ ଲୋକଙ୍କ ସେବାରେ ନିୟୋଜିତ ଥିଲେ ଓ ମାତ୍ରୂପିତୃ ଉବନ ନାମରେ ଏକ ବୂ୍ର୍ଦ୍ଧାଶ୍ରମ ଅଛି।

ଗତ କିଛିଦିନ ତଳେ ତାଂକର ପୁରାତନ ସାଥୀ ଦିବ୍ୟାଶ୍ରୀ କୁଂ ବିବାହ କରିଥିଲେ। ଦିବ୍ୟାଶ୍ରୀ କଂ ଘର ଖପୁରିଆ  ଅଞ୍ଚଳ ।ଆଦିତ୍ୟ କଂର ୟୁଟ୍ୟୁବ ରେ ଏକ ପରିଚୟ ଅଛି ଯାହାକି ଆଦିଶ୍ରୀ ପର୍ଡକସନ ନାମରେ ପରିଚିତ। ସୋସିଆଲ ମିଡ଼ିଆ ରେ ବେଶ ପରିଚିତ ଆଦିତ୍ୟ କଂର ଏକ ଫେସବୁକ ପରିଚୟ ଅଛି ଯାହାକି ମାନବ ପ୍ରେମୀ ଆଦିତ୍ୟ ନାମରେ ନାମିତ ଓ ଫେସବୁକରେ ଏକ ଶେଷ ପୋଷ୍ଟ ମଧ୍ୟ କରିଛନ୍ତି ଯାହାକି ସେ ଲେଖିଛନ୍ତି “ମୂ୍ର୍ତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ କେହି ଜାଣିପାରନ୍ତି ନାହିଁ” ତାକଂର ବହୁତ ପ୍ରଶଂସକ ଅଛନ୍ତି ଓ ପ୍ରାୟ ୪ ରୁ ୫ ଲକ୍ଷ ଫଲୋଅର ଅଛନ୍ତି। ଅନ୍ୟ ପାଇଁ ବଞ୍ଚୁଥିବା ଆଦିତ୍ୟ ନିଜ ଜୀବନ କୁ ନେଇ ବେଶ ଖୁସି ମଧ୍ୟ ଥିଲେ।

ତାକଂ ପତ୍ନୀଙ୍କ କହିବାନୁଯାୟୀ ଆଦିତ୍ୟ ତିନି ଦିନ ତଳେ ଲଣ୍ଡା ହୋଇଯାଇଥିଲେ ଯାହାକି ତାକଂ ପତ୍ନୀ କଂୁ ଏହା ଅଜବ ଲାଗିଥିଲା। ତାକଂ ପତ୍ନୀ ମଧ୍ୟ ଏ ନେଇ ଆଦିତ୍ୟ କଂୁ ପ୍ରଶ୍ନ କରିଥିଲେ ଲମ୍ବା ଚୁଟି ରଖୁଥିବା ଲୋକ ଆଜି କଣ ଏ ରୁପ ଆଦିତ୍ୟ କଂର ଉତ୍ତର ଥିଲା ନୁଆ ଭିଡିଓ ପାଇଁ ନୁଆ ଲୁକ ଦରକାର। ଆଦିତ୍ୟ ଗତ ବର୍ଷ ମଦମୁକ୍ତି ଅନଶନ ମଧ୍ୟ କରିଥିଲେ। ତାକଂର “ତ୍ରିରଂଗା ରେ ତ୍ରିରଂଗା ମଦ ରେ ରଂଗ ରେ ଏଠି ଦୁନିଆ ରଂଗା ,ଖିର ମହଁଗା ଏଠି ପାଣି ମହଁଗା, ଶାନ୍ତି ମହଁଗା ପୁଣି ପ୍ରୀତି ମହଁଗା ” ନିଜସ୍ୱ ଶୈଳୀ ରେ ଗାଇ ସରକାର କଂ ଦ୍ରୂଷ୍ଠିଗୋଚର କରିଥିଲେ। ମାତ୍ର ସୋମବାର ସଂଧ୍ୟାରେ ଆଦିତ୍ୟ ତାକଂ ପତ୍ନୀ କଂୁ ବୁଲିବା ନା କହି ବାହାରକୁ ଯାଇଥିଲେ। ତାଂକର ଫେରିବା ବିଳମ୍ବ ହେବାରୁ ତାଙ୍କ ପତ୍ନୀ ବହୁତ ଥର ଫୋନ କରି ବିଫଳ ହେବାରେ ଶେଷରେ ଚାଲି ଚାଲି ବହୁତ ଖୋଜି ଲିଗଂରାଜ ରୋଡ ରେଳ ଷ୍ଟେସନ ନିକଟ ରେଳ ଲାଇନ କଡରେ ତାଙ୍କ ର ଖଣ୍ଡ ବିଖଣ୍ଡିତ ଶବକୁ ପାଇଥିଲେ।

ତାଂକର ମୂ୍ର୍ତ୍ୟୂ କୁ ନେଇ ସାଧାରଣରେ ଆଲୋଚନା ହେଉଛି ଅନ୍ୟ ପାଇଁ ବଞ୍ଚୁଥିବା ମାନବ ପ୍ରେମୀ ମଣିଷ ଏଭଳି ଭୀରୁ କାର୍ଯ୍ୟ କେବେ ବି କରିପାରିବ ନାହିଁ। ତାକଂ ପତ୍ନୀ ମଧ୍ୟ କହୁଛନ୍ତି ଏହା ଏକ ଷଡଯନ୍ତ୍ର ହୋଇପାରେ। ସେ ଯାହାବି ହେଉ ଆମେ ଜଣେ ଭଲ ମଣିଷ କୁ ହରାଇଲେ। ପୋଲିସ ଏହାର ତଦନ୍ତ ଜାରି ରଖିଛନ୍ତି। ଏ ଭଳି ସତ୍ୟ ଘଟଣା କୁ ନେଇ ଆପଣଙ୍କ ପାଖେ ଆମେ ପହଁଚାଇବୁ ପୋଷ୍ଟ ଟି ଯଦି ଭଲ ଲାଗିଲା ତ ନିଶ୍ଚୟ Like, share କରନ୍ତୁ।

Categories
media

IRDAI ଲାଗୁ କରିବ ଜୁଲାଇ ୧୦ ରୁ ଆରମ୍ଭ ହେବ ଦୁଇ କରୋନା ବୀମା।


ବାଲୁଗାଁ ଖବର TV news।  ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଇଣ୍ଡିୟାନ ରେଗୁଲେଟାରୀ ଆଣ୍ଡ ଡେଭଲପମେଣ୍ଟ ଅଥୋରିଟି ଆରମ୍ଭ କରିବାକୁ ଯାଉଛନ୍ତି ଜୁଲାଇ ୧୦ ରୁ ଦୁଇଟି ନୂତନ ବୀମା  ପାଇଁ ଗାଇଡଲାଇନ। ସମସ୍ତ ବୀମା କମ୍ପାନୀ ଦେବେ ଏ ସୁବିଧା। କୋବିଡ -19 କେସ କୁ ଆଖି ଆଗରେ ରଖି ଲାଗୁହୋଇଛି ନିୟମ। ଯାହାକି ଆପଣ ଏହି ବୀମା ସମ୍ପୁର୍ଣ କ୍ୟାସ ଲେସ ମାଧ୍ୟମରେ ଅନଲାଇନ ଜରିଆରେ ପାଇପାରିବେ ସୁବିଧା। ବୀମା ପାଇଁ ଗୋଟିଏ ଥର ଆପଣଙ୍କୁ ଦେବାକୁ ପଡିବ ବୀମା ପ୍ରିମିୟମ।

କରୋନା କବଚ ବୀମା :- ଏହି ବୀମା ଦ୍ୱାରା ଆପଣ ଲାଭ ପାଇପାରିବେ ଡାକ୍ତର ଖାନା ର ସମସ୍ତ ଚିକିସ୍ଚା ଖର୍ଚ୍ଚ ଓ ଯାତାୟତ ଖର୍ଚ୍ଚ। ଏହି ବୀମା ୧୮ ବର୍ଷ ରୁ ୬୫ ବର୍ଷ ର ସମସ୍ତ ଲୋକ ପାଇ ପାରିବେ ସୁବିଧା। ବୀମା ଆସୁ୍୍ରଏଡ ଧନରାଶି ୫୦ ହଜାର ରୁ ୫ ଲକ୍ଷ ପର୍ଯ୍ୟନ୍ତ। ବୀମା ଅବଧି ୧୫ ଦିନ ରୁ ୬ ମାସ ରହିବ। ସେହିପରି ଅନୁରୁପ କରୋନା ରକ୍ଷକ ବୀମା ର ଆସୁଏଡ ଧନରାଶି ୫୦ ହଜାର ରୁ ୨. ୫ ଲକ୍ଷ ପର୍ଯ୍ୟନ୍ତ ରହିବ। ଆପଣ ଯଦି ଟେଷ୍ଟ ପରେ ପଜିଟିଭ ଅଛି ଓ ୭୨ ଘଣ୍ଟା ରୁ ଅଧିକ ସମୟ ଡାକ୍ତରଖାନା ରେ ଚିକିସ୍ଚିତ ଅଛନ୍ତି ତେବେ ଶତ ପ୍ରତିଶତ ବୀମା ରାଶି ମିଳିପାରିବ।

Categories
media

ସାତ ଜନ୍ମ ର କଥା ଦେଇ ପର କଲା ସ୍ୱାମୀ।


ବାଲୁଗାଁ ଖବର TV NEWS. ବାଲୁଗାଁ ଖବର ଟିଭି ନ୍ୟୁଜ୍ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।( ଗଂଜାମ ଜିଲ୍ଲା ଖବର)

ଗୋଟେ ବିବାହିତ ନାରୀ ପାଇଁ ସ୍ୱାମୀ ତାର ସବୁକିଛି ଲୋକମତରେ ଇହକାଳ ପରକାଳର ଦେବତା ଆଉ ସେହି ଦେବତା ଯଦି ପର କରେ ସେ କହିବ କାହାକୁ। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗାଁ ରେ ସେହି ଗାଁର ରବି ନାୟକ ନାମକ ବ୍ୟକ୍ତି ବିବାହ କରିଥିଲେ ୨୦୧୨ ମସିହାରେ ଜଗନ୍ନାଥ ପ୍ରସାଦ ରାଉତି ପାଟଣା ଗ୍ରାମରେ। ବିବାହର କିଛିଦିନ ସୁରୁଖୁରୁରେ କଟିବା ପରେ ନିଜ ସ୍ତ୍ରୀ ଉପରେ ଆରମ୍ଭ କରିଥିଲେ ଅକଥନୀୟ ଅତ୍ୟାଚାର। ନିଜ ସ୍ତ୍ରୀ କୁ ବାରମ୍ବାର ଦେଇଥିଲେ ନିର୍ଯ୍ୟାତନା। କେତେ ସହିବ ନାରୀ ନିଜ ସହ ନିଜ ପୁଅ କୁ ଧରି ବାପ ଘରକୁ ପଳାଇଥିଲେ ତାଙ୍କ ସ୍ତ୍ରୀ। ସେଠାରେ ମହିଳା କଂ ବାପା ନିଜ ଝିଅ ଓ ନାତିର ସମସ୍ତ ଦାୟିତ୍ବ ବୁଝୁଥିଲେ।

ମାତ୍ର ଦୁଃଖ ର ବିଷୟ ନିଷ୍ଠୁର ହେଲା ବିଧି ଗତ ୧୨ ଦିନ ତଳେ ଉକ୍ତ ମହିଳାଙ୍କ ବାପା କୂଅ ରେ ପଡି ମୂର୍ତ୍ୟୂ ବରଣ କଲେ । ମହିଳା ଜଣକ ଅନ୍ୟ ଉପାୟ ନ ପାଇ ୬ ବର୍ଷ ର ପୁଅ କୁ ଧରି ଫେରିଆସିଲେ ନିଜ ସ୍ୱାମୀ କଂ ପାଖୁ ମାତ୍ର ଏଠି ହେଲା କଣ ସ୍ୱାମୀ ତାକୁଂ ଘରକୁ ନେବା ବଦଳରେ ଦୁଆର ମୁହଁରୁ ନିଜ ପତ୍ନୀ କୁ ମାରିଲେ ଠିଆ ଗୋଇଠା କାରଣ ଏହା ଭିତରେ ରବି ନାୟକ କରିଛନ୍ତି ଦ୍ୱିତୀୟ ବିବାହ ।

ଏପରିକି ନିଜ ୬ ବର୍ଷ ର ପୁଅ କୁ ଦେଖି ମଧ୍ୟ ଜଣେ ବାପର ହୂର୍ଦୟ ହେଲାନି ପରିବର୍ତ୍ତନ। ନିଜ ପ୍ରଥମ ସ୍ତ୍ରୀ କୁ ଲାତ, ଗୋଇଠା ମାରିବା ସହ ପଥର ଛେଚି ଦେବାର କରଛନ୍ତି ଊଦ୍ୟମ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ରବି ନାୟକ କୁ ଗିରଫ କରିଛି ପୋଲିସ ଓ ଏହି ଘଟଣାର ତଦନ୍ତ ଜାରିରଖିଛି !

Categories
media

ଯଦି ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ହୁଏ। ଯୁଦ୍ଧ ର ପରିଣାମ କଣ ହେବ। ଏକ ବିଶ୍ଲେଷଣ।


ବାଲୁଗାଁ ଖବର ଟିଭି ନ୍ୟୁଜ। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆମେ ୧୯୬୨ ମସିହାର ଚୀନ ଓ ଭାରତ ବିଷୟରେ ଆଲୋଚନା କରିବା। କଣ ପାଇଁ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା। ଓ ଏହାର ପରିଣାମ ବିଷୟରେ ଆଲୋଚନା କରିବା।

ଚୀନ ଏସିହା ମହାଦେଶ ର ଦ୍ଵିତୀୟ ବୃହତ୍ତମ ରାଷ୍ଟ୍ର ଅଟେ। ଭାରତ ମଧ୍ୟ ଏସିଆ ମହାଦେଶର ତ୍ରୂତୀୟ ବ୍ରୂହତମ ରାଷ୍ଟ୍ର। ଚୀନ କେବେ ଚାହେଁନା ତାର ପଡୋଶୀ ଦେଶ ଉନ୍ନତି କରୁ। ୧୯୬୨ ମସିହା ଅକ୍ଟୋବର ୨୦ ତାରିଖ ଟିକୁ ଆମେ ଭାରତୀୟ କେବେ ବି ଭୁଲି ପାରିବା ନାହିଁ। ସେହି ଦିନ ଟିକୁ ମନେରଖିବା ପାଇଁ ଆମେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁ। ସେତେବେଳେ ର ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କଂ ଚୀନ ପ୍ରତି ଚିନ୍ତାଧାରା ଓ ନେତୃତ୍ୱ ଯୋଗୁଁ ଭାରତୀୟ ଯବାନ କୁଂ ଚୀନ ଠାରୁ ହାର ର ସାମ୍ନା କରିବାକୁ ପଡିଥିଲା। କାରଣ ଖୋଜିଲେ ଅନେକ ମିଳିବ ଚୀନ ଭାରତ ଉପରେ କାହିଁକି ଆକ୍ରମଣ କଲା। ୧୯୬୨ ମସିହାରେ ଚୀନ ର ରାଷ୍ଟ୍ରପତି ଲିଓ ସାଓକି୍ ଭାରତ ଉପରେ ଆକ୍ରମଣ ଏକ ମୌକା ଖୋଜୁଥିବା ବେଳେ ବୌଦ୍ଧ ଧର୍ମର ଦଳାଇଲାମା କୁ ଭାରତ ଶରଣ ଦେଇଥିଲା କିନ୍ତୁ ୧୯୫୯ ମସିହାରୁ ଚୀନ ଲଦାଖ ଠାରେ ଯୁଦ୍ଧ ପାଇଁ ଭାରତ କୁ ଉସୁକାଇଥିଲା। ହିମାଳୟ ର ଆଧିପତ୍ୟ ପାଇଁ ଚୀନ ସବୁବେଳେ ତାର ଆଗ୍ରହ ଦେଖାଇଛି। ଅକସାଇଚୀନ ସୀମାରେ ଓ ଅରୁଣାଚଳ ପ୍ରଦେଶର ସୀମା ରେ ଚୀନ ଅକ୍ଟୋବର ୨୦ ତାରିଖ ରାତିରେ ହଠାତ ଯୁଦ୍ଧ ର ବିଗୁଲ ବଜାଇଥିଲା।

ଭାରତ ଏଥି ପାଇଁ ଜମାରୁ ପ୍ରସ୍ତୁତ ନ ଥିଲା କାରଣ ଜବାହରଲାଲ ନେହେରୁ ଭାବୁଥିଲେ ହିନ୍ଦୀ ଚିନୀ ଭାଇ ଭାଇ ର ନାରା ଦେଉଥିଲେ ମାତ୍ର ସର୍ଦାର ବଲ୍ଲଭ ଭାଇ ପଟେଲ ଏହାର ବିରୋଧ କରୁଥିଲେ କାରଣ ସେ ଚୀନ ର ପକ୍ରୂତ ରୁପ ଜାଣିଥିଲେ। ୧୯୬୨ ମସିହାରେ ଗୁଇନ୍ଦା ସଂସ୍ଥା ର ମୁଖ୍ୟ ମଲ୍ଲିକ ଓ ପ୍ରତିରକ୍ଷା ମନ୍ତ୍ରୀ ଭି କେ ମେନନ୍ ଯୁଦ୍ଧ ହୋଇପାରେ ଜାଣିଥିଲେ ମଧ୍ୟ ଏହା ଜବାହରଲାଲ ନେହେରୁଙ୍କ ଆଗରେ କହିପାରିନଥିଲେ। ଏ ଯୁଦ୍ଧ ରେ ଭାରତୀୟ ଯବାନ ମାନକଂ ନେତ୍ରୂତ୍ୱ ମେଜର ଜେନେରାଲ ଅନନ୍ତ ସିଂ ପଠାଣିଆ ନେଇଥିବା ବେଳେ ଚୀନ ସୈନ୍ୟ ର ନେତ୍ରୂତ୍ୱ ମାର୍ଶାଲ ଲିଉ ବେଚ୍ନ୍ଗଂ ନେଇଥିଲେ।

ଏହି ଯୁଦ୍ଧରେ ଚୀନ ର ୮୦ ହଜାର ସୈନ୍ୟ ଭାଗନେଇଥିବା ବେଳେ ଭାରତର ମାତ୍ର ୧୨ ହଜାର ସୈନ୍ୟ ଭାଗନେଇଥିଲେ ଏଥିରେ ଚୀନ ର ୭୨୨ ଜଣ ମୂର୍ତ୍ୟୁ ବରଣ କରଥିବା ବେଳେ ଭାରତର ୧୩୮୩ ଜଣ ସୈନ୍ୟ ସହୀଦ ହୋଇଥିଲେ। ଚୀନର ୫୪୮ ରୁ ୧୦୪୭ ଜଣ ବିଭିନ୍ନ ଭାବରେ ଆହତ ହୋଇଥିବା ବେଳେ ଭାରତର ୧୬୯୬ ଜଣ ନିଖୋଜ ଓ ୧୦୪୭ ଜଣ ଆହତ ଏବଂ ୩୯୬୮ ଜଣକୁ ବନ୍ଦୀ କରିଥିଲା ଚୀନ। ସେହି ସମୟରେ ଜବାହରଲାଲ ନେହେରୁ ଆମେରିକା ର ରାଷ୍ଟ୍ରପତି ଜନ ଏନ ଏଫ କେନେଡି କୁଂ ଚିଠି ଲେଖି ସାହାଯ୍ୟ ମାଗିଥିଲେ ଫାଇଟର ଜେଟ ର ସହାୟତା ଓ ଭାରତୀୟ ସୈନ୍ୟ କୁ ଆମେରିକା ପାଇଲଟ ମାନକଂ ଟ୍ରେନିଂ ପାଇଁ ମାତ୍ର କେନେଡି ନେହୁରୁ କଂ ପ୍ରସ୍ତାବ କୁ ଆଗ୍ରହ୍ୟ କରିଥିଲେ ବା ମନା କରିଦେଲେ। ଏହାପରେ ବ୍ରିଟେନ ର ସହାୟତା ଲୋଡିଥିଲେ ସେ ମଧ୍ୟ ଅନୁରୁପ ଭାବେ ଯୁଦ୍ଧାସ୍ତ୍ର ଦେବାକୁ ମନାକଲେ। ମାତ୍ର ସୋଭିଏତ ଋଷିଆ ର ସହଯୋଗ ର ହସ୍ତକ୍ଷେପ ଫଳରେ ଓ ଅନ୍ତରାଷ୍ଟ୍ରୀୟ ନିନ୍ଦା ଫଳରେ ଚୀନ ୨୧ ନଭେମ୍ବର ରେ ଯୁଦ୍ଧ ବିରାମ ଘୋଷଣା କଲା। ଏ ନେଇ ତତ୍କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନିଜ ସରକାର କୁ ନିନ୍ଦା କରିଥିଲେ ଓ ପ୍ରତିରକ୍ଷା ମନ୍ତ୍ରୀ କିର୍ଷ୍ଣା ମେନନ୍ ଇସ୍ତଫା ଦେଇଥିଲେ ଓ ଏହା ଯାଞ୍ଚ କମିଟି ବସିଥିଲା ପିଏସ୍ ଭଗତ ରିପୋର୍ଟ ରେ ଏହା ଲେଖାଅଛି। ଏଥିରୁ ଗୋଟିଏ ଶିକ୍ଷା ଭାରତକୁ ମିଳିଥିଲା ଯେ ଶତ୍ରୂ ଯେ କୌଣସି ସମୟରେ ଆକ୍ରମଣ କରିପାରେ ସେଥିପାଇଁ ସଜାଗ ରହିବା ଦରକାର ଓ ଚୀନ କୁ ସଂପୂର୍ଣ୍ଣ ଭରୋଷା କରାଯାଇ ନ ପାରେ।

ଏବେ ଆଲୋଚନା କରିବା ୨୦୨୦ ଭାରତ ବିଷୟରେ ଯାହା କି ବିଜେପି ନେତ୍ରୂତା ଧୀନ ମୋଦୀ ସରକାର ବିଷୟରେ ଏବେ ର ଭାରତ ଆଉ ୧୯୬୨ ମସିହାର ଭାରତ ହୋଇ ରହିନାହିଁ। ଏହା ମଧ୍ୟରେ ଭାରତ ଋଷ, ଇଜ୍ରାଇଲ, ଫାର୍ନ୍ସ ଓ ଆମେରିକା ଠାରୁ ବହୁ ଆଧୁନିକ ଓ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର କିଣିସାରିଛି ଓ ସ୍ୱଦେଶୀ କୌଶଳରେ ମଧ୍ୟ ଅନେକ କିଛି ନିର୍ମାଣ କରିଛି। ଏପରିକି ବ୍ରମ୍ହାସ୍ତ୍ର ଭଳି ପରମାଣୁ ଅସ୍ତ୍ର ଓ ଅଗ୍ନୀ ଭଳି େକ୍ଷପଣାସ୍ତ୍ର ମଧ୍ୟ ତିଆରି କରିଛି। ଅର୍ଜୁନ ଟ୍ୟାକଂ ଓ ଋଷ ଠାରୁ ଜି ୪୦୦, ସୁଖୋ-30 ,ରାଫେଲ ଓ ମିରାଜ ଭଳି ହେଲିକପ୍ଟର ଓ ଆମେରିକାର ଆପାଚେ ହେଲିକପ୍ଟର ଓ ମିଗ ୨୧ ଫାଇଟର ଜାହାଜ ,ଏମ କେ ୱାନ -୩୦ ଫାଇଟର ଉଡା ଜାହାଜ। ଆଜିର ଭାରତ ଓ ଚୀନ ମଧ୍ୟରେ ତୁଳନା କରିବା।

ଭାରତ ଚୀନ ଲୋକସଂଖ ଭାରତ ୧, ୨୭୬୨୬୭୦୦୦ ଚୀନ ୧୩୭୩୫୪୧୨୭୮

ସ୍ଥାନ ୩୨୮୭୫୯୦ କି ବର୍ଗ। ଚୀନ ୯୫୯୬୯୬୧୧ କି ବର୍ଗ

ସ୍ଥଳ ସେନା ୩୧୯୧୨୯୪୨୦ ଚୀନ ୩୮୫୮୨୧୧୦୨

ଟ୍ୟାଙ୍କ ୪୪୨୬ ଚୀନ ୭୭୬୦

ଜଳ ସେନା ବା ନେଭି

ସବମାରାଇନ ଭାରତ ୧୫ ଚୀନ ୭୬

ଏୟାରକାର୍ଫ୍ଟ କ୍ୟାରିୟର ଭାରତ ବିଧ୍ୱସୀଂ

ଭାରତ ୧୧ ଚୀନ ୩୬। ଫାଇଟର ୧୫ ଚୀନ ୫୪

ହେଲିକପ୍ଟର ଭାରତ ୭୨୫ ଚୀନ ୧୧୭୦

ଆଟାକ୍ ଏୟାରକାର୍ଫ୍ଟ ଭାରତ ୨୨୦ ଚୀନ ୨୭୦

ଯୁଦ୍ଧବିମାନ ଭାରତ ୫୬୮୧ ଚୀନ ୬୦୦୦

ମୋଟ ଆଟିଲେରି ୫୦୬୭ ଚୀନ ୯୭୨୬

ରକେଟ ଭାରତ ୨୯୨ ଚୀନ ୧୭୭୦

ନ୍ୟୁ କ୍ଲ୍ିୟର ବା ପରମାଣୁ ଅସ୍ତ୍ର ଭାରତ ପାଖେ ୧୧୦ରୁ ୧୨୦ ଚୀନ ପାଖେ ୨୮୦

ଭାରତ ର ପ୍ରତିରକ୍ଷା ବଜେଟ ୫୫.୯ବିଲିୟନ ଆମେରିକୀୟ ଡଲାର ହୋଇଥିବା ବେଳେ ଚୀନ ର କିନ୍ତୁ ପ୍ରାୟ ୧୭୬.୮ ବିଲିୟନ ଡଲାର ଯାହାକି ଭାରତର ତିନି ଗୁଣା ବଜେଟ ।

ଏ ସବୁ ସତ୍ତ୍ବେ ଚୀନ ଏବେ କାହିଁକି ଗଲିୟାନ ଭ୍ୟାଲି ଠାରେ ସଂଘର୍ଷ କରିଥିଲା କାରଣ ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତର ଅଧ୍ୟକ୍ଷତା ଓ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା କୁ ସର୍ଯ୍ କିପାରୁନି ା ଡୋନାଲ୍ଡ ଟ୍ରମ୍ପ କଂ ଘୋଷଣା ଭାରତର ଜି 7 ଦେଶ ରେ ଅଂଶଗ୍ରହଣ କୁ ନେଇ ଚୀନ ବ୍ୟତିବ୍ୟସ୍ତ ଓ ପ୍ରଶାନ୍ତ ମହାସାଗର ରେ ଅଷ୍ଟ୍ରେଲିଆ ଓ ଆମେରିକା ସହ ସମର କଳା ଅଭ୍ୟାସ ଚୀନ କୁ ଅସହ୍ୟ କରିଛି ଓ ମୁଖ୍ୟ କାରଣ ଟି ହେଲା ଭାରତ ଚୀନ ର ସିମାବର୍ତୀ ଅଚଁଳ ଯାହାକି ଲାଇନ ଅଫ ଆକୁଚୁଆଲ କଣ୍ଟ୍ରୋଲ ବା ପ୍ରକୂତ ନିୟନ୍ତଣ ରେଖା ନିକଟରେ ଭାରତର ସଡକ ନିର୍ମାଣ କାର୍ଯ୍ୟ କୁ ବିରୋଧ କରିବାକୁ ଯାଇ ଏପରି କି ସେ ପାକିସ୍ଥାନ ଓ ନେପାଳ ଭଳି ଛୋଟ ଛୋଟ ଦେଶମାନଙ୍କୁ ନେଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଛି। ବାଲାଂଦେଶ, ଭୁଟାନ ଓ ଶ୍ରୀଲଂକା ଭଳି ଦେଶ କୌଣସି ଯୁଦ୍ଧ ରେ ଭାଗ ନ ନେଇ ପାରନ୍ତି ମାତ୍ର ଯଦି ଯୁଦ୍ଧ ହୁଏ ଭାରତ ପଟେ ପ୍ରଥମେ ଇଜ୍ରାଇଲ, ଜାପାନ, ଋଷ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆମେରିକା, ଫାର୍ନ୍ସ, ଦକ୍ଷିଣ କୋରିଆ, କାଜାକସ୍ତାନ , ୟୁରୋପ ନେସନ ବା ନାଟୋ କାରଣ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ପକ୍ଷ ରେ ଇରାନ ଇତ୍ଯାଦି ଦେଶ ସହଯୋଗ କରିପାରନ୍ତି। ହେଇପାରେ ଋଷ ନିରବ ରହିପାରେ କାରଣ ଆମେରିକା ଓ ଋଷ ର ସମ୍ବନ୍ଧ ଭଲ ନୁହେଁ।

ଚୀନ ପାଇଁ ପାକିସ୍ଥାନ, ନେପାଳ, ଉତ୍ତର କୋରିଆ, ଜର୍ମାନୀ, ପେରୁ, ବୁଲଗେରିଆ, ବଲୁଚିସ୍ତାନ, ଇରାକ୍ ,ତୁର୍କୀ ସ୍ଥାନ, ସିରିଆ, ଇଷ୍ଟ ଜର୍ମାନୀ, ହଗେଂରୀ ଓ ଆରବ ଦେଶ ଇତ୍ୟାଦି ସହଯୋଗ କରିପାରନ୍ତି। ଯାହାଫଳରେ ଚୀନ ର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ରେ ପ୍ରକାଶିତ ମୋଦୀ ଦ୍ୱିତୀୟ ଥର କ୍ଷମତା କୁ ଆସିବାପରେ ଭାରତର ଚୀନ ପ୍ରତି ମନୋଭାବ ବଦଳିଛି ।କିନ୍ତୁ ମୋଦୀ ନିଜେ କହିଛନ୍ତି ଭାରତ ଶାନ୍ତି ଚାହେଁ ମାତ୍ର ତାର ସଂପର୍ଭୂତା ଉପରେ ଆଗୁଂଠି ଦେଖେଇବା ଓ ସୀମା ଅତିକ୍ରମଣ କେବେ ବି ସହ୍ୟ କରିବନି ଭାରତ। ଭାରତୀୟ ସୌନ୍ୟ ପାଖେ ସେ କ୍ଷମତା ଅଛି ଉଚିତ ଜବାବ ଦେଇପାରିବ”।

ପରିଶେଷରେ ଏମିତି ହେଲେ ବିଶ୍ୱଯୁଦ୍ଧ୩ ହେବାର ସମ୍ଭାବନା ଅଧିକ ଓ ଏହା ଭାରତ କେବେ ବି ଚାହିଁବନି। ତେଣୁ ଅନ୍ୟ ପକ୍ଷରେ ଭାରତ କାହାରୀ ସାହାର୍ଯ୍ୟ ଲୋଡି ନ ପାରେ ଓ ଏହା ସେ ନିଜ କ୍ଷମତା ବଳରେ ସମାଧାନ କରିବାକୁ ଚେଷ୍ଟା କରିବ।

Categories
media

ଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ନାରୀ ବିବାହ ପାଇଁ ଅତ୍ୟନ୍ତ ଯୋଗ୍ୟ ।କେଉଁ ପ୍ରକାର ଗୁଣ ରହିବା ଦରକାର।


ବାଲୁଗାଁ ଖବର ଟିଭି ନ୍ୟୁଜ। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଆପଣ ଜଣେ ପୁରୁଷ ଆଉ ବିବାହ ପାଇଁ ଯୋଗ୍ୟ ଝିଅ ଖୋଜୁଛନ୍ତି। ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ କଂ ମତରେ କେଉଁ ନାରୀ କୁ ତୁରନ୍ତ ବିବାହ କରିନେବା ଉଚିତ୍।

ଯେଉଁ ଯୁବତୀ ପାଖରେ ଏ ସବୁ ଗୁଣ ଥାଏ ତାକୁ ତୁରନ୍ତ ବିବାହ କରିନେବା ଉଚିତ୍ ଏହା ଆମେ କହୁନାହୁଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ନାରୀ ପାଖରେ କେଉଁ ଗୁଣ ରହିବା ଦରକାର। ଯୋଗ୍ୟ ବ୍ୟକ୍ତି ସହ ବିବାହ କରିବା ଉଚିତ୍।

୧। ଘର ପରିବାର ଓ ସମାଜ ବିଷୟରେ ଧାରଣା ଥିବା ଯୁବତୀ ବିବାହ ଯୋଗ୍ୟ ଅଟେ। ୨। ସମସ୍ତ କୁଂ ସମ୍ମାନ ଦେଉଥିବା ଓ ବଡ ସାନ ସମସ୍ତଙ୍କୁ ସମ୍ମାନ ଦେଉଥିବା ନାରୀ ବିବାହ ପାଇଁ ଅତ୍ୟନ୍ତ ଯୋଗ୍ୟ। ୩। ସଂସ୍କୃତି ଓ ପରମ୍ପରା କୁ ମାନୁଥିବା ନାରୀ ଦେବୀ ଦେବତାକଂ ପୂଜାର୍ଚ୍ଚନା ଦ୍ୱାରା ଘରର ସମ୍ରୂଦ୍ଧି ହୋଇଥାଏ। ଏହି ଭଳି ନାରୀ ବିବାହ ଯୋଗ୍ୟ। ୪। ସଂଚୟ କରିବା ଗୁଣ ଥିବା ନାରୀ ଘରର ସଂକଟରେ କାମରେ ଆସେ ଘରର ଆର୍ଥିକ ପରିସ୍ଥିତି କୁ ସମ୍ଭାଳି ପାରେ ଓ ଆର୍ଥିକ ସ୍ଥିତି କୁ ମଜବୁତ କରିଥାଏ। ଏହିଭଳି ନାରୀ କଂ ଠାରେ ଧନର ଦେବୀ ସନ୍ତୁଷ୍ଟ ରୁହନ୍ତି। ୫। କଣ୍ଠ ମଧୁର ଥିବା ନାରୀ ମନକୁ ଶାନ୍ତି ଦେଇଥାଏ ଏହିଭଳି ନାରୀ ବିବାହ ପାଇଁ ଅତ୍ୟନ୍ତ ଯୋଗ୍ୟ। ୬। ଯିଏ ବିପଦ ବେଳେ ଧର୍ଯ୍ୟ ଓ ଠିକ୍ ଭୁଲ ର ଉପଦେଶ ଦେଇଥାଏ ଏହିଭଳି ନାରୀ ବିବାହ ଯୋଗ୍ୟ। ୭। ପରିବାର ର ସମସ୍ତକଂ ଧ୍ୟାନ ରଖେ ସମ୍ପର୍କ ର ମୂଲ୍ୟ ବୁଝୁଥିବା ନାରୀ ବିବାହ ପାଇଁ ଯୋଗ୍ୟ ଅଟେ। ୮। ଅହଂଭାବ ନ ଥିବା ନାରୀ ନିଜ ଅପେକ୍ଷା ଅନ୍ୟର ସମ୍ମାନ କୁ ଗୁରୁତ୍ବ ଦେଉଥିବା ନାରୀ ବିବାହ ପାଇଁ ଯୋଗ୍ୟ। ୯। ଯେ କୌଣସି ପରିସ୍ଥିତିରେ ମଧ୍ୟ ସଦାବେଳେ ଆପଣଙ୍କ ସାଥ ଦେଇଥାଏ। କୌଣସି ପରିସ୍ଥିତିରେ ମଧ୍ୟ ସେ ପରିବାର ଛାଡିନଥାଏ। ଏହିଭଳି ନାରୀ ଉତ୍ତମ ଗୁଣ ର ଅଧିକାରୀ ହୋଇଥାନ୍ତି। ୧୦। ଘର ର ଇଜ୍ଜତ ଓ ମାନ ସମ୍ମାନ କୁ ଗୁରୁତ୍ବ ଦେଉଥିବା ନାରୀ ବିବାହ ପାଇଁ ଅତ୍ୟନ୍ତ ଯୋଗ୍ୟ।

ଏହିଭଳି ୧୦ ଟି ଗୁଣ ଥିବା ନାରୀ କୁ ଆଚାର୍ଯ୍ୟ ଚାଣକ୍ୟ ବିବାହ ପାଇଁ ଅତ୍ୟନ୍ତ ଯୋଗ୍ୟ ବିବେଚିତ କରିଛନ୍ତି।

Categories
media

ସୂର୍ଯ୍ୟ ପରାଗ ରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ।


ବାଲୁଗାଁ ଖବର ଟିଭି ନ୍ୟୁଜ। ୨୧/୦୬ ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଦୁଇଟି ଚନ୍ଦ୍ର ଗ୍ରହଣ ପରେ ଏ ବର୍ଷ ଆପଣମାନେ ଦେଖିବାକୁ ଯାଉଛନ୍ତି ଏ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ। ଜୁନ ମାସ ୨୧ ତାରିଖରେ ଏହି ପରାଗ ଟି ୯ ଘ ୧୫ ମିନିଟ ରୁ ଅାଶିଂକ ଭାବେ ଦେଖାଦେବ ଭାରତର ଉତ୍ତର ଭାଗରେ ଯଥା ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ ଇତ୍ୟାଦି ଜାଗାରେ ଏହା ଓଡ଼ିଶାର ଦୂର୍ଶ୍ୟମାନ ହେବ ୧୦ଘ ୨୫ମିନିଟ ସମୟରେ  ପ୍ରାୟ ସଂପୂର୍ଣ ଭାରତ ରେ ଦୂର୍ଶ୍ୟମାନ ହେବା ସହ ପାକିସ୍ଥାନ ଓ ଚାଇନା ,ଆଫ୍ରିକା, କଂଗୋ, ଇଥୋପିଆ ଆଦି ଦେଶମାନଙ୍କରେ ଦେଖାଯିବ।ଏହା ଖାଲି ଆଖିରେ ଦେଖାଗଲେ ମଧ୍ୟ ଏହା କୁ ଖାଲି ଆଖିରେ ଦେଖିବା ବିପଦପୂର୍ଣ୍ଣ ଅଟେ। କାରଣ ଚନ୍ଦ୍ର ର ରେଡିୟସନ ସୂର୍ଯ୍ୟ କୁ ସଂପୂର୍ଣ ଢାକଂିବା ଦ୍ୱାରା ଏକ ଅଗ୍ନି ବଳୟ ସୃଷ୍ଟି ହୋଇଥାଏ। ଏହା ଦେଖିବାକୁ ଠିକ ଏକ ସୁନାର ମୁଦି ବା ହାତର କାଚ ଭଳି ଦେଖାଯାଏ। ଏହାକୁ ସାଧାରଣ ସନ୍ ଗ୍ଲାସ ରେ ଦେଖିବା ମଧ୍ୟ ନିରାପଦ ନୁହେଁ। ଏହାକୁ ଫଟୋ ସୁଟ କରିବା ମଧ୍ୟ ନିରାପଦ ନୁହେଁ। ଏବଂ ଏହାର ପ୍ରତିବିମ୍ବ କୁ ଜଳ ରେ ଖୋଲା ଆଖିରେ ଦେଖିବା ମଧ୍ୟ ନିରାପଦ ନୁହେଁ। ଏହାକୁ ୱେଲଡିଂଗ ଗ୍ଲାସ ରେ ଦେଖାଯାଇପାରେ ନଚେତ କାର୍ଡବୋର୍ଡ ମାଧ୍ୟମରେ ଟେଲିସ୍କୋପ ସାହାଯ୍ୟରେ ତାହାର ପର୍ତିବି୍ମ୍ବ କୁ ଦେଖିବେ। ବ୍ଲାକପଲିମର ଗ୍ଲାସ ସାହାଯ୍ୟରେ ଦେଖିପାରିବେ।

Categories
media

୨୨ ବର୍ଷ ତଳୁ ନିଖୋଜ ଥିବା ପୁଅ ଫେରିଛି ମା କୋଳକୁ।


ବାଲୁଗାଁ ଖବର TV NEWS. ୧୭/୦୬ ବଡକୁଳ, ବାଲୁଗାଁ, ଖୋର୍ଧା। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।


ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଠାରେ ଆଜି ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯୋଉଥି ପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଥଲା ।ସ୍ୱର୍ଗତ ଯୋଗେନ୍ଦ୍ର ଭୁଜବଳ ‘କଂ ପତ୍ନୀ ଧୁଖି ଭୁଜବଳ କଂ ନିକଟକୁ ଫେରିଆସିଛନ୍ତି ତାକଂ ପୁଅ ପୁର୍ଣଚନ୍ଦ୍ର ଭୁଜବଳ।
ଯୋଉ ସମୟରେ ମହାମାରୀ କରୋନା ସମସ୍ତ ବିଶ୍ୱକୁ କବଳିତ କରିଚାଲିଛି । ଯୋଉ ମହାମାରୀ କରୋନା ପାଇଁ ,କିଛି ଲୋକ ନିଜର ପରିଜନ ମାନଙ୍କୁ ହରାଇଛନ୍ତି,ଯୋଉ ସମୟରେ ସମସ୍ତେ ଭୟର ପରିଧି ଭିତରେ ଅଛନ୍ତି ।ଠିକ ଏହି ସମୟରେ ବଡ଼କୁଳ ର ମହାନ୍ତି ସାହିରେ କିଛି ସମୟ ପାଇଁ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ।ଆପଣ ମାନକୁ ଶୁଣିବା ପରେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟା ସତ ଯେ କରୋନା ପାଇଁ ଆଜି ୨୨ ବର୍ଷ ତଳୁ ନିଖୋଜ ଥିବା ପୁଅ କୁ ଫେରିପାଇଛି ମା ।


ତେବେ ସେ ପ୍ରଥମେ ଆସି  ଗାଁ କୋରେଣ୍ଟାଇନ ସେଣ୍ଟରେ ରହିଥିଲେ ।ଏ ବିଷୟ ଜାଣି ତାଙ୍କ ପରିବାର ଠୁ ନେଇ ସାଂଗ ସାଥି ତାଙ୍କୁ ଦେଖା କରିବା କୁ ଅପେକ୍ଷା କରିଥିଲେ ।ସବୁଠାରୁ ବେଶୀ ବ୍ୟାକୁଳ ଥିଲେ ତାଙ୍କ ମା ।ଆଜି ଯେତେବେବେଳେ ସେ କୋରେଣ୍ଟାଇନ ସେଣ୍ଟର ରୁ ବାହାରିଲେ ,ତାଙ୍କ ସାଙ୍ଗସାଥି ସମସ୍ତେ ସାମାଜିକ ଦୂରତା ରକ୍ଷାକରି ତାଙ୍କୁ ପାଛୋଟି ଆଣିଥିଲେ ତାଙ୍କ ଘରକୁ । ପୁଅ କୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।ଏ ବାବଦ ରେ ଆମେ ତାଙ୍କର, ତାଙ୍କ ମାଆଙ୍କ ସହିତ ତାଙ୍କ ପଡ଼ୋଶୀଙ୍କର ପ୍ରତିକ୍ରିୟା ନେଇଥିଲୁ । ୨୨ ବର୍ଷ ଧରି ନିଖୋଜ ଥିବା ପୁଅ,ସାଙ୍ଗ,ତଥା ସାଇ ଭାଇକୁ ପାଖରେ ପାଇଁ ସମସ୍ତେ ନିଜର ଖୁସି ବ୍ୟକ୍ତ କରିଥିଲେ ।

Design a site like this with WordPress.com
Get started