Categories
media

ଏହା ଅଟେ ୨୦୨୩ ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ଏହି ସମୟରେ କଣ କରିବା ଉଚିତ ଓ ଅନୁଚିତ।


ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଖଗୋଳିୟ ଦ୍ରୃଷ୍ଟି କୋଣରୁ ସୂର୍ଯ୍ୟ ର ନିକଟତମ ଗ୍ରହ ପୃଥିବୀରେ ଆମେ ମାନଵ ସଭ୍ୟତା ବା ଆମେ ବସବାସ କରୁ। ବୈଜ୍ଞାନିକ ମତରେ ଦେଖିବାକୁ ଗଲେ ପୃଥିବୀର ନିଜର ଆଲୋକ ନାହିଁ।ଏହା ସୂର୍ଯ୍ୟ ର ଆଲୋକ ରେ ଆଲୋକିତ ହୋଇଥାଏ। ସେହିପରି ପୃଥିବୀର ଚାରିପାଖରେ ଚନ୍ଦ୍ର ଯାହାକି ପୃଥିବୀର ଉପଗ୍ରହ ଏହା ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରିବା ସହ ଆମ ପୃଥିବୀର ମଧ୍ୟ ପରିକ୍ରମା କରିଥାଏ। ପୃଥିବୀ ମଧ୍ୟ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରିଥାଏ। ବେଳେବେଳେ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଏକ ସମାନ୍ତର ସରଳରେଖା ଆସିଥାନ୍ତି ଏବଂ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ଆସିଯାଏ ଯାହାକି ସୂର୍ଯ୍ୟ ର ଆଲୋକ ଚନ୍ଦ୍ର ଉପରେ ପଡେନାହିଁ ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ଯେହେତୁ ପୃଥିବୀ ତୁଳନାରେ ଚନ୍ଦ୍ର ଛୋଟ ତେଣୁ ଚନ୍ଦ୍ର ର କିରଣ ପ୍ରକାଶ ମାନ ହୁଏନାହିଁ ଏବଂ ଅନ୍ଧାର ସଦୃଶ କୁ ଗ୍ରହଣ କୁହାଯାଏ।

ଏ ଚନ୍ଦ୍ର ଗ୍ରହଣ ଆଜିର ତିଥି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ରେବତୀ ନକ୍ଷତ୍ର ଶନିବାରେ ର୍ଘଟୁଛି ଯାହାକି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ଅଟେ।ଏହା ମେଷ ରାଷି ରେ ରାହୁ ଖଣ୍ଡଗ୍ରାସ ଗ୍ରହଣ ବିଘଟିତ ହେଉଛି ଯାହାକି ଅଗ୍ନିତତ୍ୱ ଅଟେ। ଏବଂ ପୃଥିବୀ ତତ୍ତ୍ୱ ରାଶି କନ୍ୟା ରାଶିରେ କେତୁ ସୂର୍ଯ୍ୟ ମଙ୍ଗଳ ଏବଂ ଵୂଧ ସହିତ ଅଟନ୍ତି ତେଣୁ ଅଗ୍ନି ଏବଂ ପୃଥିବୀ ତତ୍ତ୍ୱ ର ବିଘଟନରେ ବାୟୁ ର ପ୍ରଭାବ ଦେଖାଯାଏ।ଏହା ଦ୍ୱାରା ଲଘୁଚାପ , ଘୁର୍ଣ୍ଣିଝଡ ବା ବାତ୍ୟା ଏବଂ ଅଗ୍ନି ଦ୍ୱାରା କ୍ଷୟକ୍ଷତି ର ସମ୍ଭାବନା କ୍ଷତି କୁ ଏଡାଇ ଦିଆଯାଇନପାରେ ଏବଂ ଭୂମିକମ୍ପ ର ସମ୍ଭାବନା ମଧ୍ୟ ଆଗକୁ ଘଟିପାରେ।

ଗ୍ରହଣ ଶ୍ପର୍ଷ ସମୟ _ଏହା ୨୮ତାରିଖ ଶନିବାର ମଧ୍ୟ ରାତ୍ରୀ ଅର୍ଥାତ୍ ରାତ୍ର ୧ଘଣ୍ଟା ୦୫ମିନିଟଠାରୁ ୨୯ତାରିଖ ସକାଳ ୨ଘଟିକା ୨୪ମିନିଟପଯ୍ୟନ୍ତ ଘଟିବ ‌। ଗ୍ରହଣ କାଳ ଏହା ସର୍ବମୋଟ ୧ଘଣ୍ଟା୧୯ ମିନିଟ ଘଟିବ।ଏହା ର ୯ଘଣ୍ଟା ପୂର୍ବରୁ ପାକ ନିଷେଧ ଅଟେ ଅର୍ଥାତ ଅପରାହ୍ନ ୪ଘଣ୍ଟିକା୦୫ମିନିଟ ଠାରୁ ଖାଦ୍ୟ ବସ୍ତୁ ରୋଷେଇ କରିବା ନିଷେଧ ଅଟେ। ଏବଂ ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ରେ ତୁଳସୀ ପତ୍ର କିମ୍ବା କୁଶ ପକାଇ ରଖନ୍ତୁ ଏହାଦ୍ବାରା ଗ୍ରହଣ ଦ୍ୱାରା ସୃଷ୍ଟି ହେଉଥିବା ନକରାତ୍ମକ ଉର୍ଜା କୁ ପ୍ରତିରୋଧ କରିଥାଏ।ଗ୍ରହଣ ସମୟରେ ଖାଦ୍ୟ ଖାଇବା ଏବଂ ଦେବକର୍ମ ସମାପନ ନିଷେଧ ଅଟେ।ତନ୍ତ୍ରୋକ ମନ୍ତ୍ର ଉଚ୍ଚାରଣ କରାଯାଇପାରେ ଏବଂ ବୃଦ୍ଧ,ଛୁଆ, ଏବଂ ରୋଗି ମାନଙ୍କ ପାଇଁ କୌଣସି ଵାରଣ ନାହିଁ। ଏବଂ ଏହି ସମୟରେ ଗର୍ଭଵତୀ ନାରୀ ବାହାର କୁ ଯିଵା,ପରିବା କାଟିବା,ନଖ କାଟିବା ସ୍ୱର୍ଣ୍ଣ ଅଳଙ୍କାର କୁ ଛୁଇଁବା ନିଦ୍ରା ବା ଶୟନ କରିବା ଅନୁଚିତ।ଏହି ସମୟରେ ବିଶେଷ କରି ମେଷ ରାଶି ର ବ୍ୟକ୍ତି ମାନସିକ ଜପ ପ୍ରଭୁ ପରମାତ୍ମା ପରମେଶ୍ବର ଙ୍କ ନାମ ଉଚ୍ଚାରଣ ସହ ଜୟ ସିତାରାମ ଏବଂ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିବା ଦରକାର।

ଏହା ଭାରତ ର ବିଭିନ୍ନ ରାଜ୍ୟରେ ଯଥା ବିହାର ର ପାଟନା, ପଶ୍ଚିମ ବଙ୍ଗର କୋଲକାତା ଏବଂ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ରେ ଦୃଶ୍ୟମାନ ଅଟେ ତେଣୁ ଏହା ପାଳନ କରିବା ଉଚିତ।ଏହା ଭାରତ ବ୍ୟତିତ ଅନ୍ୟ କେତେକ ଦେଶରେ ମଧ୍ୟ ଦୃଶ୍ୟମାନ ହେବ ଯଥା ପାକିସ୍ତାନ, ନେପାଳ, ବାଂଲାଦେଶ,ଭାରତ ମହାସାଗର, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ରେ ଦୃଶ୍ୟମାନ ହେବ।

ଏହି ଗ୍ରହଣ କେତେକ ରାଶି ପାଇଁ ଶୁଭ ଫଳ ଆଣିଥାଏ ଏବଂ କେତେକ ରାଶି ପାଇଁ ମଧ୍ୟମ ଏବଂ କେତେକ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିଥାଏ।

ଶୁଭଫଳ_ରାଶି _କର୍କଟ, ମିଥୁନ,ଵିଛା,ଧନୁ ଏବଂ କୁମ୍ଭ

ମଧ୍ୟମ ଫଳ_ସିଂହ,ତୁଳା,ମୀନ

ଅଶୁଭ ଫଳ_ମେଶ,ଵୃଷ, କନ୍ୟା, ମକର

ଗ୍ରହଣ ମୋକ୍ଷ -ଗ୍ରହଣ ଶେଷ ଉପରାନ୍ତେ କୌଣସି ପବିତ୍ର ନଦୀ ବା ପୁଷ୍କରିଣୀ ରେ ସ୍ନାନ ସାରି ପରିଷ୍କାର ବସ୍ତ୍ର ପରିଧାନ କରି ଗଙ୍ଗାଜଳ ପିଇବା ସହ ନିଜ ଘରେ ଛିଞ୍ଚିବା ଉଚିତ ଏବଂ ଦେଵା ଦେବୀ ମନ୍ଦିର ରେ ଦୀପଦାନ ଅତ୍ୟନ୍ତ ଶୁଭକାରକ ଅଟେ।

Categories
media

ନବରାତ୍ରୀ ରେ ମା ଦୁର୍ଗାଙ୍କ ପୂଜା ଆରାଧନା କିପରି କରିବା।।।।


ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟମ ବ୍ରହ୍ମଚାରିଣୀ ତୃତୀୟମ ଚନ୍ଦ୍ରଘଣ୍ଟେଚି କୁଷ୍ମା୍ଣ୍ଡେତି ଚତୁର୍ଥକମ ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠମ କାତାୟନୀତି ସପ୍ତମଂ କାଳରାତ୍ରେତୀ ମହାଗୈରୀ ଅଷ୍ଟମଂ ନବମଂ ସିଦ୍ଧିଦାତ୍ରୀଚ ନବଦୁର୍ଗା ପ୍ରକାତିତା।

ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଉଛି। ନଅ ଦିନ ଧରି ମାତାଙ୍କର ଭକ୍ତମାନେ ଦୁର୍ଗା ମାଙ୍କର ନଅ ସ୍ବରୂପର ପୂଜାପାଠ କରନ୍ତି | ନବରାତ୍ରୀର ପ୍ରତ୍ୟେକ ଦିନ ମାତା ଦେବୀଙ୍କର ବିଶିଷ୍ଟ ରୂପ ପାଇଁ ସମର୍ପିତ ଏବଂ ପ୍ରତ୍ୟେକ ରୂପକୁ ପୂଜା କରିବା ଦ୍ବାରା ବିଭିନ୍ନ ପ୍ରକାରର ଇଚ୍ଛା ପୂରଣ ହୋଇଥାଏ ଏବଂ ପ୍ରତ୍ୟେକ ସ୍ୱରୂପ ଗୋଟିଏ ଗୋଟିଏ ଗ୍ରହ ର ପ୍ରତିକ ବା ମା ଦୁର୍ଗା ମାତା ସେ ନବଗ୍ରହ ମାନଙ୍କ ଇଷ୍ଟଦେବୀ ତେଣୁ ନବ ଦିନାତ୍ମକ ପୂଜା ଦ୍ୱାରା ନବ ଗ୍ରହ ଶାନ୍ତି ହେବାର ଜ୍ୟୋତିଷ ଶାସ୍ତ୍ର ରେ ପ୍ରମାଣ ମିଳେ।

୧.ମା ଶୈଳପୁତ୍ରୀ-
ପୂଜା ପଦ୍ଧତି-
ମା ଶୈଳପୁତ୍ରୀ ଦେବୀ ପାର୍ବତୀଙ୍କ ଏକ ଅବତାର, ଯିଏ ତାଙ୍କ ପୂଜାରେ ସହଜରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତମାନଙ୍କୁ ଆବଶ୍ୟକୀୟ ଫଳାଫଳ ଦିଅନ୍ତି | କଳସ ସ୍ଥାପନା କରିବା ସମୟରେ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ ଏବଂ ମାତାଙ୍କୁ ଧଳା ମିଠା ଏବଂ ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ମାତାଙ୍କର ଆରତୀ କରନ୍ତୁ ଏବଂ ମାଙ୍କୁ ଦେଶୀ ଗାଇ ଘିଅ ରେ ଭୋଗ ଅଥଵା ଲଡୁ ପ୍ରସ୍ତୁତ କରି ଅର୍ପଣ କରନ୍ତୁ ଏବଂ ଗାଇ ଘିଅରେ ଦ୍ୱୀପ ପ୍ରଜ୍ଜ୍ୱଳନ କରନ୍ତୁ ଏହାଦ୍ବାରା ମା ଆପଣଙ୍କର ସମସ୍ତ ରୋଗ,ଶୋକ ହରଣ କରିଥାନ୍ତି।

ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ ।
ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ବିନୀମ୍ ।।


୨. ମାତା ବ୍ରହ୍ମଚାରିଣୀ-

ପୂଜା ପଦ୍ଧତି –

ପଞ୍ଚାମୃତ ସହିତ ଦେବୀଙ୍କୁ ସ୍ନାନ କରାନ୍ତୁ, ତା’ପରେ ଅକ୍ଷତ, କୁମ୍କୁମ୍, ସିନ୍ଧୁର, ମାତା ଦେବୀଙ୍କୁ ପଦ୍ମ କିମ୍ବା ମନ୍ଦାର ଫୁଲ ବ୍ୟତୀତ ଧଳା ଏବଂ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ | ମିଶ୍ରି କିମ୍ବା ଧଳା ମିଠା ସହିତ ମାତାଙ୍କୁ ଆରତୀ ଅର୍ପଣ କରନ୍ତୁ, ହାତରେ ଫୁଲ ଧରି ଧ୍ୟାନ କରନ୍ତୁ ଏବଂ ପ୍ରାର୍ଥନା କରିବା ସମୟରେ ମନ୍ତ୍ର ଜପ କରନ୍ତୁ ଏହାଦ୍ବାରା ନିଜର ଆୟୁ ଏବଂ ଯଶ, ବୃଦ୍ଧି ହୋଇଥାଏ।

ମନ୍ତ୍ର
ଦଧାନା କର ପଦ୍ମାଭ୍ୟାସ ଅକ୍ଷମାଳା କମଣ୍ଡଳୁ ।
ଦେବୀ ପ୍ରସୀଦତୁ ମଈ ବ୍ରହ୍ମାଚାରୀଣ୍ୟନୂତ୍ନମା ।।
ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ ।
ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ

୩. ମା ଚନ୍ଦ୍ରଘଂଟା
ପୂଜା ପଦ୍ଧତି-
ଶୁଦ୍ଧ ପାଣି ଏବଂ ପଞ୍ଚାମୃତ ସହିତ ମାଆଙ୍କୁ ସ୍ନାନ କରାନ୍ତୁ | ବିଭିନ୍ନ ପ୍ରକାରର ଫୁଲ, ଅକ୍ଷତ, କୁମ୍କୁମ୍, ସିନ୍ଦୁର ଇତ୍ୟାଦି ପ୍ରଦାନ କରନ୍ତୁ | କେଶର-କ୍ଷୀରରୁ ପ୍ରସ୍ତୁତ ମିଠା କିମ୍ବା କ୍ଷୀରିର ପ୍ରସାଦ କରନ୍ତୁ | ମାତାଙ୍କୁ ଧଳା ପଦ୍ମ, ନାଲି ରଙ୍ଗର ମନ୍ଦାର ଏବଂ ଗୋଲାପ ଫୁଲର ମାଳ ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରିବା ସମୟରେ ମନ୍ତ୍ର ଜପ କରନ୍ତୁ ଏହା ଦ୍ୱାରା ଭକ୍ତ ର ସମସ୍ତ ଦୁଃଖ ଲାଘବ ହୋଇଥାଏ।

ମନ୍ତ୍ର-

ପିଣ୍ଡଜାପ୍ରଭରାରୁଢ଼ା, ଚଣ୍ଡକୋପାଷ୍ଟ୍ରକୈର୍ଯ୍ୟୁତା |
ପ୍ରସାଦଂ ତନୁତେ ମହ୍ୟଂ, ଚନ୍ଦ୍ରଘଂଟେତି ବିଶ୍ରୁତା

୪.ମାତା କୁଷ୍ମାଣ୍ଡା-

ପୂଜା ପଦ୍ଧତି-

ନବରାତ୍ରୀର ଚତୁର୍ଥ ଦିନରେ କଳସୀକୁ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପୂଜା କରନ୍ତୁ । ସଂପୂର୍ଣ୍ଣ ଭକ୍ତି ସହିତ ଦେବୀଙ୍କୁ ଫଳ, ଫୁଲ, ଧୂପ, ସୁଗନ୍ଧ, ଭୋଗ ଅର୍ପଣ କରନ୍ତୁ | ପୂଜା ପରେ ମାତା କୁଷ୍ମାଣ୍ଡାଙ୍କର ଦିବ୍ୟ ରୂପକୁ ମାଲପୁଆ ଅର୍ପଣ କରି ପୂଜା କରି କୌଣସି ଦୁର୍ଗା ମନ୍ଦିରରେ ବ୍ରାହ୍ମଣମାନଙ୍କୁ ଅର୍ପଣ କରାଯିବା ଉଚିତ୍। ପୂଜା ପରେ, ନିଜର ଗୁରୁଜନଙ୍କୁ ପ୍ରଣାମ କରି ପ୍ରସାଦ ବଣ୍ଟନ କରନ୍ତୁ ଏବଂ ପ୍ରସାଦକୁ ନିଜେ ମଧ୍ୟ ଗ୍ରହଣ କରନ୍ତୁ |ଏହି ମା କୁଷ୍ମାଣ୍ଡା ଭକ୍ତର ସ୍ମରଣ ଶକ୍ତି ତେଜ ଏବଂ ଜ୍ଞାନୀ ଗୁଣି ହେବାର ବରଦାନ ପ୍ରଦାନ କରନ୍ତି।

ମନ୍ତ୍ର-
ସୁରାସମ୍ପୂର୍ଣକଳସମ୍ ରୁଧିରାପ୍ଲୁତମେବ ଚ।
ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ |

୫. ମାତା ସ୍କନ୍ଦମାତା-

ପୂଜା ପଦ୍ଧତି-

ମାଆଙ୍କ ଶୃଙ୍ଗାର ପାଇଁ ସୁନ୍ଦର ରଙ୍ଗ ବ୍ୟବହାର କରାଯାଏ | ସ୍କନ୍ଦମାତା ଏବଂ ଭଗବାନ କାର୍ତ୍ତିକେୟଙ୍କୁ ନମ୍ରତାର ସହିତ ପୂଜା କରାଯିବା ଉଚିତ୍। କୁମ୍କୁମ୍, ଅକ୍ଷତ, ଫୁଲ, ଫଳ ଇତ୍ୟାଦି ସହିତ ଉପାସନା କରନ୍ତୁ | ଚନ୍ଦନ ଲଗାନ୍ତୁ, ମାଆଙ୍କ ଆଗରେ ଘିଅର ଏକ ଦୀପ ଜାଳନ୍ତୁ | ଏହି ଦିନ ଭଗବତୀ ଦୁର୍ଗାଙ୍କୁ କଦଳୀର ଭୋଗ ଦିଆଯିବା ଉଚିତ ଏବଂ ଏହି ପ୍ରସାଦ ବ୍ରାହ୍ମଣଙ୍କୁ ଦିଆଯିବା ଉଚିତ୍ |ଏହା ଦ୍ୱାରା ମା ଭକ୍ତ ର ଶରୀର ନିରୋଗ କରିଥାନ୍ତି ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦାନ କରିଥାନ୍ତି।

ମନ୍ତ୍ର-
ସିଂହାସନଗତା ନିତ୍ୟଂ ପଦ୍ମାଶ୍ରୀତକରଦ୍ବୟା |
ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ |

୬.ମାତା କାତ୍ୟାୟୀନି-

ପୂଜା ପଦ୍ଧତି-
ପୂଜା ପଦ୍ଧତି ଆରମ୍ଭ କରିବା ସମୟରେ, ହାତରେ ସୁଗନ୍ଧିତ ଫୁଲ ଦେଇ ଦେବୀଙ୍କୁ ପୂଜା କରିବା ଏବଂ ଦେବୀଙ୍କ ମନ୍ତ୍ର ଉପରେ ଧ୍ୟାନ କରିବା। ମା’ଙ୍କୁ ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରନ୍ତୁ। ମାଙ୍କୁ ମହୁ ବହୁତ ପସନ୍ଦ ତେଣୁ ଦେବୀଙ୍କୁ ମହୁ ଅର୍ପଣ କରନ୍ତୁ । ଦେବୀଙ୍କ ପୂଜା ସହିତ ଭଗବାନ ଶିବଙ୍କୁ ମଧ୍ୟ ପୂଜା କରାଯିବା ଉଚିତ୍।ଏହି ଉପାୟ ଦ୍ୱାରା ଭକ୍ତର ମାନ ସମ୍ମାନ ବୃଦ୍ଧି ହୋଇଥାଏ।

ମନ୍ତ୍ର-
ଚନ୍ଦ୍ର ହସୋଜ୍ଜୱାଲକରା ଶାର୍ଦୁଲବର୍ ବାହନା |
କାତ୍ୟୟନି ଶୁଭଂଦଦ୍ୟା ଦେବୀ ଦାନବଘାତିନୀ ||

୭.ମା କାଳରାତ୍ରୀ-

ପୂଜା ପଦ୍ଧତି-

କଳସୀ ପୂଜା କରିବା ପରେ ମାଆଙ୍କ ଆଗରେ ଏକ ଦୀପ ଜାଳନ୍ତୁ ଏବଂ ରୋଲି, ଅକ୍ଷତ, ଫଳ, ଫୁଲ ଇତ୍ୟାଦି ସହିତ ପୂଜା କରନ୍ତୁ | ଦେବୀଙ୍କୁ ଲାଲ ଫୁଲ ଅତ୍ୟନ୍ତ ପ୍ରିୟ, ତେଣୁ ପୂଜାରେ ମନ୍ଦାର କିମ୍ବା ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ମାତା ବହୁତ ଖୁସି ହୁଅନ୍ତି | ମା କାଳୀଙ୍କୁ ଧ୍ୟାନ କରି ମନ୍ତ୍ର ଜାପ କରନ୍ତୁ, ମାତାଙ୍କୁ ଗୁଡ଼ର ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣଙ୍କୁ ଗୁଡ଼ ଦାନ କରନ୍ତୁ |ଏହା କରିବା ଦ୍ଵାରା ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ।

ମନ୍ତ୍ର
ଏକବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରାସ୍ଥିତା ।
ଲମ୍ବୋଷ୍ଠୀ କାର୍ଣ୍ଣିକାକର୍ଣ୍ଣି ଲୈତାଭ୍ୟକ୍ତ ଶରୀରିଣୀ
ବାମପାଦୋଲ୍ଲସଲ୍ଲୋହ ଲତାକଣ୍ଟକଭୂଷଣା ।
ବର୍ଧନ ମୂର୍ଧଧ୍ବଜା କୃଷ୍ଣ୍ଣା କାଳରାତ୍ରୀର୍ଭୟଡକରୀ ।।

୮.ମାତା ମହାଗୌରୀ-

ପୂଜା ପଦ୍ଧତି- ଅଷ୍ଟମୀ ଦିନ, ସକାଳେ ଗାଧୋଇବା ଏବଂ ଧ୍ୟାନ କରିବା ପରେ, କଳସୀକୁ ପୂଜା କରିବା ପରେ, ବିଧି ଅନୁଯାୟୀ ମାତାଙ୍କୁ ପୂଜା କରନ୍ତୁ | ନଡିଆ ଭୋଗ ଲଗାନ୍ତୁ ଏବଂ ମା ଙ୍କୁ ନୈବେଦ୍ୟ ଦେଇ ମାତାଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ, ମାଆଙ୍କୁ ବନ୍ଦନା ମନ୍ତ୍ର ଜପ କରନ୍ତୁ | ଏହି ଦିନ ମା’ଙ୍କୁ ହାଲୁୱା, ପୁରୀ, ପନିପରିବା, ବିରି ମଧ୍ୟ ଅର୍ପଣ କରନ୍ତୁ | ମାଙ୍କୁ ଚୁନରି ଅର୍ପଣ କରନ୍ତୁ | ଯଦି ଆପଣଙ୍କ ଘରେ ଅଷ୍ଟମୀଙ୍କୁ ପୂଜା କରାଯାଏ, ତେବେ ଆପଣ ପୂଜା ପରେ ଝିଅମାନଙ୍କୁ ମଧ୍ୟ ଖାଇବାକୁ ଦେଇପାରିବେ, ଏହା ଶୁଭ ଫଳ ଦିଏ ବୋଲି ବିଶ୍ବାସ କରାଯାଏ ଏବଂ ନିଃସନ୍ତାନ ମା ମାନେ ସନ୍ତାନ ସୁଖ ଲାଭ କରନ୍ତି।

ମନ୍ତ୍ର
ଶ୍ବତେ ବୃଷେ ସମରୁଢ଼ା ଶ୍ବେତାମ୍ବରାଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଦ୍ୟାମ୍ନହାଦେବପ୍ରମୋଦଦା

୯. ମାତା ସିଦ୍ଧିଦାତ୍ରୀ-

ପୂଜା ପଦ୍ଧତି-

ସର୍ବପ୍ରଥମେ, କଳସ ଏବଂ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରିବା ପରେ ଜଣେ ଧ୍ୟାନ କରିବା ଉଚିତ୍ | ରୋଲି, ମୋଲି, କୁମ୍କୁମ୍, ଫୁଲ ଚୁନରି ଇତ୍ୟାଦିରେ ଭକ୍ତି ସହିତ ମାତାଙ୍କୁ ଉପାସନା କରନ୍ତୁ | ମା’ଙ୍କୁ ହାଲୁୱା, ପୁରୀ, କ୍ଷିରି, ବୋଟ, ନଡ଼ିଆ ଅର୍ପଣ କରନ୍ତୁ | ଏହା ପରେ ମାତାଙ୍କର ମନ୍ତ୍ର ଜପ କରାଯିବା ଉଚିତ୍। ଏହି ଦିନ ନଅ କନ୍ୟାଙ୍କୁ ଘରେ ଭୋଜନ କରାଇବା ଉଚିତ୍ | ଝିଅମାନଙ୍କର ବୟସ ଦୁଇ ବର୍ଷରୁ ଅଧିକ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଏବଂ ସେମାନଙ୍କ ସଂଖ୍ୟା ଅତିକମରେ ୯ ହେବା ଉଚିତ୍ | ନବ ଦୁର୍ଗାଙ୍କ ମଧ୍ୟରେ ସିଦ୍ଧିଦାତ୍ରୀ ଅନ୍ତିମ ଅଟନ୍ତି ଏବଂ ତାଙ୍କୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ | ଏହି ଉପାୟରେ କରାଯାଇଥିବା ପୂଜା ମାଆଙ୍କୁ ତୁରନ୍ତ ତାଙ୍କ ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ କରେ | ଭକ୍ତଙ୍କୁ ଦୁନିଆରେ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପ୍ରାପ୍ତି ହୁଏ |ଏହା କରିବା ଦ୍ୱାରା ଭକ୍ତ କୁ ମା ସମସ୍ତ ଏଶଯ୍ଯ ପ୍ରଦାନ କରନ୍ତି।

ମନ୍ତ୍ର-
ସିଦ୍ଧଗନ୍ଧର୍ବୟକ୍ଷାଦ୍ୟୌରସୁରମରୈରପି,
ସେବ୍ୟମାନା ସଦା ଭୁୟାତ୍ ସିଦ୍ଧିତା ସିଦ୍ଧିଦାୟିନୀ |

Categories
media

୨୦୨୪ ସାଧାରଣ ନିର୍ବାଚନରେ ପୁରୀ ରୁ ଲୋକସଭା ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦୀ ।!!!


୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ରୁ୨୦୧୨ ପର୍ଯ୍ୟନ୍ତ ମଣିନଗର,ରାଜକୋଟ ବିଧାନ ସଭା ଆସନରୂ ଲଢି ଲଗାତାର ତିନିଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିବା ସହ ବିଜେପି ର ଆଗଧାଡିର ନେତା ହୋଇପାରିଥିଲେ।୨୦୧୪ ସାଧାରଣ ନିର୍ବାଚନରେ ବଡୋଦରା ଏବଂ ବାରଣାସୀ ଉଭୟ ଦୁଇଟି ଲୋକସଭା ଆସନରେ ଲଢି ବିପୁଳ ଭୋଟରେ ବିଜୟ ଲାଭ କରିବା ସହ ଏନ୍ ଡି ଏ ର ମିଳିତ ସହଯୋଗରେ ବିଜେପି ସରକାର ଗଢିବା ସହ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।ଏବଂ ସେହିପରି ଦ୍ବିତୀୟ ପାଳି ମଧ୍ୟ ଅନୁରୁପ ମଧ୍ୟ ୨୦୧୯ ରେ କେନ୍ଦ୍ର ରେ ବିଜେପି ସରକାର ରେ ପ୍ରଧାନମନ୍ତ୍ରୀ ପଦରେ ରହି ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶପ୍ରତି ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ସହ ଦେଶର ବୈଦେଶିକ ନୀତି ରେ ଅନେକ ସୁଧାର ଆଣିଛନ୍ତି।ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ମଜବୁତ ପାଇଁ ଅନେକ ଦେଶ ସହ ଚୁକ୍ତିନାମା ସ୍ବାକ୍ଷର ସହ ରୁଷିଆ ଏବଂ ଇଜ୍ରାଇଲ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ରାଫେଲ ପରି ଲଢୁଆ ବିମାନ ମଧ୍ୟ ଆମଦାନୀ କରିଛନ୍ତି। ଏପରିକି ନିଜର ପଡ଼ୋଶୀ ଶତ୍ରୁ ଦେଶ କୁ ମଧ୍ୟ କଡା ଜବାବ ଦେଇଛନ୍ତି ସେ ସର୍ଜିକାଲ ଷ୍ଟ୍ରାଇକ୍ ଅବା ଗଲବାନ ଯୁଦ୍ଧରେ ଉଚିତ ଜବାବ ଦେଇ ଦେଶର ସୈନ୍ୟ ମନୋବଳ କୁ ଦ୍ରୃଢ କରିପାରିଛନ୍ତି।କରୋନା ମହାମାରୀ ସମୟରେ ନିଜ ଦେଶ ଭାରତରେ covaxin ଏବଂ covishield ଭଳି ଟିକା ଉତ୍ପାଦନ କରିବା ସହ ଅନ୍ୟ ଦେଶକୁ ମଧ୍ୟ ସହାୟତା କରିଛନ୍ତି।

ଆସନ୍ତା ଡ଼ିସେମ୍ବର ଏବଂ ଜାନୁଆରୀ ୨୦୨୪ ମାସରେ ଛ ଟି ଯଥା ମିଜୋରାମ, ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ରାଜ୍ୟ ରେ ସାଧାରଣ ନିର୍ବାଚନ ହେବ।ଏହି ନିର୍ବାଚନ ରେ ୩୫ଟିଦଳ ମହାରାଷ୍ଟ୍ରର ଶରଦ ପାୱାର,ଉଦ୍ଦବ ଠାକରେ, ତାମିଲ ନାଡୁର ବି ଷ୍ଟାଲିନ, ପଶ୍ଚିମ ବଙ୍ଗର ମମତା ଦିଦି ଙ୍କ ଟିଏମ୍ ସି ,ବିହାର ର ନିତିଶ କୁମାର ଏବଂଶରତ ଯାଦବ ଉତ୍ତର ପ୍ରଦେଶର ଅଖିଲେଶ ଯାଦବ ଏବଂ ଦିଲ୍ଲୀ ର ଆପ ଅରବିନ୍ଦ କେଜ୍ରିୱାଲ ଏବଂ ଜାତୀୟ କଂଗ୍ରେସ ମିଶି ଗଢିଥିବା ନୂତନ ଦଳ INDIA ମେଣ୍ଟ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ NDA କୁ କଡା ଟକ୍କର ଦେଇପାରେ ବୋଲି ଜାତିୟ ଗଣମାଧ୍ୟମ ସର୍ଭେ ରିପୋର୍ଟ କହୁଛି।

ଏହାକୁ ଆଖି ଆଗରେ ରଖି ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ୨୫ବର୍ଷ ସରକାର ରେ ଥିବା ବିଜୁ ଜନତା ଦଳ ନିରପେକ୍ଷ ଭାବେ କେନ୍ଦ୍ର ରେ ଏନ୍ ଡି ଏ କୁ ସହଯୋଗ କଲେ ମଧ୍ୟ ରାଜ୍ୟ ରେ ବିଜେପି ର ମୁଖ୍ୟ ବିରୋଧୀ ରାଜ୍ୟ ସଭା ରେ ଵିଜେପି, ଵିଜେଡି ର ସହଯୋଗ ଆବଶ୍ୟକ ମନେକରେ ତେଣୁ ଓଡିଶାରେ ୧୯୫୨ ମସିହାରେ ଗଠିତ ପୁରୀ ଲୋକସଭା ଆସନ ସାତଟି ବିଧାନ ସଭା ମଣ୍ଡଳୀ କୁ ନେଇ ଗଠିତ ଯଥା ପୁରୀ, ସତ୍ୟବାଦୀ, ବ୍ରହ୍ମଗୀରୀ,ପିପିଲି, ଚିଲିକା, ରଣପୁର, ନୟାଗଡ଼ କୁ ନେଇ ଗଠିତ ଏହା ଓଡ଼ିଶାର ପୂର୍ବ ଉପକୂଳ ଅଞ୍ଚଳକୁ ନେଇ ଗଠିତ ଏହାର ସର୍ବମୋଟ ଭୋଟର ହାରାହାରି ୧୪ଲକ୍ଷ ହେଵେ ଯଦି ନରେନ୍ଦ୍ର ମୋଦୀ ପୁରୀ ଲୋକସଭା ଆସନରୁ ଲଢିବେ ଏହାଦ୍ବାରା ଓଡିଶା ରାଜନୀତି ରେ ପରିବର୍ତ୍ତନ ହୋଇପାରେ ଏବଂ ଶ୍ରୀ ନରେନ୍ଦ୍ର ମୋଦୀ ଲଢିବାର ମୁଖ୍ୟ କାରଣ ହେଲା ପୂର୍ବ ଭାରତରେ ବିଜୟ ହାସଲର ଲକ୍ଷ ପୂରଣ କରିବା ସହ ପଶ୍ଚିମ ବଙ୍ଗର ମମତା ସରକାର କୁ ଗାଦିଚ୍ୟୁତ କରିବା ର ଲକ୍ଷ ରଖି ପୁରୀ ଜଗନ୍ନାଥ କ୍ଷେତ୍ରରେ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବର୍ତମାନ ର ଭାରତର ଯଶ୍ୱସୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।

Categories
media

କିଏ ଏ ଭଦ୍ରା ରାକ୍ଷୀ ପୂର୍ଣ୍ଣିମା ରେ ଏହାର ପ୍ରଭାବ କଣ ।


ହିନ୍ଦୁ ଜୈତିଷ ଶାସ୍ତ୍ର ଅନୁଯାୟୀ ଭଦ୍ରା ଏକ ପଞ୍ଚାଗଂ ର ମୁଖ୍ୟ ଅଂଶ ଯେମିତି ମୂହୁର୍ତ୍ତ, ନକ୍ଷତ୍ର,ରାଶି ସେହିପରି ପଞ୍ଚାଗଂ ଗଣଣାରେ ଭଦ୍ରା ତିଥି ର ମହତ୍ତ୍ଵ ଅଧିକ ଗୁରୁତ୍ବପୂର୍ଣ୍ଣ ଏହି ସମୟରେ କୈଣସି ଶୁଭ କାର୍ଯ୍ୟ ବର୍ଜନୀୟ। ଏପରିକି ଗୃହ ନିର୍ମାଣ,ବିଦେଶ ଯାତ୍ରା,ବିଦ୍ୟା ଆରମ୍ଭ, ମନ୍ଦିର ନିର୍ମାଣ, ବିବାହ, ରାକ୍ଷି ବନ୍ଧନ ମଧ୍ୟ ପାଳନ କରିବା ଅନୁଚିତ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭଦ୍ରା ଭଗବାନ ସୂର୍ଯ୍ୟ ଙ୍କ ପୁତ୍ରୀ ଅର୍ଥାତ ଛାୟା ଦେବୀ ଙ୍କ ଠାରୁ ଜାତ ସେ ଦୂର୍ଷ୍ଟିରୁ ଗ୍ରହରାଜ ଶନିଦେବ ଙ୍କ ଭଉଣୀ ସେ ମଧ୍ୟ ଶନିଦେବ ଙ୍କ ଭଳି ରୂକ୍ଷ ଏବଂ କଠୋର ସ୍ୱଭାବର। ଭଦ୍ରା ର ଅର୍ଥ ଶୁଭ ଯେପରି ଭଗବାନ ବଳରାମ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ଙ୍କ ନାମ ମଧ୍ୟ ସୁଭଦ୍ରା କିନ୍ତୁ ଭଗବାନ ସୂର୍ଯ୍ୟ ଦେବ ନିଜ ପୁତ୍ରୀ ଭଦ୍ରା ର ଆଚରଣ କ୍ଷୁବ୍ଧ ହୋଇ ବ୍ରହ୍ମା ଙ୍କୁ ପ୍ରାର୍ଥନା କରିଥିଲେ ବ୍ରହ୍ମା ଭଦ୍ରା ଙ୍କୁ ଅଭିଶାପ ଦେଇଥିଲେ ଯେ ତୂମେ ପଞ୍ଚାଗଂ ର ବା ମୂହୁର୍ତ୍ତ ର ଏକ ଅଂଶ ହୋଇ ରହିବ ଏବଂ ଯେଉଁ ପ୍ରାଣୀ ଭଦ୍ରା ବେଳା ରେ ବା ବିଷ୍ଟି ବେଳା ରେ ଶୁଭକାର୍ଯ୍ୟ କରେ ତାହା ଫଳ ଶୂନ୍ୟ ହେବ ଏବଂ ତାହାର ଅନିଷ୍ଠ ହେବ। କିନ୍ତୁ ଭଦ୍ରା ମୂହୁର୍ତ୍ତ ରେ ଯୂଦ୍ଧ, ଶସ୍ତ୍ର ନିର୍ମାଣ,କଚେରି ମାମଲା ତାନ୍ତ୍ରିକ କର୍ମ ଶୁଭ ହୋଇଥାଏ।

ପୁରାଣ ରେ ମାନ୍ୟତା ଅଛି ଯେ ରାବଣର ଭଉଣୀ ସୂପର୍ଣକ୍ଷା ଭଦ୍ରା ମୂହୁର୍ତ୍ତ ରେ ରାବଣ ହାତରେ ରକ୍ଷା ବନ୍ଧନ କରିଥୀବାରୁ ତାହା ରାବଣର ଶେଷ ରକ୍ଷା ବନ୍ଧନ ହେବା ସହ ତାହାର ଵଂଶ ମଧ୍ୟ ଲୋପ ପାଇଥିଲା। ଆହୁରି ଏକ ମାନ୍ୟତା ଅଛି ଯେ ଭଦ୍ରା ର ବିଷ୍ଟି ମୂହୁର୍ତ୍ତ ରେ ପ୍ରଜାପତି ଦକ୍ଷ ଯଜ୍ଞ ଅନୁଷ୍ଠାନ ଆରମ୍ଭ କରିଥିଲେ ଏବଂ ସେହି ଯଜ୍ଞ କୁ ମହାଦେବ ଙ୍କୁ ନିମନ୍ତ୍ରଣ ନ ଥିବାରୁ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ମହାଦେବ ଙ୍କ ଅପମାନ ସହ୍ୟ କରି ନପାରି ସେହି ଅଗ୍ନି କୁଣ୍ଡ ଅଗ୍ନି ରେ ଧାଶ ଦେଇଥିଲେ ଯାହାଫଳରେ ମହାଦେବ ନିଜ ପତ୍ନୀ ଙ୍କ ବିୟୋଗରେ କ୍ରୋଧିତ ହୋଇ ତାଣ୍ଡବ କରିଥିଲେ ଏବଂ ପରିଶେଷରେ ଦକ୍ଷ ପ୍ରଜାପତିଙ୍କର ମୁଣ୍ଡ କୁ ଗଣ୍ଡି ରୁ ଅଲଗା କରିଦେଇଥିଲେ।

ଗୋଟେ ଦିନ ୪ ପ୍ରହର ରାତି ମଧ୍ୟ ଅନୁରୂପ ୪ପ୍ରହର ସେହିପରି ଗୋଟିଏ ମୂହୁର୍ତ୍ତ ଏକ ପ୍ରହରର ୨ଭାଗରୂ ଏକ ଭାଗ ଅର୍ଥାତ ୪୮ମିନିଟ ଏକ ମୂହୁର୍ତ୍ତ ହୋଇଥାଏ।ଦିନରେ ୧୫ମୂହୁର୍ତ ଏବଂ ରାତି ୧୫ମୂହୁର୍ତ ହୋଇଥାଏ।୧ମୂହୂର୍ତ୍ତ =୩୦ କଳା ୧/୩୦ କଳା ୧କଳା=୧.୩୩ମିନିଟ ବା୮୦ସେକେଣ୍ଡ ୩୦ କାଷ୍ଠା ୧କାଷ୍ଠା=୨.୭ସେକେଣ୍ଡ ବା ୧୫ ନିମେଷ ୧ନିମେଶ =୧ସେକେଣ୍ଡ/୫ଭାଗ ସେହିପରି ଭଦ୍ରା ମୂହୁର୍ତ୍ତ ଯେଵେ ଚନ୍ଦ୍ର ଦେବ କର୍କଟ, ସିଂହ,କୁମ୍ଭ ଏବଂ ମୀନ ରାଶି ରେ ଗୋଚର ଥାଏ ତେବେ ଭଦ୍ରା ର ଉପସ୍ଥିତି ପୃଥିବୀ ପୃଷ୍ଠରେ ଥାଏ। ଚନ୍ଦ୍ର ର ଗୋଚର ମେଷ,ବୃଷ, ମିଥୁନ ଏବଂ ବିଛା ରାଶିରେ ଥାଏ ତେବେ ଭଦ୍ରା ର ଉପସ୍ଥିତି ସ୍ୱର୍ଗଲୋକରେ ଥାଏ।ଯେଵେ ଚନ୍ଦ୍ର ଦେଵ କନ୍ୟା,ତୁଳା,ଧନୁ ଏବଂ ମକର ରେ ଗୋଚର ଥାଏ ଭଦ୍ରା ର ଉପସ୍ଥିତି ପାତାଳ ଲୋକରେ ଥାଏ।ଭଦ୍ରା ତିଥି କେଵେ ଘଟିଥାଏ କୃଷ୍ଣ ପକ୍ଷର ଚତୁଃଦର୍ଶୀ ତଥା ସପ୍ତମୀ ର ପ୍ରଥମ ଭାଗ ଏବଂ କୃଷ୍ଣ ପକ୍ଷର ତୃତୀୟା ଓ ଦଶମୀ ର ଦ୍ୱିତୀୟା ଭାଗ କୁ ଭଦ୍ରା ତିଥି କୁହାଯାଏ। ସେହିପରି ଶୁକ୍ଲ ପକ୍ଷର ଅଷ୍ଟମୀ ଏବଂ ପୂର୍ଣ୍ଣିମା ର ପ୍ରଥମ ଚରଣ କୁ ଭଦ୍ରା ତିଥି କୁହାଯାଏ।

ଏହି ୩୦ଅଗଷ୍ଟ ଦିନ ୧୧ଘଟିକା୨୨ପର୍ଯ୍ୟନ୍ତ ଚତୂର୍ଦଶୀ ରହୁଛି ତା ପର ଠାରୁ ଗତେ ୩୧ଅଗଷ୍ଟ୭ଘଟିକା୪ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣିମା ଭୋଗ ହେଉଛି ଯେହେତୁ ଚନ୍ଦ୍ର ଦେଵ କୁମ୍ଭ ରାଶିରେ ବିରାଜମାନ ଭଦ୍ରା ର ଉପସ୍ଥିତି ପୃଥିବୀରେ ତେଣୁ ଜୈତିବିଦ ମାନେ ଆପଣଙ୍କୁ ଭୟଭୀତ କରେଇବା ସ୍ୱାଭାବିକ କିନ୍ତୁ ଜୈତିଷ ଶାସ୍ତ୍ର କରଣ କୁ ଭୂଲି ଯାଇଛନ୍ତି।କରଣ କଣ ନାଁ ଦିନ ରାତି ୮ପ୍ରହରେ ୮*୭=୫୬ କରଣ ଚର ଏବଂ ୪କରଣ ସ୍ଥିର ମୋଟ ୬୦କରଣ ଯହା ୧୧କରଣ ନାମ ଯଥା ୧ ବବ(ଇନ୍ଦ୍ର)୨ ବଳବ (ବ୍ରହ୍ମା)୩ କୈଳବ (ସୂର୍ଯ୍ୟ) ୪ତୈତିଲ୍ୟ (ସୂର୍ଯ୍ୟ) ୫ଗର (ପୃଥିବୀ)୬ବଣିଜ (ଲକ୍ଷ୍ମୀ)୭ଵିଷ୍ଟି(ଯମ)୮ଶକୁନି(କଳି)୯ଚତୂଷ୍ପଦ (ରୂଦ୍ର)୧୦ନାଗ(ବାସୁକି)୧୧କିସ୍ତୁଘ୍ନ (ବାୟୁ)ଏମାନେ ହେଉଛନ୍ତି ଇଷ୍ଟ ବା ପ୍ରତିନିଧି ସେହି ଅନୁସାରେ ୩୦ ଅଗଷ୍ଟରେ କରଣ ଵିଷ୍ଟି (ଯମ)ରାତି ୯ଘଣ୍ଟିକା ପର୍ଯ୍ୟନ୍ତ ରହୂଛନ୍ତି ତେଣୁ ରାତିରେ ୯ପରେ ଅର୍ଥାତ୩୧ଅଗଷ୍ଟ ଉଦୟ ମୂହୁର୍ତ୍ତ ରେ କରଣ ବଵ ରହୁଛି ଯାହାକି ଇନ୍ଦ୍ର ଦେବ ଙ୍କୁ ପ୍ରତିନିଧି କରୁଛି ତେଣୁ ଆମ ଶ୍ରୀ ମନ୍ଦିର ପୁରୀ ରେ ମହାପ୍ରଭୁ ବଳରାମ ଙ୍କ ଜନ୍ମ ଏବଂ ରକ୍ଷା ବନ୍ଧନ ଉତ୍ସବ ୩୧ଅଗଷ୍ଟରେ ପାଳନ ହେଉଚି ତେଣୁ ଆମ ସଂସ୍କୃତି ଏବଂ ପରମ୍ପରାର ଠାକୁରଙ୍କ ରିତିନୀତି ଅନୁଯାୟୀ ଆମେ ମଧ୍ୟ ୩୧ଅଗଷ୍ଟ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ଉଚିତ।

Categories
media

ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ


ରବିବାର ସନ୍ଧ୍ୟାରେ ରାୟପୁର ବିମାନ ବନ୍ଦର ରୁ ଆସି ଭୂଵନେଶ୍ୱର ବାସଭବନ ରେ ରହି ଆଜି‌୨୧/୮/୨୩ସୋମଵାର କିଛି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଭେଟ ହେଵାର କାର୍ଯ୍ୟକ୍ରମ ଅଛି। ଏବଂ ସନ୍ଧ୍ୟା ରେ ଜୟଦେବ ଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ।ତା ପର ଦିନ ନିଜ ପୈତୃକ ମାଟି ଅର୍ଥାତ ନିଜ ଗାଁ ଗୋଡିଝର ଗମ୍ଭାରୀମୁଣ୍ଡା ଠାରେ ତାଙ୍କ ପିତା ମାତା ଙ୍କ ସମାଧି ସ୍ଥଳରେ ଶ୍ରଦ୍ଧା ଜ୍ଞାପନ କରି ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଦର୍ଶନ ନିମନ୍ତେ ପ୍ରସ୍ଥାନ କରି ନିଜ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବେ। ଏବଂ ୨୩/୮/୨୦୨୩ରିଖ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗଦେବେ।୬ଦିନିଆ ଗ୍ରସ୍ତ ରେ ଆସି ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟ ବାଲୁଗାଁ, ବାଣପୁର ଏବଂ ଗମ୍ଭାରୀମୁଣ୍ଡା ରେ ଆୟୋଜିତ ବିଭିନ୍ନ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଇପାରନ୍ତି।

Categories
media

ଚିଲିକା ନିର୍ବାଚନ ମଣ୍ଡଳୀ ରେ ପୃଥିରାଜ ଙ୍କ ପଲ୍ଲା ଭାରୀ !!!


ନିର୍ବାଚନ ସମିକ୍ଷା ପରିପ୍ରେକ୍ଷୀରେ ଯଦି କୁହାଯାଏ ଗତ ୨୦୧୯ ନିର୍ବାଚନ ରେ ଵିଜୁ ଜନତା ଦଳ ର ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଚିଲିକା ନିର୍ବାଚନ ମଣ୍ଡଳୀ ରେ ମୋଟ ଭୋଟ ହାର ୫୦.୧%ଶତକଡା ହାରରେ ୮୦୧୭୭ଖଣ୍ଡ ପାଇ ବିଜୟୀ ଲାଭ କରିଥିଲେ। ସେହିପରି ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଶ୍ରୀ ପୃଥିରାଜ ହରିଚନ୍ଦନ ଭୋଟହାର ୪୩.୪୭%ଶତକଡା ଭୋ୍ଟ ହାର ରେ ମୋଟ ୬୯୨୭୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ।ମାତ୍ର ୭%ଭୋଟ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିଲେ।

ମାତ୍ର ଯଦି ଆଜିର ସ୍ଥିତି ଦେଖାଯାଏ ଚିଲିକା ନିର୍ବାଚନ ମଣ୍ଡଳୀ ରେ ଵିଜୁ ଜନତା ଦଳ ର ସ୍ଂଗଠନ ର ସ୍ଥିତି ସେତେଟା ଭଲ ନଥିବାର ଅନୁମେୟ କରାଯାଇପାରେ।କାରଣ ଏଠାରେ ଵିଜୟ ଲାଭ କରିଥିବା ବିଧାୟକ ମହାଶୟ ବିଭିନ୍ନ କାରଣ ଯୋଗୁଁ ଚର୍ଚ୍ଚା ରେ ସେ ଐତିହାସିକ ପଲଟଣ ପଡିଆ ର ଘଟଣା ତ ଲୋକଙ୍କ ମନରୁ ଆଜି ଯାଏଁ ଲିଭିନାହି। ଏବଂ ବିଜେପି ର ମଣ୍ଡଳ ସଭାପତିଙ୍କୁ ମାଡ ମରା ଘଟଣା ଅଵା ରାମ ହନୁ ଉପାଖ୍ୟାନ ସବୁବେଳେ ଚର୍ଚ୍ଚା ରେ ରହୁଥିବା ବିଧାୟକ ମହାଶୟ ବର୍ତ୍ତମାନ ପାଇଁ ଦଳରୁ ନିଲମ୍ବିତ।ସେ ଯ଼ାହା ହେଉ ଏହା ବିଜୁ ଜନତା ଦଳର ନିଷ୍ପତ୍ତି ଦେଖିବା ବାକି ରହିଲା କେବେ ତାଙ୍କ ଉପରୁ ନିଲମ୍ବନ ଉଠୁଛି।ଏହା ମଧ୍ୟରେ ବର୍ତ୍ତମାନ ର ବିଧାୟକ ମହାଶୟଙ୍କ ସର୍ବୋଚ୍ଚ ନ୍ୟାୟାଳୟ ର କଟକଣା ସତ୍ୱେ ବର୍ଷେ ହଵ ଚିଲିକା ନିର୍ବାଚନ ମଣ୍ଡଳୀ ରେ ଦେଖାନଥିଲା। ଏହା ହିଁ ଏହୁଛି ଅସଲ ଟୁଇଷ୍ଟ ଜନତା ଜନାର୍ଦ୍ଦନ ଅସନ୍ତୋଷ କୈାଣସି ଗୋଟେ କାର୍ଯ୍ୟ ଆଖି କୁ ପରିଲକ୍ଷିତ ହେଲାଭଳି ହେଲାଭଳି ଦୃଶ୍ୟ ହୋଇନି। ଏହାରି ମଧ୍ୟରେ ପୃଥିରାଜ ହରିଚନ୍ଦନ ମହାଶୟ ଆଗ ଅପେକ୍ଷା ଦଳକୁ ଆହୁରି ମଜବୁତ କରିବା ସହିତ ଜନତାଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି। ଏବଂ ବାଘ ନ ଥିଲେ ମିରିଗ ନାଟ ଭଳି ବିଜୁ ଜନତା ଦଳର ନେତା ଠାରୁ କର୍ମୀ ସମସ୍ତେ ଚାହିଁଲେ ଆମେ ଵି ବିଧାୟକ ହେଵୁ ପଦ ଗୋଟେ ଆଶାୟୀ ଅନେକ କାହାକୁ ସନ୍ତୁଷ୍ଟ କରିବ କାହାକୁ ନାହିଁ ବର୍ତମାନ ପାଇଁ ଵିଜୁ ଜନତା ଦଳ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ଏହା ହେଉଛି ଵଡ ଚ୍ୟାଲେଞ୍ଜ। ଏବଂ ଶୁଣିବାକୁ ମିଳୁଛି ବର୍ତମାନ ର ବିଧାୟକ ଜଗଦେବ ମହାଶୟ ଚିଲିକାରୁ ଆଉ ଲଢିଵେ ନାହିଁ ଵୋଲି ନିଷ୍ପତ୍ତି ନେଇଛନ୍ତି ତାଙ୍କ ମନ କୁଆଡେ ନିଜ ଏରିଆ ଖୋର୍ଦ୍ଧା ଆଡେ ମନ ବଳେଇଛନ୍ତି।ଏହା ରି ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଯଦି ବା ଦଳ ଦାୟିତ୍ଵ ଦିଏ। ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବାରେ ସମୟ ଯିବ ତାଙ୍କରି ଦଳର ନେତାମାନେ ତାଙ୍କୁ ହିଁ ଵିରୋଧ କରିବାର ସମ୍ଭାବନା ଅଧିକ।

ଯଦି ଆସନ୍ତା ବିଧାନସଭା ଅଧିବେଶନରେ ଶେଷ ଅଧିବେଶନ ସେପ୍ଟେମ୍ବର ହୁଏ ଏବଂ ଡିସେମ୍ବର ରେ ହେଵାକୁ ଥିବା ୫ଟି ରାଜ୍ୟ ଯଥା ଛତିଶଗଡ଼, ମଧ୍ୟ ପ୍ରଦେଶ, ମିଜୋରାମ, ରାଜସ୍ଥାନ, ତେଲେଙ୍ଗାନା ସହିତ ଓଡ଼ିଶାରେ ଆଗୂଆ ନିର୍ବାଚନ ହୁଏ ତେବେ ନିଶ୍ଚିତ ଭାବେ ଓଡ଼ିଶାରେ ବିଜେପି ଏବଂ ଚିଲିକାରେ ମାତ୍ର ୭%ଭୋଟ ହାର ରେ ପରାଜୟ ସ୍ୱୀକାର କରିଥିବା ପୃଥିରାଜ ହରିଚନ୍ଦନ ମହାଶୟ ବିଜୟ ଲାଭ କରିବାର ସମ୍ଭାବନା ଅଧିକ।

Categories
media

ଶ୍ରାବଣ ମାସ ମାହାତ୍ମ୍ୟ ଓ ଶିବ ମହିମା


ଚଳିତ ବର୍ଷ ଶ୍ରାବଣ ମାସ ୪ଜୁଲାଇ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି।ଏହି ବର୍ଷ ଦୀର୍ଘ ୧୯ଵର୍ଷ ପରେ ଏହା ଯୋଡା ଶ୍ରାବଣ ମାସ ପଡିଛି ଯାହାକି ୪ଜୁଲାଇ ଠାରୁ ଅଗଷ୍ଟ ୩୦ପର୍ଯ୍ୟନ୍ତ ପାଳନ କରାଯିବ।ଏହା ମଧ୍ୟରେ ୮ଟିସୋମବାର ପଡିଵ କିନ୍ତୁ ପ୍ରଥମ ୧୫ଦିନ କୃଷ୍ଣ ପକ୍ଷ ଏବଂ ଶେଷ ୧୫ଦିନ ଶୁକ୍ଳ ପକ୍ଷ ଶୁଭ ଅଟେ।

ପୁରାଣରେ ମାନ୍ୟତା ଅଛି କି ପ୍ରଥମେ ଭଗବାନ ପର୍ଶୁରାମ ଗଡ ମୂକ୍ତେଶ୍ୱର ଧାମ ରୁ ଗଙ୍ଗାଜଳ ଆଣି ଶିବଲିଙ୍ଗ ରେ ଅର୍ପଣ କରିଥିଲେ।ଏହା ଶ୍ରାବଣ ମାସ ଥିଲା ସେହି ଦିନଠାରୁ ପ୍ରଥା ଅଛି ଯେ ଶିବଲିଙ୍ଗ ରେ ପବିତ୍ର ଜଳ ଅର୍ଥାତ ଗଙ୍ଗାଜଳ ଢାଳିଲେ ନିଜର ସମସ୍ତ ମନୋକାମନା ପୂର୍ଣ ହୋଇଥାଏ।

ଆହୁରି ମଧ୍ୟ ବର୍ଣ୍ଣନା ଅଛି ଯେ ମହାଦେବ ଶିବଙ୍କୁ ମା ପାର୍ବତୀ ପାଇବା ପାଇଁ ବା ସନ୍ତୁଷ୍ଟ କରିବା ପାଇଁ ଘୋର ତପ ଏବଂ ଆରାଧନା କରିଥିଲେ ସେହି ସମୟ ଵି ଶ୍ରାଵଣ ମାସ ଥିଲା । ଗୌତମ ର୍ଋଷି ନିଜକୁ ଗୋ ଵଧ ଦୋଷରୁ ମୁକ୍ତ କରିବା ପାଇଁ ଗଙ୍ଗା ନଦୀ କୂ ତ୍ରୈଵକ୍ମ ଦକ୍ଷିଣ ଭାରତ ରେ ଯାହା ଅଜି ଦକ୍ଷିଣ ଗଙ୍ଗା ଗୋଦାବରୀ ନଦୀ ରୂପେ ପରିଚିତ ତାହାକୁ ଧାରଣ କରି ଆଣିଥିଲେ । ଭଗବାନ ଭୋଳାନାଥ ଚନ୍ଦ୍ର ଦେବ ଙ୍କୁ ଅଧିକ ଭଲ ପାଆନ୍ତି ଏପରିକି ନିଜ ପୁତ୍ର ଗଣେଶ ଠାରୁ ମଧ୍ୟ ଏକଦା ଗଣେଶ ନିଜ ବିରାଟ ଶରିର ଧରି ମୁଷା ଉପରେ ଭ୍ରମଣ କରୂଥିଲେ ଏହା ଦେଖି ଚନ୍ଦ୍ର ଦେବ ଗଣେଶ ଙ୍କୁ ଉପହାସ କରିଥିଲେ ଯାହାର ଫଳ ସ୍ୱରୂପ ଗଣେଶ ପ୍ରଭୁ ଚନ୍ଦ୍ର ଦେବଙ୍କୁ ଅଭିଶାପ ଦେଲେ ତୁମର ଏ ସୁନ୍ଦର ଶରୀର ପାଇଁ ବହୁତ ଗର୍ବ ନା ତୁମର ସୁନ୍ଦର ରୂପ ଆଜିଠାରୁ ରହିଵ ନାହିଁ ଏହା କଳଙ୍କିତ ଅର୍ଥାତ୍ ଗ୍ରହଣ ହେବ ଏବଂ ଯିଏ ତୁମ ରୂପ ଦର୍ଶନ କରିବ ସିଏ ବି କଳଙ୍କିତ ହେଵ ଏହା ଶୁଣି ମହାଦେବ ଦୂଖିତ ହୋଇଥିଲେ କାରଣ ତାଙ୍କ ମସ୍ତକରେ ସ୍ୱୟଂ ଚନ୍ଦ୍ର ଦେବ ବିରାଜିତ। ପରେ ମହାଦେବଙ୍କ ଯୋଗୁଁ ଗଣେଶ ପ୍ରଭୁ ଚନ୍ଦ୍ର ଦେବଙ୍କୁ ବରଦାନ ଦେଇ ଅଭିଶାପ ର ପ୍ରଭାବ କମ କରିଥିଲେ ଯାହାକି ୧୫ଦିନ କୃଷ୍ଣ ପକ୍ଷ ଏବଂ ୧୫ଦିନ ଶୁକ୍ଳ ପକ୍ଷ ହୋଇଥିଲା।ମହାଦେଵ ଚନ୍ଦ୍ର ଦେବ ଙ୍କୁ ସୋମ ରୂପେ ସମ୍ବୋଧନ କରୂଥିଲେ ତେଣୁ ସୋମବାର ତାଙ୍କର ଅତି ପ୍ରିୟ ଅଟେ।ଶ୍ରାବଣ ମାସ ସୋମବାର କୁ ସ୍ୱତନ୍ତ୍ର ଏବଂ ପବିତ୍ର ରୁପେ ବିବେଚନା କରାଯାଏ।

ଶିବଭକ୍ତ ଗଣ ମାନସିକ ରକ୍ଷି ମାସକ ଯାକ ସ୍ୱାତିକ ଆହାର ଅର୍ଥାତ୍ ନିରାମିଷ ଭୋଜନ ଵିନା ପିଆଜ, ରସୁଣ ଖାଦ୍ୟ ଖାଇ ଏହି ବ୍ରତ ପାଳନ କରିଥାନ୍ତି ଏବଂ ଦୁର ଦୁରାନ୍ତ ରୁ ଗଡଗଡିଆ ଘାଟ,ର୍ଋଶିକୂଲ୍ୟା,କାଳିଘାଟ ମହେନ୍ଦ୍ର ଗୀରୀ, ରାମେଶ୍ବର,ସଂଗମ ଉତ୍ତର ପ୍ରଦେଶ ଏହିପରି ବହୁ ଜାଗାରୁ ଖାଲି ପାଦରେ ପବିତ୍ର ନଦୀର ଜଳ ଆଣି ଶିବ ଙ୍କ ମସ୍ତକରେ ଅଭିଷେକ କରିଥାନ୍ତି।ଏହା କୁ କାୱଡ ଯାତ୍ରା ବା ଵୋଲବମ ଯାତ୍ରା ବୋଲି କହିଥାନ୍ତି। ଭକ୍ତଗଣ ଶିବ ପ୍ରେମ ରସରେ ନିଜକୁ ହଜାଇ ପୂରା ରାସ୍ତା ତାଙ୍କରି ନାମ ସୂମିରଣ କରି ଆସିଥାନ୍ତି। ରାସ୍ତାର ଚାଲିଲା ବେଳେ ଭୋଳାନାଥ ତ୍ରିପୁରାରୀ ଙ୍କ ଉଦ୍ଦେଶ୍ୟରେ ଭୋଳାବାବା ପାର କରେଗା,ଚିଲମ ଧାରୀ ପାର କରେଗା, ଡମ୍ବରୁଧର ପାର କରେଗା,କୈଳାସପତି, ପାର୍ବତୀ ପତି ପାର କରେଗା,ବୋଲବମ ହର ହର ଵମ ଏହିପରି ଅନେକ ନାମ ଉଚ୍ଚାରଣ କରିଥାନ୍ତି।

ଏହି ଯାତ୍ରା ପ୍ରଥମେ ପୁର୍ବ ଭାରତ ଯଥା ଝାଡ଼ଖଣ୍ଡ, ଛତିଶଗଡ଼,ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ରୁ ଆରମ୍ଭ ହେଵାର ପ୍ରମାଣ ମିଳେ ମାତ୍ର ଆଜି ଏହା ଉତ୍ତର ଭାରତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ , ହିମାଚଳ ଠାରୁ ଧରି ଆଜି ସାରା ଭାରତରେ ପ୍ରଚଳିତ। ପରିଶେଷରେ ଏତିକି କହିବି କିଛି କାଉଡିଆ ଭାଇ ମାନଙ୍କ ଉଦ୍ଦେଶ୍ୟରେ ଭାଇ ମାନେ ଶୃଙ୍ଖଳା ର ସହିତ ଗଞ୍ଜେଇ ନିଶା ଅଧିକ ନ କରି ରାସ୍ତା ରେ ବାମ ପାଶ୍ୱର୍ରେ ଯାଆନ୍ତୁ ଏବଂ ଯଦି କୌଣସି ରାଜରାସ୍ତାରେ ଯାଉଥାନ୍ତି ତେଵେ ବାମ ପଟେ ଧଳା ପଟି ଭିତରେ ଯାଆନ୍ତୁ। ଏବଂ ଆମ ସ୍ୱେଚ୍ଛାସେବୀ ଭାଇମାନଙ୍କୁ ଧନ୍ୟବାଦ ଦେବି ତାଙ୍କରି ସେଵା ପାଇଁ ଏହିପରି ସେବା ଜାରୀ ରଖନ୍ତୁ ମାନବ ସେବା ହିଁ ମାଧବ ସେଵା ଇଶ୍ୱର କୃପା ଲାଭ କରିବେ।

Categories
media

ଶ୍ରାବଣ ମହିମା


Categories
media

ବାଲୁଗାଁ ପାଟଣା ସାହି ସ୍ଥିତ ଶ୍ରୀ ଶ୍ରୀ ଗୋପାଳ ଜୀଉ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ।


ଆଜି ତା ୨୦ ଜୁନ ୨୦୨୩ ମସିହା ୨୦୮୦ଵିକ୍ରମ ସମ୍ବତ ଆଷାଢ଼ ମାସ ଶୁକ୍ଳପକ୍ଷ ତୃତୀୟାରେ ବାଲୁଗାଁ ପାଟଣା ସାହି ସ୍ଥିତ ଶ୍ରୀ ଶ୍ରୀ ଗୋପାଳ ଜୀଉ ଜଗନ୍ନାଥ ମନ୍ଦିର ର ରିତି ନୀତି ଅନୁସାରେ ଶ୍ରୀ ଦେବେନ୍ଦ୍ର ସୁବୁଦ୍ଧି ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ।

ସୂରକ୍ଷା ଦ୍ରୃଷ୍ଟିରୁ ବାଲୁଗାଁ ଥାନା ପୋଲିସ ବଳ ସୁରକ୍ଷା ରେ ରଥଟଣା କାର୍ଯ୍ୟ ସୁରୁଖୁରୁରେ ଶେଷ କରି ଭକ୍ତମାନେ ରଥ କୁ ମାଉସୀ ମା ଅର୍ଥାତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଭିଡି ଥିଲେ। ବାଲୁଗାଁ ପାଟଣା ସାହି ର ବହୁ ସ୍ୱଚ୍ଛାସେବୀ ଙ୍କ ସହଯୋଗ ରେ ଆନନ୍ଦ ଉଲ୍ଲାସର ସହିତ, ଶାନ୍ତି ଶୃଙ୍ଖଳା ରକ୍ଷା କରି ରଥଟଣା ସମ୍ପାଦନ କରିଥିଲେ।

Categories
media

ବାଲୁଗାଁ ନଗର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ବୈଠକ ଅନୁଷ୍ଠିତ


ତା୨୯/୫/୨୦୨୩ ସୋମବାର ,ବାଲୁଗାଁ ଠାରେ ଭାରତୀୟ ଜନତା ପାର୍ଟି ବାଲୁଗାଁ ନଗର ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ସଭା ଅନୁଷ୍ଠିତ ସୋଇଯାଇଛି। ଉକ୍ତ ସଭାରେ ବିଜେପି ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ଏବଂ ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ପ୍ରୃଥୀରାଜ ହରିଚନ୍ଦନ ପ୍ରତିନିଧିତ୍ଵ କରିଥିଲେ।କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ର ଲାଭ କିପରି ସମସ୍ତ ଜନ ସାଧାରଣଙ୍କୁ ମିଳିପାରିବ ଏବଂ ଆଗାମୀ ଚିଲିକା ନିର୍ବାଚନରେ ରଣନୀତି କିପରି ରହିବ,ଏପରି ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୂକ୍ତ ଦୁଷ୍ମନ୍ତ ହରିଚନ୍ଦନ ଙ୍କ ସହ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ସେଠୀ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜେପି କାଉନସିଲର ମାନେ ଯୋଗଦେଇଥିଲେ।

Design a site like this with WordPress.com
Get started