
ବାଣପୁର /ଖୋର୍ଧା ୨/୦୫/୨୦NAC ର ପ୍ରତ୍ୟେକ ୱାର୍ଡରେ କିଛି ନା କିଛି ସାଧାରଣ ଗରିବ ଲୋକଙ୍କ ସମସ୍ୟା ଲାଗି ରହିଛି ।ବହୁ ଯୋଗ୍ୟ ନିରୀହ ବୁଢା ବୁଢ଼ୀ ସେମାନଙ୍କର ମାନବିକ ଅଧିକାର ତଥା ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ।ଆଜି ଆମେ 2 ନମ୍ବର ୱାର୍ଡର କିଛି ବୁଢା ବୁଢ଼ୀକୁ ଭେଟିଥିଲୁ । ଏ ହେଉଛନ୍ତି ସେ ବୁଢ଼ୀ ମାଉସୀ ବୟସ 65 ବର୍ଷରୁ ଉର୍ଦ୍ଧ୍ବ ।ଯିଏ ନିଜର ଭତ୍ତା ଖଣ୍ଡେ ପାଇଁ 3 ବର୍ଷ ହେଲା NAC କାର୍ଯ୍ୟାଳୟକୁ ପାଞ୍ଚ ପାଞ୍ଚ ଥର ଦଉଡି ଦଉଡି ଶେଷ ରେ ନିରାଶ ହୋଇ ଥକି ପଡିଛନ୍ତି ।ସରକାରଙ୍କ ନିୟମ ଅଛି 60 ବର୍ଷରୁ ଉର୍ଦ୍ଧ୍ବ ବୟସ ହେଲେ ଜଣେ ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ କିନ୍ତୁ ଏହି ବୁଢ଼ୀ ମାଉସୀଙ୍କୁ 65 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳିନାହିଁ ।
