Categories
media

ବାଣପୁର କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ


ବାଣପୁର ୩୦/୦୫ ବାଣପୁର ,ଖୋର୍ଧା ) ବାଲୁଗାଁ ଖବର TV ବାଣପୁର ରୁ ପବିତ୍ର ପ୍ରଧାନ କଂ ରିପୋର୍ଟ

ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

କଲେଜ୍ ଛକର ମୁଖ୍ଯରାସ୍ତାର ଦୁଇ ପାର୍ଶ୍ଵ ରୁ ରଞ୍ଜନ ଦାସଙ୍କ ଘର ପର୍ଯ୍ୟନ୍ତ।

ପୂର୍ବ ଦିଗରେ ସତ୍ୟ ନାରାୟଣ ମୁଦୁଲିଙ୍କ ଘର ଠାରୁ ପଶ୍ଚିମ ଦିଗରେ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ୍ ପର୍ଯ୍ୟନ୍ତ।

ଉତ୍ତରରେ ସୁଶାନ୍ତ ରଥଙ୍କ ଘର ଠାରୁ ଦକ୍ଷିଣରେ ତ୍ରିନାଥ ସାହୁ ଙ୍କ ଘର ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି।

ଏହିପରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଏନ୍ଏସି ଅଫିସ୍ ରାସ୍ତା ସହ ପ୍ରକାଶ ମେଡିକାଲ୍ ଷ୍ଟୋର ଓ ସେଠାରେ ଥିବା ନିକଟସ୍ଥ ମାର୍କେଟ କମ୍ପଲେକ୍ସ ଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ପରିଚିହ୍ନିତ କରଯାଇଛି।

ପରିଚିହ୍ନିତ ହୋଇ ଥିବା ଅଞ୍ଚଳରେ କୌଣସି ଜନସାଧାରଣଙ୍କୁ ଯାତାୟାତ ଅନୁମତି ଦିଆ ଯିବ ନାହିଁ ଏବଂ ସେଠାରେ ଥିବା ସମସ୍ତ ଅଧିବାସୀଙ୍କୁ ଘରେ ରହି ବାକୁ ପରାମର୍ଶ ଦିଆ ଯାଇଛି। ସେଠାରେ ଥିବା ସମସ୍ତ ଦୋକାନ ବଜାର ଗୁଡ଼ିକ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆ ଯିବ। ଏଥି ପାଇଁ ନିଯୁକ୍ତ ନୋଡାଲ ଅଫିସର୍ ମାନେ କାର୍ଯ୍ୟ କରିବେ।

ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଏହି ଅଞ୍ଚଳ ରେ କଣ୍ଟେନମେଣ୍ଟ ଅବଧି ଆଜି ସନ୍ଧ୍ୟା ୭ ଟା ଠାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ ଘଟିକା ଯାଏଁ ବଳବତ୍ତର ରହିବ।

ଉକ୍ତ କଣ୍ଟେନମେଣ୍ଟ ଜୋନ ରେ ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ୱାବ ଟେଷ୍ଟ କରିବା, ଆର.ଆର.ଟି ଟିମ ସର୍ଭେ, ସାନିଟାଇଜେସନ,କଣ୍ଟାକ୍ଟ ଟ୍ରେସିଂ, ଘର ଠୁ ଘର ସର୍ଭେ ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଡା. ଧୂରଜଟି ପ୍ରସାଦ ମହାପାତ୍ର (ସୁପରିଟେଣ୍ଡେଣ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର), ଶ୍ରୀମତୀ ବିଦ୍ୟୁତପ୍ରଭା ରଥ ( ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଚିଲିକା), ବିବେକାନନ୍ଦ ଦାସ (ଅଗ୍ନିଶମ ବିଭାଗ ଅଧିକାରୀ, ବାଣପୁର) ଙ୍କୁ ନୋଡାଲ ଅଫିସର ରୂପେ ନିଯୁକ୍ତି ଦିଆଯାଇଛି ଓ ଏହି ସବୁ କାର୍ଯ୍ୟକୁ ପରିଚାଳନା କରିବେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ ସ୍ୱାଇଁ।ଅଗ୍ନିଶମ ବିଭାଗ ଦ୍ବାରା ବାଣପୁର ଅଂଚଳ କୁ ସାନିଟ୍ରାଇଜ କରାଯାଇଛି।

ଆମ ପୋର୍ଟାଲ ଟି ଭଲ ଲାଗିଲା ଟିକେ Like, Share କରିଦେବେ।

Categories
media

ବାଣପୁର ରେ ଦି ବ୍ଲଡ଼ ଡ୍ଡୋନର୍ସ ଓଡିଶା ଆୟୋଜିତ କଲା କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ।


ବାଲୁଗାଁ ଖବର TV : ବାଣପୁର ୨୮/୦୫ ବାଣପୁର ରୁ ପବିତ୍ର ପ୍ରଧାନ କଂ ରିପୋର୍ଟ ଦି ବ୍ଲଡ଼ ଡୋନର୍ସ ଓଡ଼ିଶା ତରଫରୁ ରଂଜନ ମହାପାତ୍ର କଂ ଉଦ୍ୟମରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ଏକ ଛୋଟିଆ ସଭାର ଆୟୋଜନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ରଞ୍ଜନ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ବ କରିବା ସହ କରୋନା ମହାମାରୀ ସମୟରେ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ନିଜ ପରିବାରକୁ ଭୁଲି ଜନସାଧାରଣଙ୍କୁ ବଞ୍ଚାଇଛନ୍ତି

ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଦି ବ୍ଲଡ଼ ଡୋନର୍ସ ଓଡିଶା

ତାଙ୍କର ଋଣ ଆମେ ସୁଝି ପାରିବା ନାହିଁ କିନ୍ତୁ ତାଙ୍କର ଏ ମହାନ କାମ ପାଇଁ ଟିକିଏ ଧନ୍ୟବାଦ ଦେଇ ପାରିବା ବୋଲି କହିଥିଲେ । ଶ୍ରୀଯୁକ୍ତ ବିନୟ ଭୂଷଣ ମିଶ୍ର ଦି ବ୍ଲଡ଼ ଡୋନରସ ଓଡିଶା ,ସଂପାଦକ କହିଥିଲେ ଆମେ ଚେଷ୍ଟା କରୁଛୁ ଓ ଆମର ପ୍ରୟାସ ଜାରି ରହିବ ରାଜ୍ୟ ର ଅନାନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରିବୁ ।ଗାଲୁଆ ପଞ୍ଚାୟତର ସରପଞ୍ଚ ରୋଜାଲିନ ସାମନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ପ୍ରଧାନ, ୱାର୍ଡ ମେମ୍ବର ଦୁର୍ଗା ଶଙ୍କର ବେହେରା ଓ ବିରଞ୍ଚି ଘଡାଇ, ଚିନ୍ତାମଣି ଘଡାଇ, ଛାୟାକାନ୍ତ ଲେଙ୍କା, ସଞ୍ଜୟ କୁମାର ଜେନାଙ୍କୁ ପୁଷ୍ପ ଚନ୍ଦନ, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

ଏହା ସହ ବାଣପୁର ଅଗ୍ନିଶମ ବିଭାଗର ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଡାକ୍ତରଖାନାର ଅଧିକାରୀ ଧୂର୍ଯଟି ପ୍ରସାଦ ମହାପାତ୍ର, ବାଣପୁର ଏନ୍.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ମଧ୍ୟ  ପୁଷ୍ପ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରେ ଚିଲିକା ରିପୋଟର୍ସ ଆସୋସିଏସନର ସାମ୍ବାଦିକମାନଙ୍କୁ ସମ୍ମାନୀତ କରାଯାଇଥିଲା।

ଆମ ପୋର୍ଟାଲ ଟି ଯଦି ଆପଣ କୁ ଭଲ ଲାଗିଲା ତ ଟିକେ like, share କରିଦେବେ।

Categories
media

ସବୁଦିନ ପାଇଁ ବନ୍ଦ ହେଲା ବାଲୁଗାଁ ବାଣପୁର କୁ ସଂଯୋଗ କରୁଥିବା ରେଳଫାଟକ।


ବାଲୁଗାଁ ଖବର, ବାଲୁଗାଁ, ଖୋର୍ଦ୍ଧା ୨୬/୦୫ ବାଲୁଗାଁ ଅଞ୍ଚଳର ରେଳଫାଟକଟିକୁ ସବୁ ଦିନ ପାଇଁ ବନ୍ଦ କରିବ ଖୋର୍ଧା ରେଳ ଡିଭିଜନ ଏହାର ସୁଚନା ମିଳିବା ପରେ ବାଲୁଗାଁ ଓ ବାଣପୁର ଅଂଚଳ ର ଲୋକକଂ ମନରେ ଜନ ଅସନ୍ତୋଷ ଦେଖାଦେଇଛି ଗତକାଲି ଏ ନେଇ ବାଲୁଗାଁ ଅଞ୍ଚଳର ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ରଂଜିତ କୁମାର ସାହୁ, ପ୍ରସାଦ ପ୍ରଧାନ, ଗଣେଶ ପ୍ରଧାନ, ପ୍ରଦୀପ ପ୍ରହରାଜ, ସୁଧାଂସୁ ଶେଖର ପରିଡା, ରମେଶ ସାହୁ, ପବିତ୍ର ପ୍ରଧାନ ଓ ଲକ୍ଷ୍ମୀଧର ମହାପାତ୍ର ଆଦି ବ୍ୟକ୍ତି କଂ ସହ ଆଖପାଖ ଅଞ୍ଚଳର ସାଧାରଣ ଜନତା ଏ ନେଇ ରେଳ କର୍ତ୍ତୃପକ୍ଷ କଂୁ ପଚାରିବାରୁ ବାଲୁଗାଁ ରେଳ ପୁର୍ବାଚଂଳ ଅତିରିକ୍ତ ବିଭାଗୀୟ ଯନ୍ତ୍ରୀ ଅଧିବେଶ ପାଶୱାନ କହିଲେ ଏହା ପୁର୍ବ ରୁ ଜିଲ୍ଲାପାଳ କଂ ଠାରୁ ୩ମାସ ପୁର୍ବ ରୁ ଅନୁମତି ପାଇସାରିଛନ୍ତି ଯେ କୌଣସି ସମୟରେ ସେ ଫାଟକ ରାସ୍ତା କୁ ବନ୍ଦ କରିପାରନ୍ତି।

ଏ ନେଇ ଗତକାଲି ଅପରାହ୍ନରେ ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ଓ ଅନାନ୍ୟ ସାଧାରଣ ଜନତା ବାଲୁଗାଁ ରେଳ କର୍ତ୍ତୃପକ୍ଷ ଓ ରେଳ ସୁରକ୍ଷା ବଳ ଅଧିକାରୀ କଂ ସହ ଆଲୋଚନା କରିଥିଲେ ସାଧାରଣ ଜନତା ଏ ରାସ୍ତା ଉପରେ ପ୍ରାୟ ୭ ରୁ ୮ ଟି ଗ୍ରାମ ଓ ୮ ହଜାର ରୁ ୧୦ ହଜାର ଲୋକ ନିତିଦିନ ଯା ଆସ କରନ୍ତି ଓ ନିର୍ଭର ମଧ୍ୟ କାରଣ ଅନ୍ୟ ଏକ ରାସ୍ତା ଓଭରବ୍ରିଜ ଯାହା ର ନିର୍ମାଣ ର ଡେଡଲାଇନ କେବେ ଠୁ ପାର ହେବାଯୋଗୁଁ ଏହାକୁ ଗତବର୍ଷ ଅଗଷ୍ଟ ମାସରେ ସାଧାରଣ ରେ ଯାତାୟତ ପାଇଁ ତରବରିଆ ଭାବେ ଖୋଲି ଦିଆଗଲା ମାତ୍ର ଏ ପର୍ଯ୍ୟନ୍ତ ତାର ଆଲୋକି କରଣ ହୋଇପାରିନାହିଁ ଏହାଦ୍ୱାରା ବିଭିନ୍ନ ଦୁର୍ଘଟଣା ନ ଘଟିବ ବୋଲି ଏଡାଇ ହେବନି ଓ ଅନ୍ୟ ସମସ୍ୟା ଟି ହେଲା ଏହାଦ୍ୱାରା ଲୋକ ମାନଙ୍କୁ ଅଯଥା ବୁଲାଣି ବୁଲି ଆସିବାକୁ ପଡିବ ଯାହାକି ଟ୍ରାଫିକ ବ୍ୟବସ୍ଥା ର ସୁବିଧା ନ ଥିବାରୁ ଦୁର୍ଘଟଣା ର ଅଧିକ ଭୟ ରହୁଛି।

ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ଓ ଆଖପାଖ ଅଞ୍ଚଳର ଲୋକେ ଦସ୍ତଖତ ସହ ନିଜର ଦାବି ଉପସ୍ଥାପନ କରିବାରୁ ପରିଶେଷରେ ବିଭାଗୀୟ ରେଳ କର୍ତ୍ତୃପକ୍ଷ ମାତ୍ର ୧ ମିଟର ପ୍ରସସ୍ଥ ରାସ୍ତା କେବଳ ଚଲାପଥ ଛାଡିବାକୁ ରାଜି ହୋଇଥିଲେ।

ଏହି ଭଳି ପୋଷ୍ଟ ଆମ ପୋର୍ଟାଲ ରେ ଜାଣିବାକୁ ଚାହିୁଁଥିଲେ ଆମ ପୋର୍ଟାଲ କୁ Like, Share କରନ୍ତୁ।

Categories
media

ବଦଳିଲା କୱାରେଣ୍ଟିନ ନିୟମ


ପୁଣି କୱାରେଣ୍ଟିନ ନିୟମ ବଦଳାଇଲେ ରାଜ୍ୟ ସରକାର

ବାଲୁଗାଁ ଖବର TV ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ପବିତ୍ର ପ୍ରଧାନ କଂ ରିପୋର୍ଟ : ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ କୱାରେଣ୍ଟିନ ର୍ ନିୟମ ପରିବର୍ତ୍ତନ କରିବାକୁ ସ୍ଥିର କରଛନ୍ତି ରାଜ୍ୟ ସରକାର । ପ୍ରବାସୀ ମାନେ ଏବେ ୨୧ ଦିନ ପରିବର୍ତ୍ତେ ୧୪ ଦିନ କୱାରେଣ୍ଟାଇନ୍‌ରେ ରହିବେ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଲକଡାଉନ ୪. ୦ ସମୟରେ ରାଜ୍ୟ ସରକାର କରିଥିବା କଟକଣା କୋହଳ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ବାହାରୁ ଓଡିଶାକୁ ଫେରୁଥିବା ଲୋକଙ୍କ ପାଇଁ ଗ୍ରାମାଞ୍ଚଳରେ ୭ ଦିନ ସରକାରୀ କୱାାରେଣ୍ଟାଇନ୍‌ ବାଧ୍ୟତାମୂଳକ। ଲକ୍ଷଣ ନ ଥିଲେ ଆଉ ୭ ଦିନ ଘରେ କୱାରେଣ୍ଟାଇନ୍‌ରେ ରହିବେ। ୩ ଦିନ ଭିତରେ ରାଜ୍ୟ ବାହାରକୁ ଯାଇ ଫେରିଲେ ନିୟମ ଲାଗୁ ହେବନି । କର୍ତ୍ତୃପକ୍ଷ ଆବଶ୍ୟକ ପଡିଲେ କୱାରେଣ୍ଟାଇନ୍ ଅବଧି ବଢ଼ାଇବେ। ସରପଞ୍ଚ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏଥିପ୍ରତି ନଜର ରଖିବା ପାଇଁ କହିଛନ୍ତି।

ଶ୍ରୀ ପ୍ରଦୀପ ଜେନା କହିଲେ ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅବସ୍ଥା ରେ ଅଛି ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍ଥିତି ଚିନ୍ତାଜନକ ନୁହେଁ। ବାହାର ରାଜ୍ୟରୁ ଆସିବା ପୂର୍ବରୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପୁର୍ବରୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ସୂଚନା ହେଲା ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଅଧିକ ପ୍ରବାସୀ ଆସୁଛନ୍ତି। ଆଜି ତେଲେଙ୍ଗାନାରୁ ୧୨ଟି ଟ୍ରେନ୍‌ରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସିବେ ଓ ସେମାନେ ବିନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆଗୁଆ ଜଣାଇବା ଉଚିତ। ଏହାଦ୍ଵାରା ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇପାରିବ। ବିନା ସୁଚନା ରେ ଆସୁଥିବା ପ୍ରବାସୀ ମାନକଂ ପାଇଁ ତଣ୍ଡ ବିଧାନ ହୋଇପାରେ।

ଶ୍ରୀ ପ୍ରଦୀପ ଜେନା କହିଲେ ରାଜ୍ୟରେ ଆସନ୍ତାକାଲିଠାରୁ ବସ୍, ଟ୍ୟାକ୍ସି, ଅଟୋ ଆଦି ଯାନବାହାନ ସହିତ ଅନ୍ତଃ ଜିଲ୍ଲା ତଥା ସହର ମଧ୍ୟରେ ସିଟିବସ୍‌ ଚଳାଚଳ କରିବ। ମାତ୍ର ବସ ମାଲିକ ସଂଘ ସଭାପତି କହିଛନ୍ତି ଆସନ୍ତା କାଲି ଠାରୁ ବସ ଚାଲିବା ସମ୍ଭବ ନୁହେଁ କାରଣ ତାକଂ ପାଖେ ବର୍ତମାନ ବସ ଚାଳକ ଓ ହେଲପର ର ଉପଯୁକ୍ତ ପରିମାଣର ନାହାନ୍ତି ସେଥିପାଇଁ ସମୟ ଲାଗିବ ମାତ୍ର ୪ ଚକିଆ  ଓ ୩ ଚକିଆ ଯାନରେ ଚାଳକଙ୍କ ଛଡ଼ା ଆଉ୨ ଯାତ୍ରୀ ଯାଇପାରିବେ।ଯଦି ବସ ଚାଲେ ତେବେ ବସ୍‌ରେ ଯେତିକି ସଂଖ୍ୟା ସିଟ୍ ଥିବ ସେତିକି ଯାତ୍ରୀ ଯିବେ।କେହି ଯାତ୍ରୀ ଛିଡା ହୋଇ ଯିବେନାହିଁ ସମସ୍ତ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଯଦି ଆମ ପୋର୍ଟାଲ ଟି ଆପଣାକୁ ଭଲ ଲାଗିଲା ତ ଟିକେ Like, share କରିଦେବେ।

Categories
media

ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା।


ବାଲୁଗାଁ ଖବର TV ନିୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା ରାଜୁ ମହାନ୍ତ ନାମକ ବ୍ୟକ୍ତି କୁ ଘର ୃତାଳସରୁଆ ପରଭାସରଭା ସହରପଡା ବଲ୍କ ର ଥାନାକୁ ଡାକି ଥିଲେ ଏହା ପୁର୍ବ ରୁ ରାଜୁ ମହାନ୍ତ ଜମିଜମା ବିବାଦ ଘଟଣାରେ ଥାନାରେ ରିପୋର୍ଟ କରିଥିଲେ ମାତ୍ର ୍ର ଆଈଆଈସି ସଂଧ୍ୟାରାଣୀ ଜେନା ତାକୁଂ ଲକତାଉନ ସମୟରେ ଆଚଁଳିକ କୋର୍ଟ କୁ ନ ପଠାଇ ତାକୁ ଥାନାରେ ଦୁଇ ପୋଲିସ କର୍ମଚାରୀଙ୍କ ସମ୍ମୁଖରେ ଗୋଇଠା ଓ ଲାତ ମାରି ଥିବା ର ଭିଡିଓ ଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ମେ ୧୯ ତାରିଖରେ ମାନବାଧିକାର କମିଶନ କେନ୍ଦୁଝର ଏସ ପି ମିତ୍ରଭାନୁ ମହାପାତ୍ରଙ୍କ ୁ ନିର୍ଦେଶ ଦେଇଥିଲେ ପାଟଣା ଥାନା ଅଧିକାରୀ ସଂଧ୍ୟା ରାଣୀ ଜେନାକଂ ଦରମାରୁ ୧୦୦୦୦ ଟକାଂ କାଟି ରାଜୁ ମହାନ୍ତ କୁ ଦେବାପାଇଁ ଓ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ ।ଏହି ବିଷୟ ରେ କେନ୍ଦୁଝର ଏସ ପି ମିତ୍ରଭାନୁ ମହାପାତ୍ର ଘଟଗାଁ SDPO କଂୁ ନିର୍ଦେଶ ଦେଇଥିଲେ ସଂଧ୍ୟା ରାଣୀ କଂ ଥାନାର ଆଇନ ଉଲଂଘନ ରେ କାର୍ୟକଳାପ ଉପରେ ଆକ୍ସନ ନେବାପାଇଁ।

ଏ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ମହୋଦୟ ନିଜ Twitter ରେ ପୋଷ୍ଟ କରି ସଂଧ୍ୟାରାଣୀ ଜେନା କଂୁ ନିଲମ୍ବନ କରିଛନ୍ତି

ଆମ ପୋର୍ଟାଲ ରେ ଏହି ଭଳି ଖବର ଜାଣିବା ପାଇଁ Like share କରନ୍ତୁ।

Categories
media

ବାଗାଂଲୋର ରୁ ଶ୍ରମିକ ଆସି ଘରେ ତାକଂ ନା ତାରିଣୀ ମହାରଣା


ତାରିଣୀ ମହାରଣା

୧୮/୦୫ ବାଲୁଗାଁ ଖବର , ବାଲୁଗାଁ ରୁ ପବିତ୍ର ପ୍ରଧାନ

ଗତକାଲି ଆମ ଟିମ ତାରିଣୀ ମହାରଣା ନାମକ ବ୍ୟକ୍ତିଙ୍କୁ ଭେଟିଥିଲୁ ବାଲୁଗାଁ ଉମାମହେଶୱର ମନ୍ଦିର ନିକଟ ବେଲପଡା ରାସ୍ତା ରେ ତାରିଣୀ କଂ ଘର ଗତକାଲି ତାରିଣୀ ମହାରଣା ଓ ତାକଂ ପତ୍ନୀ ମଲ୍ଲୀ ମହାରଣା କଂ କଥାନୁସାରେ ତାରିଣୀ ତାର ଭୋର ସକାଳୁ ବାଗାଂଲୋର ରୁ ଟ୍ରେନ ଯୋଗେ ଆସି ଖୋର୍ଧା ରେଳ ଷ୍ଟେସନ ଠାରେ ଓହ୍ଲାଇ ଥିଲେ ସେଠାରୁ ସେ ଅନ୍ୟ ସାଥୀ ମାନକଂ ସହ ଏକ ବସ ଯୋଗେ ବାଲୁଗାଁ ବାଇପାସ ଅର୍ଥାତ ପଦନପୁର ନିକଟରେ ଓହ୍ଲାଇ ଥିଲେ ସାଥୀମାନେ ସେମାନକଂ ଗାଁ ରୁ ଆସିଥିବା ଗାଡିରେ ଚାଲିଗଲେ ମାତ୍ର ତାରିଣୀ କୁ ନେବା ପାଇଁ ବାଲୁଗାଁ ଅଞ୍ଚଳର କର୍ମକର୍ତା କେହି ଯାଇନଥିଲେ ସେଶରେ ବହୁତ ସମୟ ଅପେକ୍ଷା କରି ତାରିଣୀ ନିଜ ଘର ଅଭିମୁଖେ ବାହାରିଥିଲେ।

ମଲ୍ଲୀ ମହାରଣା

ମାତ୍ର ତାକଂ ପତ୍ନୀ ମଲ୍ଲୀ ମହାରଣା ଏଥିପାଇଁ ସଜାଗ ହୋଇ ଓ #covid19 ର ନିୟମ ଅନୁଯାୟୀ ତାକଂଠାରୁ ସାମାଜିକ ଦୂରତା ରଖିଥିଲେ ଓ ଅଗଂନବାରୀ ସେଣ୍ଟର ରେ ଜଣାଇଥିଲେ ମାତ୍ର ସେ କହିଥିଲେ ତୁମେ NAC କୁ ଜଣାଅ ମାତ୍ର ବାଲୁଗାଁ ବିଗଂପିତ ଅଂଚଳ ପରିଷଦ ରେ ଡିଲର କିଏ ଜଣେ ଥିଲେ ସେ କହିଲେ ତୁମେ ଥାନାକୁ ଜଣାଅ ଗରିବ ଲୋକ ଥାନା ନା ଶୁଣି ଡରି ଭୟବିତ ଓ ବୁଧିଶୁନ୍ୟ ହୋଇ ଘରକୁ ଫେରି ଆସିଲେ ସେଠାରେ ଆମର ସାମ୍ବାଦିକ ଭାଇ ମାନେ ଓ ସମାଜସେବୀ ପ୍ରଷାଦ ପ୍ରଧାନ ମହୋଦୟ ଓ ହାପି ସାହୁ ତାକଂୁ ସାହସ ଓ ସାନତୱନା ଓ ସଚେତନ କରି ଦୁରତା ବଜାୟ ରଖି କିଛି ଜଳଖିଆ ଖାଇବାକୁ ଦେଇଥିଲେ। ଏଠାରେ ଆମର ପ୍ରଶ୍ନ ସବୁ ନିଜ କାନ୍ଧ ଉପରୁ ଦାୟିତ୍ୱ ର ବୋଝ ଓହ୍ଲାଇ ଦେଉଛନ୍ତି ତ ସରକାର ଏମାନକଂୁ କଣ ପାଈଁ ଦରମା ଦେଇ ରଖିଛି ଆମରି କର ପଇସାରେ ଯଦି ଏମାନକୁଂ ଦରମା ମିଳୁଛି ତ ଏମାନେ ଆମପାଇଁ କାମ କରିବା ଦରକାର ନ ହେଲେ ଏ ମାନକଂ ତୁରନ୍ତ କାର୍ଯ୍ୟାରୁ ନିଲମ୍ବନ କରିବା ଦରକାର। ତଥାପି ତାରିଣୀ କଥା ବୁଝିଲେନି କେହି ଆସିଲାନି କୌଣସି ଗାଡି ନା ଆସିଲେ କୌଣସି ପଦାଧିକାରୀ। ଶେଷରେ ବାଲୁଗାଁ ସଚେତନ ନାଗରିକ ମଞ୍ଚ ର କର୍ମୀ ଓ ସମାଜସେବୀ ପ୍ରଷାଦ ପ୍ରଧାନ ଆମର ବଡଭାଇ ତୁଲ୍ୟ ଓ ହାପି ସାହୁ ଆମର ସାନଭାଇ ଏ ଦୁଇ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ରେ ବାଲୁଗାଁ ମହାବିଦ୍ୟାଳୟ ଠାରେ Covid 19 କୱାରେଣ୍ଟିନ ସେଣ୍ଟର ଯାଇଥିଲେ। ଶେଷ ଦୂରଷୟଟି ଦେଖିଲେ ଲାଗୁଛି ଏବେ ବି ମଣିଷପଣିଆ ବଚିଂଛି ହେଲେ ଗରିବ ଲୋକ ପାଇଁ କେବଳ ପୋଷ୍ଟର ରେ ସରକାର ଯୋଜନା ହେଲେ ଯେଉଁମାନେ ସରକାରୀ ଯୋଜନା ସବୁ ଚଳୁ କରିବେ ଓ ଗରିବ ର ହକ ରୁ ଲୁଟି ଖାଇବେ ସେମାନେ କୁଆଡ଼େ ଗଲେ କାରଣ ସେ ନିଜକୁ ସରକାର କଂ ବଡପୁଅ ମନେକରନ୍ତି।

ଭୁଲ ଠିକର ବିଚାର ଆପଣ କରିବେ ଯଦି ଆମ ପୋର୍ଟାଲ ଟି ଭଲ ଲାଗେ ତ ଟିକେ like, share କରିଦେବେ।

ଆପଣକଂ ସହ କଥାହେବା ଆସନ୍ତା ପୋର୍ଟାଲ ରେ ଜୟ ଜଗନ୍ନାଥ।

Categories
media

ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଚାଂୟତ ରେ ଲେବର କାର୍ଡ ଟଂକା ବଣ୍ଟନରେ ଅନିୟମିତତା ।


ବାଣପୁର ରୁ ବାଲୁଗାଁ ଖବର TV ରିପୋର୍ଟ

୧୪/୦୫ ଖବର ଅନୁସାରେ ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଚାଂୟତ ର ନୁଆଗାଁ ଗାଁ ର ମହିଳା ଶ୍ରମିକ ନାମ ମେଘି ଦେଇ ସ୍ୱାମୀ କଂ ନାମ ସୁରେନ୍ଦ୍ର ନାୟକ କଂ କହିବା ଅନୁସାରେ ତାଂକ ଗାଁ ର ପ୍ରାୟ ଥିଲାବାଲା ଲୋକ ଲେବର କାର୍ଡ ମାଧ୍ୟମରେ ଓ ସମସ୍ତ କାର୍ଡ ଧାରୀ ସରକାରୀ ଅନୁଦାନ ରାଶି ଟ ୧୫୦୦ ପାଇଛନ୍ତି ଅଥଚ ଗରିବ ଦୀନ ହୀନ ପରିବାର ର ମେଘି ଦେଇ କଂର ପରିବାର ରେ ୪ ଝିଅ ଓ ଏକମାତ୍ର ଭେଣ୍ଡିଆ ପୁଅ ସେ ଜନ୍ମ ରୁ ଦୃଷ୍ଟିହୀନ ସ୍ୱାମୀ ମୁଲଲାଗୀ ପେଟ ପୋଷ ନ୍ତି ା ସେ ଏ ପର୍ଯ୍ୟନ୍ତ ପାଇନାହାନ୍ତି ।ଏ ନେଇ ସେ ଲେବର କାର୍ଡ ଟଂକା ବିଷୟରେ ୧୦ ଦିନ ତଳେ ପୁରୁଣା ପଚାଂୟତ କାର୍ଯ୍ୟାଳୟ କୁ ଯାଇଥିଲେ ସେଠାରେ ଉପସ୍ଥିତ ସରପଂଚ ଯଦୁମଣି ବାବୁକଂୁ (ତୁମବୁରାପୁଟ) ସମସ୍ତ କାର୍ଡ ର ନକଲ ଯଥା ଆଧାର, ଲେବର ଓ ବ୍ୟାକଂ ଖାତା ନକଲ ଦେଇଥିଲେ ଓ ଲେବର କାର୍ଡ ର ରେନୟୁ ର ନକଲ ମଧ୍ୟ ଦେଇଥିଲେ। ହେଲେ ତାକଂ ଆକାଉଣ୍ଟ କୁ କୌଣସି ଟଂକା ଆସିନାହିଁ।

ଏଠାରେ ଆମେ ପ୍ରଶାସନ କୁ ଅନୁରୋଧ କରୁଛୁ ଯେ ତାଙ୍କ ର ଲେବର କାର୍ଡ ଟଂକା ତୁରନ୍ତ ଦେଲେ ଗୋଟେ ଗରିବ ପରିବାର ଉପକୃତ ହୁଅନ୍ତେ।

Categories
media

ବଲାଙ୍ଗୀର ଜିଲ୍ଲା ର ଦେଓଗାଁ ବ୍ଲକ ରେ ଝାଡା ବାନ୍ତି ରେ ଆକ୍ରାନ୍ତ


ବଲାଙ୍ଗୀର ରୁ ପବିତ୍ର ପ୍ରଧାନ ୧୫/୦୫ ବଲାଗୀଂର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଝର ଗାଁ ରେ ଝାଡା ବାନ୍ତି ରେ ପ୍ରାୟ ୭୦ ରୁ ଅଧିକ ଲୋକ ଆକ୍ରାନ୍ତ ଓ ଜଣେ ଲୋକ ଶୋଚନୀୟ ହୋଇ ବଲାଗୀଂର ଜିଲ୍ଲା ଭୀମଭୋଇ ହସପିଟାଲ ରେ ଭର୍ତି ହୋଇଛନ୍ତି। ଝାଡା ବାନ୍ତି ଆକ୍ରାନ୍ତ କଂ ସଂଖ୍ୟା ଆହୁରି ବଢିବାରେ ।

ଆଗକୁ ଏହିପରି ଖବର ଜାଣିବାକୁ ଚାହୁଁଛନ୍ତି ତ ଆମ ପୋର୍ଟାଲ କୁ ସେୟର କରନ୍ତୁ। ବାଲୁଗାଁ ଖବର

Categories
media

ବାଲୁଗାଁ ର ଇଷ୍ଟ ଦେବ ଶ୍ରୀଶ୍ରୀ ଉମାମହେଶୱର ଦେବ ମନ୍ଦିର ପ୍ରାଙ୍ଗଣ ରେ ସଂକ୍ରାନ୍ତି ଭିଡ


୧୪/୦୫ ବାଲୁଗାଁ ,ଖୋର୍ଦ୍ଧା ଜିଲ୍ଲାର  ଚିଲିକା ବ୍ଲକ ର ବାଲୁଗାଁ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଉମାମହେଶୱର ଦେବ ମନ୍ଦିର ପ୍ରାଙ୍ଗଣ ରେ ସଂକ୍ରାନ୍ତି ଯୋଗୁଁ କରୋନା ମହାମାରୀ ସମୟରେ ସରକାର କଂ କଟକଣା ଜାରି ହୋଇଥିଲେ ମଧ୍ୟ ଆଜି ସେଠାରେ ଭକ୍ତ କଂ ଭିଡ ଦେଖିବାକୁ ମିଳିଥିଲା।

Categories
media

ବାଣପୁର ୟୁକୋ ବ୍ୟାକଂ ସାମ୍ନା ରେ ଭିଡ


ବାଣପୁର ବିଗଂପିତ ଅଂଚଳ ର ୟୁକୋ ବ୍ୟାକଂ ସାମନାରେ ଦେଖିବାକୁ ମିଳିଥିଲା ଏହି ଭଳି ଭିଡ ସେଠାରେ ମହିଳା ମାନେ ସାମାଜିକ ଦୂରତା କୁ ଫୁ କରିଛନ୍ତି। ସକାଳୁ ସକାଳୁ ଏହି ଭଳି ଭିଡ ଦେଖିବାକୁ ମିଳିଥିଲା ବାଲୁଗାଁ ଖବର ଟିଭି ର ଖବର ପ୍ରତିନିଧି ମୁଖ୍ୟ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର କଂ ରିପୋର୍ଟ ଅନୁସାରେ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରାୟ ସଂଘ ଋଣ ଉଠାଇବାକୁ ଆସି ଏଭଳି ଭିଡ ଜମାଇଥିଲେ। ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଅଚଂଳ ପୋଲିସ ପ୍ରଶାସନ କୁ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

Jବାଣପୁର
Design a site like this with WordPress.com
Get started