Categories
media

ସାଧାରଣ ନିର୍ବାଚନ ରେ ବିଜେପି ଦେଖିବ ଅସଲ ମୁକାବିଲା ଅର୍ଥାତ୍ ଏହା ହୋଇପାରେ କଡା ମୁକାବିଲା???


Reporter and editor -pabitra kumar Pradhan

Courtesy photo -Google

ଭାରତୀୟ ରାଜନୀତିରେ ସମିକ୍ଷା କଲେ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ପରେ ଶ୍ରୀ ନରେନ୍ଦ୍ର ମୋଦୀ ଏକମାତ୍ର ଅଣ କ‍ଂଗେ୍୍ରସ ନେତା ବା ଗୈାରବଶାଳୀ ବ୍ୟକ୍ତି ଯିଏକି ୨୦୧୪ ରୁ ଲଗାତାର ତିନିଥର ଵିଜୟୀ ହ୍ୟାଟ୍ରିକ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି ବା ଏବେ ସୁଦ୍ଧା ସୁଚାରୁରୂପେ ତୁଲାଉଛନ୍ତି। ଜବାହରଲାଲ ନେହେରୁ ୧୫ ଅଗଷ୍ଟ ୧୯୪୭ ରୂ ୨୭ ମେ  ୧୯୬୪ ମସିହା ପର୍ଯ୍ୟନ୍ତ ଏହି ପ୍ରଧାନମନ୍ତ୍ରୀ ପଦରେ ସର୍ବାଧିକ ସମୟ ରହି ରେକର୍ଡ଼ କରିଛନ୍ତି।

ଏକଦା Hindustan times ନିୟୁଜ ପେପର ତାର ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇ ହେଡଲାଇନ ଖବରରେ ଲେଖିଥିବା NDA LEADING, INDIA SHINNING ଏହାର ଯଥାର୍ଥତା ଅଛି।ଆପଣ ଭାବୁଥିବେ ନିୟୁଜ ପେପର ଠିକ୍ ତ ଲେଖିଛି national democratic alliance ଜିତୁଛି,ଭାରତ ଚମକୁଛି ଵା ଉଜ୍ବଳ ହେଉଛି ମାତ୍ର ତାହା ଲେଖିବାର  ପ୍ରକୃତ ଅର୍ଥ  National democratic alliance( NDA) ଜିତୁଛି ମାତ୍ର The Indian National Developmental Inclusive Alliance (INDIA)  ମେଣ୍ଟ ପାର୍ଟୀ ଯାହା shine କରୁଛି ଅର୍ଥାତ୍ ସେ ମଧ୍ୟ ପୂର୍ବ ଅପେକ୍ଷା ୨୦୧୪ , ଏବଂ ୨୦୧୯ ତୁଳନା ରେ ୨୦୨୪ ରେ କଂଗ୍ରେସ ସହଯୋଗୀ ମେଣ୍ଟ ଭଲ ଫଳାଫଳ ପାଇଛି।ଭୋଟ ସେୟାର ଏବଂ ସିଟ ସେୟାର ଵଢିଛି।

୨୦୧୪ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ୫୪୩ ସିଟ୍ ରୁ ଏକାକୀ ୨୮୨ ଏବଂ ସହଯୋଗୀ ମେଣ୍ଟ (NDA)ସହ ମିଶି ୩୩୬ ସିଟ ଅକ୍ତିଆର କରି ଶାସନ ଭାର ଗ୍ରହଣ କରିଥିଲା। ଭାରତୀୟ ଜନତା ପାର୍ଟିର ଭୋଟ ହାର ୩୧ପ୍ରତିଶତ ଥିଲା ଏବଂ ମେଣ୍ଟ ଭୋଟହାର ୩୮.୫ପ୍ରତିଶତ ଥିଲା।ଗତ ନିର୍ବାଚନ ଅପେକ୍ଷା ୧୭୮ ସିଟ୍ ରେ ବୃଦ୍ଧି କରିଥିଲା। ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ୧୯.୩୧ପ୍ରତିଶତ ଭୋଟ ହାର ଓ ସହଯୋଗୀ ମେଣ୍ଟ ୨୩.୦ ପ୍ରତିଶତ ଭୋଟ ପାଇ ପରାଜୟ ବରଣ କରିବା ସହ ମନମୋହନ ସିଂହ ଯିଏକି ମଐନ ମୋହନ ଭାବରେ ପରିଚିତ।ଏପରି ଏକ ରିମୋଟ କଣ୍ଢେଇ ସରକାର ର ଅନ୍ତ ଘଟିଥିଲା।ସେହି ସମୟରେ ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ହମଲା ର ଜବାବ ନ ଦେଇ କସାବକୁ ଜେଲରେ ଭିଆଇପି ଭଳି ଟ୍ରିଟ କରିଥିଲେ।୨୦୧୯ ରେ ମଧ୍ୟ ଭାରତୀୟ ଜନତା ପାର୍ଟି ଜନତାଙ୍କ ଆସ୍ଥା ଭାଜନ ହୋଇପାରିଥିଲା। ଏକାକୀ ୩୦୩  ଏବଂ (NDA ) ସହଯୋଗୀ ମେଣ୍ଟ ମିଶି ୩୫୩ ସିଟ ଅକ୍ତିଆର କରି ମାନଚିତ୍ର କୁ ଦେଖିଲେ ଲାଗିବ ସତେକି ଭାରତ ପୂରା ଭଗବା ବା ଗେରୁଆ ରଂଗ ରେ ରଙ୍ଗାୟିତ।

Courtesy photo -Google

୨୦୧୯ ନିର୍ବାଚନ ରେ ବିଜେପି ର ଭୋଟ ହାର ୩୭.୩୬ ପ୍ରତିଶତ ଏବଂ ସହଯୋଗୀ (NDA) ମେଣ୍ଟର ମୋଟ ଭୋଟ ହାର ସର୍ବାଧିକ ୪୫.୩ ଥିଲା ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ର ମୋଟ ଭୋଟ ହାର ୧୯.୪୯ପ୍ରତିଶତ ଏବଂ ସହଯୋଗୀ ମେଣ୍ଟ ସହ ମିଶି ମୋଟ ଭୋଟ ହାର ୨୭.୫ ପ୍ରତିଶତ ଥିଲା। ସେତେବେଳେ ଯାହାକି ସର୍ଜିକାଲ ଷ୍ର୍ଟାଇକ ଏବଂ ଚୀନ ସୀମା ବିବାଦ ମୁଖ୍ୟ ନିର୍ବାଚନ ମୁଦ୍ଦା ଥିଲା। ଏବଂ ଭାରତୀୟ ମାନଙ୍କ ମନରେ ବିଜେପି ନିଜକୁ ଆସ୍ଥା ଭାଜନ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ୨୦୨୪ ନିର୍ବାଚନ ରେ ୨୦୧୯ ର  କୋଭିଡ (COVID) ଭଳି ମହାମାରୀ କୁ ସଫଳ ନିୟନ୍ତ୍ରଣ କରି ଏବଂ ହିନ୍ଦୁ ମାନଙ୍କର ମନ୍ଦିର ସୁରକ୍ଷା ଦେଇ ଓ ଅଯୋଧ୍ୟାରେ ଵହୁ ବିବାଦିତ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କରି ସୁଦ୍ଧା” ଅବକି ବାର ୪୦୦ ପାର” ନାରା ଦେଇ ନିର୍ବାଚନ ରେ କିନ୍ତୁ ଆଶାନୁରୂପ ସଫଳତା ହାସଲ କରିପାରିନଥିଲା ଭାରତୀୟ ଜନତା ପାର୍ଟି ଓ ତାର ସହଯୋଗୀ ମେଣ୍ଟ ମୋଟ ୨୯୩ ସିଟ ଅକ୍ତିଆର କରି ତୃତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିଥିଲେ ସୁଦ୍ଧା ୩୦୦ ସିଟ କୁ ପାର ମଧ୍ୟ କରିପାରିନଥିଲେ। ତୃତୀୟ ଥର ପାଇଁ ଶାସନକୁ ଆସିବାରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୂଦ୍ଦ ସହାୟକ ହୋଇଥିଲା। କିନ୍ତୁ ୨୦୨୯ ରେ ଏଭଳି କିଛି ମୁଦ୍ଦା ନ ଥିଵ।

କିନ୍ତୁ ୨୦୨୯ ନିର୍ବାଚନ ବିଜେପି ପାଇଁ ଚାଲେଞ୍ଜିଗ ରହିବ ଏଥିପାଇଁ କି ସ୍ଥିର ଏବଂ ପ୍ରଗତିଶୀଳ ଜିଡିପି ରେ ଅଭିବୃଦ୍ଧି ଘଟିଥିଲେ ସୁଦ୍ଧା ନୁଆ ଉଦ୍ୟେଗ ଏବଂ ନିଯୁକ୍ତି ସୃଷ୍ଟି ରେ ଵିଫଳ ହେବ ସରକାର।ନୁଆ ଜ୍ଞାନ କୈଶଳ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାର ସାମ୍ନା କରିପାରେ ବର୍ତ୍ତମାନ ର ବିଜେପି ସରକାର ଅଣ କୁଶଳୀ କାରିଗର ମାନଙ୍କୁ କାର୍ଯ୍ୟ ଯୋଗାଇବାରେ ବିଫଳ ହେବ ସରକାର। ଟେକ୍ନୋଲୋଜି ର ଅଭିବୃଦ୍ଧି ଓ ଡିଜିଟାଲ ର ବହୁ ପ୍ରଚଳନ ଗ୍ରାମିଣ ବିକାଶ ରେ କିଛି ଫରକ ପଡିବ ନାହିଁ।ଯାହା ଦ୍ୱାରା ସିଂହ ଭାଗ ଭୋଟ ହରେଇପାରେ ଭାରତୀୟ ଜନତା ପାର୍ଟି।

ମାନ୍ୟବର ନରେନ୍ଦ୍ର ମୋଦୀ ନିଜ ନୀତି କାରଣରୁ ଯଦି ୭୫ ବର୍ଷ ରେ ପଦାର୍ପଣ କଲା ପରେ ସ୍ବେଛାକୃତ ଅବସର ନିଅନ୍ତି।ଓ ବିଜେପି ର କେବଳ ମାତ୍ର ପଥ ପ୍ରଦର୍ଶକ ହୁଅନ୍ତି ତେବେ ନିଶ୍ଚିନ୍ତ ଭାବରେ ବିଜେପି ପରାଜୟ ବରଣ କରିପାରେ ଏଥିରେ ସନ୍ଦେହ ନାହିଁ।କାରଣ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ ରେ ମୋଦୀ ୭୫ ବର୍ଷ ରେ ପଦାର୍ପଣ କରିବେ। ଆଗକୁ ଯୋଗୀ ଆଦିତ୍ୟ ନାଥ ଆସ୍ଥା ଭାଜନ ହୋଇପାରିଵେ ଵୋଲି ଏହାର କିଛି ଗ୍ୟାରେଣ୍ଟି ନାହିଁ କାରଣ ଗତ ନିର୍ବାଚନରେ ଉତ୍ତର ପ୍ରଦେଶର ନିର୍ବାଚନ ଫଳାଫଳ ବିଶ୍ଳେଷଣ କଲେ ଅନୁମାନ କରାଯାଇ ପାରେ ଯୋଗୀ ଙ୍କ କ୍ରେଜ ଧିରେ ଧିରେ କମି ବାରେ ଲାଗିଛି।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started