Categories
media

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଓ ବୈକୁଣ୍ଠ ଚତୁର୍ଦ୍ଦଶୀ ର ମାହାତ୍ମ୍ୟ।


ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୂଜ ପୋର୍ଟାଲ କୁ ସ୍ୱାଗତ। କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ଆଜି ତା ୧୪ ନଭେମ୍ଵର ଗୁରୁବାର ଦିନ ଘଟୁଛି।ଏଣୁ ଆଜି ର ଦିନ ଟି କାର୍ତ୍ତିକ ମାସ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ମୁଁ ଆପଣଙ୍କୁ ସଠିକ୍ ତଥ୍ୟ ଦେଵି। ମାନ୍ୟତା ଅଛି ଯେ ପୁରା ମାସ ଯାକ ର ପୂଣ୍ୟ ଆଜି ଗୋଟିଏ ଦିନରେ ମିଳିପାରିବ।ଏହି ଦିନ ହରି ଅର୍ଥାତ୍ ବିଷ୍ଣୁ ଓ ହର ଅର୍ଥାତ୍ ଶିବ ଙ୍କ ମିଳନ ଦିନ ଅଟେ। ଏହି ଦିନ ପ୍ରଭୁ ବିଷ୍ଣୁ ତାଙ୍କ ଆରାଧ୍ୟ ଶିବଙ୍କ ପୂଜା ରେ ଏକ ସହସ୍ର( ହଜାର)କମଳ (ପଦ୍ମ) ପୁଷ୍ପ ଦେଇ ପୂଜା ଅନୁଷ୍ଠିତ କରିଥିଲେ ଏବଂ ପୂଜା ରେ ଏକ  କମଳ ପୁଷ୍ପ ଅର୍ଥାତ୍ ପଦ୍ମ ଫୁଲ କମ ହେବାରୁ କମଳ ନୟନ ଭଗବାନ ବିଷ୍ଣୁ ତାଙ୍କ ଚକ୍ଷୁ କମଳ ସଦୃଶ ଭାବି ଏକ ଚକ୍ଷୁ ଦାନ ପାଇଁ ଉଦ୍ୟମ କଲାବେଳେ ପ୍ରଭୁ ଶିବ ଉପସ୍ଥିତ ହୋଇ ଭଗବାନ ବିଷ୍ଣୁ ଙ୍କୁ ତାଙ୍କ ପୂଜା ରେ ସନ୍ତୁଷ୍ଟ ହୋଇ ଵର ପ୍ରଦାନ ସ୍ୱରୂପ ସୂଦର୍ଶନ ଚକ୍ର ପ୍ରଦାନ କରିଥିଲେ।

ଏକଦା ଦେଵର୍ଷୀ ନାରଦ ଭଗବାନ ବିଷ୍ଣୁ ଙ୍କୁ ପଚାରିଲେ ହେ ପ୍ରଭୁ ମର୍ତ୍ତ୍ୟ ପୁରୀ ର ମାନବମାନେ କିପରି ସରଳ ଭାଵେ ଆପଣଙ୍କୁ ପୂଜା କରି ବୈକୁଣ୍ଠକୁ ଆସିପାରିବେ। ଭଗବାନ ବିଷ୍ଣୁ ଉତ୍ତର ଦେଲେ ହେ ନାରଦ ଯେଉଁ ନର ଅବା ନାରି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଗଙ୍ଗା ରେ ସ୍ନାନ କରି ମୋତେ (ବିଷ୍ଣୁ) ଏବଂ ମୋର ଆରାଧ୍ୟ ଶିଵ ଙ୍କୁ ପୂଜାର୍ଚ୍ଚନା କରି ବ୍ରତ କରିବ ଏବଂ ମୋର ଭଜନ କୀର୍ତ୍ତନ କରି ନାମ ସୁମିରଣ କରିବ ତା ପାଇଁ ମୋର ବୈକୁଣ୍ଠ ଖୋଲା ରହିବ।ସେ ସମସ୍ତ ପାପ ରୁ ମୁକ୍ତ ହୋଇ ମୃତ୍ୟୁ ପରେ ମୋର ଧାମ ଅର୍ଥାତ ବୈକୁଣ୍ଠକୁ ପ୍ରାପ୍ତ ହେବ।ଏହା କହି ବୈକୁଣ୍ଠ ର ଦ୍ୱାରପାଳ ଜୟ ବିଜୟ ଙ୍କୁ ଆଦେଶ ଦେଲେ ଯେଉଁ ଭକ୍ତ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରେ ଏହି ସଵୁ ନୀତି ନିୟମ ପାଳନ ପୂର୍ବକ ପୂଜାର୍ଚ୍ଚନା କରିଥିବ ତା ପାଇଁ ମୋ ବୈକୁଣ୍ଠ ର ଦ୍ୱାର ଖୋଲିଦେବ।ଏହା କହି ପ୍ରଭୁ ବିଷ୍ଣୁ ଅନନ୍ତ ଶୟନ ରେ ନିଦ୍ରା ଗଲେ। ତେଣୁ ଏହି ଦିନକୁ ବୈକୁଣ୍ଠ ଚତୁର୍ଦ୍ଦଶୀ କୁହାଯାଏ।

ଏହି ଦିନ ବ୍ରତ ରଖିଲେ ବୈକୁଣ୍ଠ ଧାମ ପ୍ରାପ୍ତ ହୋଇଥାଏ। ଏହିଦିନ ମହାଭାରତ ଯୂଦ୍ଧ ରେ ପ୍ରାଣ ହରେଇଥିବା ଯୋଦ୍ଧା ବା ଵୀର ମାନଙ୍କର ପ୍ରଭୁ ଶ୍ରୀକୃଷ୍ଣ ଶ୍ରାଦ୍ଧ ଓ ତର୍ପଣ କରିଥିଲେ। ଏହିଦିନ ପବିତ୍ର ନଦୀ ମାନଙ୍କରେ ସ୍ନାନ କରି ଦାନ ପୂଣ୍ୟ କରିବା ଉଚିତ ଏହାଦ୍ବାରା ସମସ୍ତ ପାପ ର ପ୍ରାୟଶ୍ଚିତ ହୋଇଥାଏ। ଏହିଦିନ ବ୍ରତ ରଖି ସଂନ୍ଧ୍ୟାରେ ତାରା ଆଲୁଅ ବା ଖୋଲା ଆକାଶ ତଳେ ନଦୀ ବା ପୁଷ୍କରିଣୀ ତଟରେ ୧୪ଟି ଦ୍ଵିପ ପ୍ରଜ୍ବଳନ କରିବା ଉଚିତ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started