Categories
media

ସତରେ କଣ ଖୋଲିବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ!!!


ବାଲୁଗାଁ ଖଵର ଟିଭି ନ୍ୟୂଜ ପୋର୍ଟାଲ କୁ ସ୍ୱାଗତ। ପ୍ରଥମେ ଆମେ ଆଲୋଚନା କରିବା ପୁରୀ ଜଗନ୍ନାଥ ମନ୍ଦିର ର ରତ୍ନ ଭଣ୍ଡାର ଏହା ମନ୍ଦିର ର କେଉଁ ପାର୍ଶ୍ୱରେ ଅବସ୍ଥିତ।ଏହା ମୁଖ୍ୟତଃ ରତ୍ନ ବେଦୀ ବା ଶ୍ରୀ ଜୀଉ ବିଗ୍ରହ ଙ୍କ ସିଂହାସନ ର ବାମ ପାର୍ଶ୍ୱରେ ଅବସ୍ଥିତ। ଏହାର ଉଚ୍ଚତା ୧୧.୭୮ମିଟର ଓ ଲମ୍ବ ୮.୭୯ମିଟର ଓ ଓସାର ୬.୭୪ ମିଟର ଵ୍ୟସ୍ୟାର୍ଦ୍ଧ ପରିମିତ ଦୁଈ କୋଠରୀ ବିଶିଷ୍ଟ। ପ୍ରଥମତଃ ବାହାର ରତ୍ନ ଭଣ୍ଡାର ଏବଂ ଦ୍ୱିତୀୟଟି ଭିତର ରତ୍ନ ଭଣ୍ଡାର। ବାହାର ରତ୍ନ ଭଣ୍ଡାର ର ଚାବି ସେଵାୟତ ମୂଖ୍ୟ ସେଵକ ଓ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ଓ ପୁରୀ ଗଜପତି ମହାରାଜାଙ୍କର ପ୍ରତିନିଧି ଙ୍କ ଉପସ୍ଥିତି ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରିତିକାନ୍ତି ରେ ବର୍ଷ ରେ ବହୁବାର ଖୋଲାଯାଇଥାଏ ଯେପରି ମହାପ୍ରଭୁଙ୍କ ସୁନାବେଶ,ରାଧା ଦାମୋଦର ବେଶ, ଇତ୍ୟାଦି ପର୍ବ ପର୍ବାଣୀ ରେ ଖୋଲାଯାଇ ଏଥିରେ ଥିବା ସୁନା ଅଳଙ୍କାର ଓ ପାଟ ବସ୍ତ୍ର ବ୍ୟବହାର ପରେ ପୂନଃ ଯଥାରିତି ପୂର୍ବବସ୍ଥା ରେ ରଖାଯାଇଥାଏ। ମାତ୍ର ଭିତର ରତ୍ନ ଭଣ୍ଡାର ଆଜକୁ ୪୬ଵର୍ଷପୂର୍ଵେ ଶେଷଥର ମେ ୧୫ ତାରିଖ ରୁ ଜୁଲାଇ ୨୩ ତାରିଖ ୧୯୭୮ମସିହା ସେତେବେଳର ମୂଖ୍ୟମନ୍ତ୍ରୀ ଶ୍ରୀ ନିଳମଣୀ ରାଉତରାୟ ଙ୍କ ସମୟରେ ଆଇନ ମନ୍ତ୍ରୀ ଆମ ଚିଲିକା ମାଟିର ଗର୍ବ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ଦେଖରେଖ ରେ ଗଣତି ଓ ମଣତି ହୋଇଥିଲା।ସେ ସମୟରେ ୪୫୪ଟିସୁନା ଅଳଙ୍କାର ଯାହାକି ସେଥି ମଧ୍ୟରେ ରହିଛି ପୂର୍ବେ ବହୁ ରାଜାଙ୍କ 👑 👑 👑 👑 👑 👑 👑 👑 👑 👑 👑 👑 👑 👑 👑 ମୁକୁଟ ଏବଂ ମୁକୁଟ ରେ ଲାଗି ରହିଛି ଵହୁ ମୁଲ୍ୟବାନ ରତ୍ନ ପଥର ହୀରା, ମାଣିକ ଇତ୍ୟାଦି ସହିତ ହାର,ମାଳ  ଯାହାର ଓଜନ ପାଖାପାଖି ୧୨୮.୩୮୦କିଲୋଗ୍ରାମ ଓ ରୂପା ର୨୯୩ ଟି ଅଳଙ୍କାର ଯାହାର ଓଜନ ୨୨୧.୫୩୦କିଲୋଗ୍ରାମ ଥିଲା ସେଥିରେ ଭିତର ରତ୍ନ ଭଣ୍ଡାର ର୩୬୭ଟିସୁନା ଅଳଙ୍କାର ଓଜନ ୪୩.୬୪୦କିଲୋଗ୍ରାମ ଓ ରୁପା ଅଳଙ୍କାର ୨୩୧ଟି ଯାହାର ଓଜନ ୧୪୮.୭୮୦କିଲୋଗ୍ରାମ ଥିଲା ଏଥି ମଧ୍ୟରେ ହଜାର  ବର୍ଷର ତଳର ଅଳଙ୍କାର ମଧ୍ୟ ଅଛି ଓ ବାକି ଅବଶିଷ୍ଟ ସୁନା ଅଳଙ୍କାର ବାହାର ରତ୍ନ ଭଣ୍ଡାର ରୁ ଯଥା ସୁନା ଅଳଙ୍କାର ର ଓଜନ ୮୪.୭୪ କିଲୋଗ୍ରାମ ଓ ରୂପା ଅଳଂକାର ଯାହାର ଓଜନ ୭୩.୬୪କିଲୋଗ୍ରାମ ଥିଲା।

ମାତ୍ର ଗତ ୨୦୧୮ ମସିହା ଅପ୍ରିଲ ୪ ତାରିଖ ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଏକ ୧୬ ଜଣିଆ କମିଟି ଗଠନ କରାଯାଇଥିଲା, ଏଥିରେ ସରକାର ଙ୍କ ମୁଖ୍ୟ ସଚିବ, ମନ୍ଦିର ର ମୁଖ୍ୟ ସେବକ ଓ ମନ୍ଦିର ପ୍ରଶାସନ ର ମୁଖ୍ୟ ଏବଂ ପୁରୀ ଜିଲ୍ଲାପାଳ ପ୍ରମୁଖ ଦାୟିତ୍ଵ ରେ ଥିଲେ।ଓଡିଶା ହାଇକୋର୍ଟ ର ଆଦେଶ ଦ୍ୱାରା ଖୋଲିବାକୁ ଯାଇ ମୁଖ୍ୟ ତାଲାର ଚାବି ଖୋଲୁନାହି ବା ଚାବି ମିଶୁନାହି ରିପୋର୍ଟ ଦେଇ ଆଉ ଖୋଲିଲେ ନାହିଁ।

କିନ୍ତୁ ବିଧିର ବିଧାନ ଦେଖ ଏହାକୁ ସଂଯୋଗ କହିପାର ଵା ପ୍ରଭୁ କୃପା ୨୦୨୪ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସରକାର ର ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୧୨ଜଣିଆ କମିଟି ଗଠନ କରି ମୂଖ୍ୟ ନ୍ୟାୟାଳୟ ର ଅବସର ପ୍ରାପ୍ତ ମୁଖ୍ୟ   ବିଚାର ପତି ଶ୍ରୀ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତା ରେ  ଜୁଲାଇ ୧୪ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ସରିଛି। ଏହାଦ୍ବାରା ଅଳଙ୍କାର ର ଗଣତି,ମଣତି ଓ ମରାମତି ପରିଚାଳନା କମିଟି ର ଦେଖରେଖ ରେ ହେଵ।।ଯାହାକି ତାଙ୍କ ପିତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମହାଶୟ ତତ୍କାଳୀନ ଆଇନ ମନ୍ତ୍ରୀ ଭାବେ ୪୬ ବର୍ଷ ପୂର୍ବେ ଖୋଲିଥିଲେ।  ଏହା ପୂର୍ବରୁ ଦୁଇ ଦୁଇ ଥର ବୈଠକ ସରିଛି।ଦେଖାଯାଉ କେବେ ଖୋଲୁଛି ଭିତର ରତ୍ନ ଭଣ୍ଡାର ର  ରହସ୍ୟ ଏହା ଜାଣିବା ପାଇଁ ଓଡ଼ିଶା ର ଜନସାଧାରଣ ଙ୍କ ମନରେ ଉତ୍କଣ୍ଠା ରହିଛି।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started