Categories
media

ଚିଲିକା ଏଥର କାହାର!!!


ବାଲୁଗାଁ ଖଵର ଟିଭି କୁ ଆପଣଙ୍କୁ ସ୍ଵାଗତ। ନିର୍ବାଚନ ପରିପ୍ରେକ୍ଷୀରେ ନିରପେକ୍ଷ ଭାବେ କହିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀ ୪ଟି ମୁଖ୍ୟ ଜୋନ ଦୁଇଟି ବ୍ଲକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଯଥା ବାଣପୁର ବ୍ଲକ ଓ ଚିଲିକା ବ୍ଲକ ବାଣପୁର ଏନ୍ଏସି ଓ ବାଲୁଗାଁ ଏନ୍ଏସି କୁ ନେଇ ଗଠିତ। ବାଣପୁର ବ୍ଲକ ୧୭ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏବଂ ଚିଲିକା ବ୍ଲକ ରେ ମଧ୍ୟ ୧୭ ଟି ଗ୍ରାମ ପଞ୍ଚାୟତ।୨୦୧୯ ନିର୍ବାଚନ ସମୟରେ ଏହି ନିର୍ବାଚନ ମଣ୍ଡଳୀରେ ୨୨୪୦୦୦ମୋଟ ଭୋଟର ଥିଲେ ଏହା ୧୧୮୦୦୦ ପୁରୁଷ ଭୋଟର ଓ ୧୦୬୦୦୦ମହିଳା ଭୋଟର ଥିଲେ ଏଥିରେ କିଛି ଦିବ୍ୟାଙ୍ଗ ଭୋଟର ଓ ବିଭିନ୍ନ ଜାତିର ଭୋଟର ଅଛନ୍ତି ମୂଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗ ନିର୍ବାଚନ ମଣ୍ଡଳୀ ଭାବେ ସର୍ଵଦା ରହିଆସିଛି।ଏହା ବର୍ତମାନ ମୋଟ ଭୋଟର ୨୩୧୦୦୦ କୁ ବୃଦ୍ଧି ଘଟିଛି। ମୂଖ୍ୟତଃ ଏଠାକାର ଲୋକମାନେ ଚାଷବାସ ଉପରେ ନିର୍ଭର କରନ୍ତି ଏବଂ ଅନ୍ୟ ମୁଖ୍ୟ ଜିବିକା ହେଲା ମତ୍ସ୍ୟ ଜିବି ଏମାନେ ଚିଲିକା ହ୍ରଦ ଉପରେ ନିର୍ଭର କରନ୍ତି। ଏଠାରେ ମଧ୍ୟ କିଛି ମୁସଲିମ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଏଠାରୁ ୨୦୧୯ ରେ ଅର୍ଥାତ୍ ଗତ ନିର୍ବାଚନରେ ବିଜେଡି ବାଜିମାତ କରିଥିଲା ଏଠାରୁ ଆମଦାନୀ ନେତା ଭାବେ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ୫୦.୨୯ଶତକଡା ଭୋଟ ହାରରେ ୮୦୧୩୩ଖଣ୍ଡ ଭୋଟ ପାଇ ବିଜୁ ଜନତା ଦଳରୁ ବିଜୟ ଲାଭ କରିଥିଲେ ଏବଂ ଏଥର ର ବିଜେପି ବିଧାୟକ ପ୍ରାଥି ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତଥର ରନର ଅପ ଅର୍ଥାତ୍ ୪୩.୪୮ ଶତକଡା ଭୋଟ ହାରରେ ୬୯୨୭୭ଖଣ୍ଡ ଭୋଟ ପାଇ ପରାଜୟ ସ୍ୱୀକାର କରିଥିଲେ। ମାତ୍ର ୭%ଭୋଟ ଯାହାକି ୧୦୮୫୬ ଥିଲା।

ଏହି ୨୦୨୪ ଚଳିତ ନିର୍ବାଚନରେ ରେ କିନ୍ତୁ ରଣନୀତି ଅଲଗା ପ୍ରକାର ଏଠାରେ ମୋଟ ୮ଜଣ ପ୍ରାଥି ନିଜର ଭାଗ୍ୟ ପରିକ୍ଷା କଲେ ମଧ୍ୟ ଏଠାରେ ଦୁଇ ମୂଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ ଯାହା ବିଜେଡି ର ରଘୁନାଥ ସାହୁ ଓ ବିଜେପି ର ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ରେ କଡ୍ଡା ଟକ୍କର ଦେଖିବାକୁ ମିଳିବ। ଦେଖିବାକୁ ବାକି ରହିଲା ଜନତା ଜନାର୍ଦ୍ଦନ କାହା ଉପରେ ଭରସା କରିଛନ୍ତି ଏବଂ ବିଜୟ ମୁକୁଟ କାହା ଭାଗ୍ୟରେ ଅଛି। ପ୍ରଥମ ରୁ କହି ରଖୁଛୁ ଏଠାରେ ଅଭିଜ୍ଞତା ର ଲଢେଇ ହୋଇଛି ୨୦୦୯ ରେ ରଘୁନାଥ ସାହୁ ବିଧାୟକ ଭାବେ ଥରେ ଜିତି ବିଧାନ ସଭା କୁ ଜନତା ଙ୍କ ଆଶ୍ରିବାଦ ପାଇଥିଲେ ଓ ୨୦୧୪ ରେ ମାତ୍ର ୫୪୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ବିଭୁତି ଭୁଷଣ ହରିଚନ୍ଦନ ଯିଏକି ବର୍ତମାନ ର ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦାଦା ଅଟନ୍ତି ତାଙ୍କ ଠାରୁ ପରାଜୟ ସ୍ୱୀକାର କରିଥିଲେ। ବର୍ତମାନ ର ବିଜେପି ବିଧାୟକ ପ୍ରାଥି ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଅନ୍ଧ ଥରେ ବାଡି ହଜେଇଲା ଭଳି ୨୦୧୯ ର ପରାଜୟ ର ଅଭିଜ୍ଞତା ଯୋଗୁଁ ନିଜକୂ ଅଧିକ ପରିପକ୍ୱ କରିଛନ୍ତି। ଏବଂ ନିଜର ନିର୍ବାଚନ ପ୍ରଚାର ର ମୁଖ୍ୟ ମୁଦା ଜଳସେଚନ ଓ ଚିଲିକାର ପୂନ୍ଉଦ୍ଧାର ଏବଂ ପ୍ରତି ହାତକୁ କାମ ଏବଂ ମତ୍ସ୍ୟ ଜିବି ମାନଙ୍କର ଉନ୍ନତି କରିବା ର ପ୍ରତିଶୃତି ରଖଥିବା ଵେଳେ ରଘୁନାଥ ସାହୁ ଜନତା ଙ୍କ ସହ ସର୍ବଦା ସୁଖ ଦୁଃଖ ର ସାଥି ଏବଂ ତାଙ୍କ ସମୟରେ ଵହୂ ଉନ୍ନତି ମୁଳକ କାର୍ଯ୍ୟର ପରିସଂଖ୍ୟାନ ଦେବା  ସହ ଏହା ତାଙ୍କର ଶେଷ ନିର୍ବାଚନ କହି ଜନତା ଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି।

ଆସନ୍ତା ୪ଜୁନ ରେ ଜଣାପଡିବ ଅସଲି ବିଜେତା କିଏ ଯିଏଵି ଜିତିଵ ଖୁବ କମ୍ ମାର୍ଜିନ ରେ ଜିତିବ।

ଚିଲିକା ଭୋଟର କିନ୍ତୁ ବହୁତ ଚାଲାକ୍ ଥରେ ବିଜେଡି ଥରେ କଂଗ୍ରେସ ଥରେ ବିଜେପି କୁ ଜିତାଇବାର ନଜିର ଅଛି ଗତଥର ଵିଜୂ ଜନତା ଦଳରୁ ବିଜୟୀ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ମହାଶୟ ସର୍ଵଦା ବିବାଦରେ ରହି ଚିଲିକାର କିଛି ଉନ୍ନତି ମୁଳକ କାର୍ଯ୍ୟ କରିପାରି ନାହାନ୍ତି ବର୍ତମାନ ସେ ମହାଶୟ ଖୋର୍ଦ୍ଧା ରୂ ବିଜେପି ର ବିଧାୟକ ପ୍ରାର୍ଥୀ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started