Categories
media

ମହା ଶିବରାତ୍ରୀ


ଚଳିତ ମାସ ଇଂରାଜୀ ମାର୍ଚ୍ଚ ୮ ତାରିଖ ଫାଲଗୁନ ତ୍ରୟୋଦଶୀ କୃଷ୍ଣ ପକ୍ଷ ଶ୍ରଵଣା ନକ୍ଷତ୍ର ଶୁକ୍ରବାର ଦିନ ଅର୍ଥାତ୍ ଆଜି ପାଳନ କରାଯିବ। ଏ ବର୍ଷ ମହା ଶିବରାତ୍ରି ଦିନ ଯୋଗ ଶିଵ ଯୋଗ ନିର୍ମାଣ ହେଉଛି ଯାହା ଅତ୍ୟନ୍ତ ଶୁଭ ଅଟେ।ସଵୁ ବର୍ଷ ପରି ଏ ବର୍ଷ ମଧ୍ୟ ମହାଦେବ ଯୋଗେଶ୍ୱର ଶିବ ଙ୍କ ମନ୍ଦିର ରେ ଶିବ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିବ।

ମାନ୍ୟତା ଅଛି ଏହି ଦିନ ଅବିବାହିତ ପୁଅ ବା ଝିଅ ଉପଯୁକ୍ତ ବର ବା କନ୍ୟା ପ୍ରାର୍ଥୀ ପାଇବା ପାଇଁ ଉପବାସ ସହ ରାତ୍ରି ଉଜାଗର ରହି ମହାଦେବ ଶିବଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରିଥାନ୍ତି। ପୁରାଣ ବର୍ଣ୍ଣନା ଅନୁସାରେ ଏହି ଦିନ ମହାଦେବ ତାଣ୍ଡବ ନୃତ୍ୟ କରିଥାନ୍ତି। ପୂରାତନ ପକୃତି କୁ ନଷ୍ଟ କରି ନୂତନ ସର୍ଜନା ମା ପାର୍ବତୀଙ୍କ ( ଶକ୍ତି) ସହ ମିଶି ସର୍ଜନା କରିଥାନ୍ତି।

ବର୍ଣିତ ଅଛି ଯେ ଦକ୍ଷ ପ୍ରଜାପତି ଙ୍କର ୮୪ କନ୍ୟା ମଧ୍ୟରୁ ଅଦ୍ୟଶା ଵା ସତୀ ଙ୍କୁ ବ୍ରହ୍ମା ଙ୍କ ପରାମର୍ଶ କ୍ରମେ ପ୍ରଜାପତି ନିଜ କନ୍ୟା ସତୀ ଙ୍କ ବିବାହ ଶିବଙ୍କ ସହ କରିଥିଲେ ମାତ୍ର ଏକଦା ସଭାରେ ଅନେକ ଦେବା ଦେବୀ ସହ ମହାଦେବ ଵି ଉପସ୍ଥିତ ଥିଲେ ସେ ସଭାକୁ ଦକ୍ଷ ପ୍ରଜାପତି ଙ୍କ ଆଗମନ ଦେଖି ସମସ୍ତେ ଉଠିଥିଲେ ଓ ନମସ୍କାର କଲେ ମାତ୍ର ମହାଦେବ ନା ଉଠି ଥିଲେ ନା ନମସ୍କାର କଲେ ଏହା ଦକ୍ଷ ପ୍ରଜାପତି ଙ୍କ ସମ୍ମାନ କୁ ବାଧା ଦେଲାଭଳି ମନେକରି ପ୍ରଜାପତି ଦକ୍ଷ ଏହାର ପ୍ରତିଶୋଧ ବା ବଦଲା ନେବା ପାଇଁ ଏହି ଦିନ  ଦକ୍ଷ ପ୍ରଜାପତି ଯିଏକି ବିଷ୍ଣୁ ଭକ୍ତ ଏକ ଯଜ୍ଞ ଅନୁଷ୍ଠାନ କରିଥିଲେ। ଏଥିରେ ସମସ୍ତ ଦେବଦେବୀ ଙ୍କୁ ନିମନ୍ତ୍ରଣ ଥିଲା ଶିବଙ୍କ ବ୍ୟତୀତ ମାତ୍ର ଦେଵି ସତୀ ଶିବଙ୍କ ପତ୍ନି ଯିଏକି ଦକ୍ଷ ପ୍ରଜାପତି ଙ୍କ ଝିଅ ଥିଲେ।ଯଜ୍ଞ କୁ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ଯାହାକି ମହାଦେବ ମନା କରିଥିଲେ ମାତ୍ର ଦେଵୀ ସତୀ ମହାଦେବ ଙ୍କୁ କହିଥିଲେ ପିତା ଘରକୁ ପୁତ୍ରୀ ଯିବା ପାଇଁ ନିମନ୍ତ୍ରଣ ର ଆବଶ୍ୟକତା ନ ଥାଏ। ତେଣୁ ସେ ଏକା ଯଜ୍ଞ ସ୍ଥଳକୁ ଯାଇଥିଲେ। ସେଠାରେ ସେ ନିଜ ପିତା ଦକ୍ଷ ପ୍ରଜାପତି ଠାରୁ ନିଜ ପତି ଅର୍ଥାତ୍ ମହାଦେବ ଙ୍କ ତିରସ୍କାର ଏବଂ ନିନ୍ଦା ସର୍ଜ୍ୟ କରିନପାରି ସେହି ଯଜ୍ଞ ରେ ଆତ୍ମାହୁତି ଦେଇଥିଲେ।

କାହିଁକି ଏପରି ଘଟିଲା:-କୈଳାସ ରେ ସର୍ବଦା ମହାଦେବ ରାମ ନାମ ଜପ କରନ୍ତି ଏହାଶୁଣି ଏକଦା ସତୀ କୌତୁହଳ ବଶଃତ ପଚାରିଲେ କିଏ ଏ ରାମ ଯାହାର ନାମ ତୁମେ ସର୍ବଦା ରଟୁଛ ମହାଦେବ ଙ୍କ ଉତ୍ତର ଥିଲା ରାମ ମୋ ଇଷ୍ଟ ସେ ସାକାର ଏବଂ ନିରାକାର ମଧ୍ୟ ଏବଂ ଆଦିଦେବ ବିଷ୍ଣୁ। ସତୀ ଙ୍କ ମନରେ ସନ୍ଦେହ ହେଲା ଇଏ କଣ ସେଇ ରାମ ଯିଏ ନିଜ ପତ୍ନି ବିୟୋଗ ରେ ଆତୁର ହୋଇ ଵଣ ଜଙ୍ଗଲ ରେ ବୁଲୁଛନ୍ତି ଏବଂ ଅଚଳ ବୃକ୍ଷ ଲତା ଗୁଡାକୁ ନିଜ ପତ୍ନି ଙ୍କ ବିଷୟରେ ପଚାରୁଛନ୍ତି କାହିଁ ଗଲେ ବୈଦେହୀ (ସୀତା)ପରିକ୍ଷା ପାଇଁ ରାମଙ୍କ ସମ୍ମୁଖରେ ସୀତା ରୂପ ଧାରଣ କରି ଆର୍ଵିଭାବ ହେଲେ ମାତ୍ର ଅଯୋଧ୍ୟା ପତି ରାମ ଏହା ଜାଣିପାରି ସତୀ ଙ୍କୁ କହିଲେ ମାତ ଆପଣ ଏକୁଟିଆ ଏ ଘଞ୍ଚ ଜଙ୍ଗଲରେ ବାବା ବିଶ୍ୱନାଥ କେଉଁଠି ?ଏହା ଶୁଣି ସତୀ ହତବାକ୍ ଏବଂ ଲାଜରେ କିଛି ନ କହି କୈଳାସ କୁ ଫେରିଲେ ସତୀ ଙ୍କ ଏ ପ୍ରକାର ଆଚରଣ ରେ ମହାଦେବ କ୍ଷୁବ୍ଧ ହୋଇ କହିଲେ ସେ ମୋର ଆରାଧ୍ୟ ତୂମେ ଏ ସୀତା ରୂପ ନେଇ ତାଙ୍କୁ ପରିକ୍ଷା କଲ ତୁମେ ଯେହେତୁ ଏ ସୀତା ରୂପ ଧାରଣ କଲ ତୁମର ଆଉ ମୋ ସହ ମିଳନ ଅସମ୍ଭବ କହି ଧ୍ୟାନସ୍ଥ ହେଲେ ଭୋଳାନାଥ କଣ କରିଵେ ଶିଵଙ୍କ ମୁଖରୂ ଵାହାରିଥିବା କଥା ମିଥ୍ୟା ହେବନାହିଁ ତାହାହିଁ ହେଲା।

ଏ ଖବର ମହାଦେବ ଶୁଣି ଅତ୍ୟନ୍ତ କ୍ରୋଧ ଭର ହୋଇ ତାଣ୍ଡଵ ନୃତ୍ୟ ଆରମ୍ଭ କରିଥିଲେ ଏବଂ ଯଜ୍ଞ ସ୍ଥଳକୁ ବୀରଭଦ୍ର ତାଙ୍କର ଅଂଶ କୁ ପଠାଇ ଦକ୍ଷ ପ୍ରଜାପତି ଙ୍କ ଶିର ଛେଦ କରିଥିଲେ।ପରେ ସବୁ ଦେବା ଦେବୀ ପ୍ରାର୍ଥନା କରିଥିଲେ ଆଶୁତୋଷ ଭୋଳା ନାଥ ଙ୍କୁ ଦକ୍ଷ ର ଜିଵନ ଦାନ ଦେବାପାଇଁ କିନ୍ତୁ ମହାଦେବ କହିଥିଲେ ଯେଉଁ ଶିର ଦ୍ୱାରା ସେ ଅଂହ କାର ରେ ଭୁଲ ଠିକ୍ ର ବିଚାର ନ ଥିଲା ସେ ଶିର ତ ଯଜ୍ଞ ଅଗ୍ନି ରେ ଭସ୍ମୀଭୂତ ତେଣୁ ତାଙ୍କ ଶରିରରେ ଏକ ଛାଗ (ଛେଳି)ର ମସ୍ତକ ଯୋଡି ଜୀବନ ଦାନ କରିଥିଲେ ଏବଂ ଦେଵୀ ସତୀ ଙ୍କ ଦଗ୍ଧ ଶରୀରକୁ ଧରି ସମସ୍ତ ବ୍ରହ୍ମାଣ୍ଡ ପରିଭ୍ରମଣ କରିବା ସହ ପ୍ରଳୟ ନୃତ୍ୟ ତାଣ୍ଡବ କରିବାକୁ୍ ଲାଗିଲେ ଏହାଦ୍ୱାରା ସମସ୍ତ ସୃଷ୍ଟି ଧ୍ୱଂସ ହେବାକୁ ଲାଗିଲା।ଏହା ଦେଖି ସମସ୍ତ ଦେବତା ପାଳନହାର ବିଷ୍ଣୁ ଙ୍କୁ ଗୁହାରି କଲେ ଏ ପ୍ରକାର ଶିବ ତାଣ୍ଡବ ରୁ ରକ୍ଷା ପାଇଁ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ମାଧ୍ୟମରେ ଦେଵୀ ସତୀ ଙ୍କ ଦଗ୍ଧ ଶରୀରକୁ ୫୧ ଖଣ୍ଡରେ ବିଭକ୍ତ କରିଥିଲେ ତାହା ପୃଥିବୀ ପୃଷ୍ଠରେ ପଡ଼ିଥିଲା ଯାହାକି ଆଜି ଶକ୍ତି ପୀଠ ରୂପେ ପୂଜା ପାଉଛନ୍ତି।। ଏବଂ ମହାଦେବ ଙ୍କ କ୍ରୋଧ କୁ ଶାନ୍ତ କରିବା ପାଇଁ ଉଜାଗର ରହି ପୂଜାର୍ଚ୍ଚନା କରିଥିଲେ। ଏହାଦ୍ୱାରା ମହାଦେବ ଯୋଗେଶ୍ୱର ଶାନ୍ତ ହୋଇ ଯୋଗ ସମାଧି ରେ ଅନେକ ଯୁଗ ବସିଥିଲେ।

ମହାଦେବ ଙ୍କ ସମାଧି ଭଂଗ ପାଇଁ କାମଦେବ କୁ ସମସ୍ତ ଦେବତା ଆଗ୍ରହ କରିବାକୁ କାମଦେବ ମହାଦେବ ଶିବଙ୍କୁ କାମ ବାଣ ପ୍ରୟୋଗ କରିଥିଲେ।କାରଣ ଏହାଦ୍ବାରା ମହାଦେବ ଯୋଗେଶ୍ଵର କାମ ବାଣରେ ପଡି ମା ପାର୍ବତୀଙ୍କୁ ବିଵାହ କରିଵେ। ଏଥିରେ ଦେଵତା ମାନଙ୍କ ସ୍ୱାର୍ଥ ଥିଲା କାରଣ ତାରକା ସୁର ତପ କରି ବ୍ରହ୍ମା ଙ୍କ ଠାରୁ ବର ମାଗିଥିଲା ଅମର ଵର ମାତ୍ର ବ୍ରହ୍ମା ଅସୁରକୁ ବୁଝାଇଥିଲେ ଜନ୍ମ ଅଛି ମାନେ ତାର ମୃତ୍ୟୁ ଅଛି ତେଣୁ ତାରକା ଅସୁର ଚାଲାକ କରି ଵର ମାଗିଲା ଯଦି ମରିବି ଶିବ ପୁତ୍ର ହାତରେ ମରିବି କାରଣ ସେ ଜାଣିଥିଲା ଯୋଗେଶ୍ୱର ଶିଵ ସମାଧି ରେ ଲିପ୍ତ ନା ଶିବ ଵାହା ହେଵେ ନା ଶିବ ପୁତ୍ର ମୋତେ ମାରିଵ ମାତ୍ର ଶିବ ଧ୍ୟାନ ରୁ ଉଠି ଏହି ଦିନ ହିମାଳୟ କନ୍ୟା ପାର୍ବତୀ ଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କରିଥିଲେ ତେଣୁ ସ୍ୱର୍ଗ ରେ ଏହିଦିନ ଉତ୍ସବ ହୋଇଥିଲା। ଏହିଦିନ କୁ ମନେରଖିବା ପାଇଁ ତାଙ୍କର ଵ୍ରତ, ଉପବାସ କରାଯାଏ।

ବିଦ୍ୱାନ ମାନଙ୍କ ମତରେ ଏହିଦିନ ଅସୁର ଏବଂ ଦେଵତା ମାନେ ସମୁଦ୍ର ମନ୍ଥନ କରିଥିଲେ। ଅମୃତ ପାଇବା ପାଇଁ ଐରାବତ ହସ୍ତି,ଅଷ୍ଟଵସୁ, ଚନ୍ଦ୍ର,ମା ଲକ୍ଷ୍ମୀଙ୍କ ସହ ଵହୁ ହୀରା,ନିଳା ମୋତି, ମାଣିକ ଇତ୍ୟାଦି ସହ ହଳାହଳ ବିଷ ଏବଂ ଅମୃତ ବାହାରିଥିଲା। ସମସ୍ତେ ସଵୁ ବାଣ୍ଟି ନେଲେ କିଏ କଣ ନେଲା ବର୍ଣ୍ଣନା କଲେ ଆହୁରି ଗୋଟିଏ ଭାଗ ହେବ କିନ୍ତୁ ହଳାହଳ ବିଷକୁ କେହି ଗ୍ରହଣ କରିବା ପାଇଁ ରାଜି ହେଲେନି ସଂସାର ର ମଙ୍ଗଳ ପାଇଁ ମହାଦେବ ମଙ୍ଗଳ ମୟ ନିଳକଣ୍ଠ ଭଗବାନ ଢକ ଢକ କରି ପିଇଗଲେ ସେଥିପାଇଁ ତ ସେ ଦେବତା ମାନଙ୍କ ଦେଵତା ମହାଦେବ।ପଭୂ ନିଳକଣ୍ଠ ମହାଦେବ ଙ୍କ ହିତରେ ଦେଵତା ମାନେ ଏହିଦିନ ରାତିରେ ଉଜାଗର ରହି ଦ୍ୱୀପ ଜାଳି ତାଙ୍କର ପୂଜାର୍ଚ୍ଚନା କରିଥିଲେ।

ପରିଶେଷରେ ବୈଜ୍ଞାନିକ ମତରେ ଏହିଦିନ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ରେ ଅତ୍ୟଧିକ ଥଣ୍ଡା ପରିଲକ୍ଷିତ ହୋଇଥାଏ।ଶୀତ ତାପରୁ ରକ୍ଷା ଏବଂ ନିରୋଗ ଶରିର ପାଇଁ ଉପବାସ ରହି ରାତି ଉଜାଗର ରହି ଉଷ୍ମତା ପାଇଁ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଏ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started