
ବାଲୁଗାଁ ଅଞ୍ଚଳର କାଇଁଚପୁର ଠାରେ ବହୁ ପୁରାତନ କାଳରୁ ବହୁ ବର୍ଷ ତଳୁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ଠାରୁ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଅଛି।ଏହା କାଇଁଚପୁର ସାହିର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ର ୫ନମ୍ଵର ଏବଂ ୬ନମ୍ଵର ୱର୍ଡ ର କୈବର୍ତ୍ତ ମହାସମାଜ ର ସଭ୍ୟ ମାନଙ୍କ ସହଯୋଗ ରେ ଖୁବ ଜାକଜମକରେ ଆୟୋଜିତ କରିଥାନ୍ତି। ଏହି ସମୟରେ ପ୍ରଭୁ ସତ୍ୟ ନାରାୟଣ ଙ୍କ ଉପସ୍ଥିତି ରେ ପ୍ରତ୍ୟେକ ଦିନ ଏଠାରେ ଦେୟ ମୁକ୍ତ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥାଏ। ଭକ୍ତ ମାନଙ୍କ ଗହଳି ଏବଂ ଭଜନ ସଂକୀର୍ତ୍ତନ ରେ ଭଗବତ ସତ୍ତା ର ଉପଲବ୍ଧି ଦେଖିବାକୁ ମିଳିଥାଏ।

ଗତକାଲି ଚିଲିକା ଅଞ୍ଚଳ ର ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ଯୁକ୍ତ ପ୍ରୃଥୀରାଜ ହରିଚନ୍ଦନ ଏବଂ ଭାଜପା ଜିଲ୍ଲା ଉପସଭାପତି ଵିଜୟ ବିଶ୍ୱାଳ ଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ର ବହୁ ବିଜେପି ନେତା ଶ୍ରୀ ଶ୍ରୀ ସତ୍ୟ ନାରାୟଣ ଙ୍କ ଦର୍ଶନ କରି କୃପା ଲାଭ ସହ ପ୍ରସାଦ ସେବନ କରିଥିଲେ।
