
ରବିବାର ସନ୍ଧ୍ୟାରେ ରାୟପୁର ବିମାନ ବନ୍ଦର ରୁ ଆସି ଭୂଵନେଶ୍ୱର ବାସଭବନ ରେ ରହି ଆଜି୨୧/୮/୨୩ସୋମଵାର କିଛି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଭେଟ ହେଵାର କାର୍ଯ୍ୟକ୍ରମ ଅଛି। ଏବଂ ସନ୍ଧ୍ୟା ରେ ଜୟଦେବ ଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ।ତା ପର ଦିନ ନିଜ ପୈତୃକ ମାଟି ଅର୍ଥାତ ନିଜ ଗାଁ ଗୋଡିଝର ଗମ୍ଭାରୀମୁଣ୍ଡା ଠାରେ ତାଙ୍କ ପିତା ମାତା ଙ୍କ ସମାଧି ସ୍ଥଳରେ ଶ୍ରଦ୍ଧା ଜ୍ଞାପନ କରି ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଦର୍ଶନ ନିମନ୍ତେ ପ୍ରସ୍ଥାନ କରି ନିଜ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବେ। ଏବଂ ୨୩/୮/୨୦୨୩ରିଖ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗଦେବେ।୬ଦିନିଆ ଗ୍ରସ୍ତ ରେ ଆସି ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟ ବାଲୁଗାଁ, ବାଣପୁର ଏବଂ ଗମ୍ଭାରୀମୁଣ୍ଡା ରେ ଆୟୋଜିତ ବିଭିନ୍ନ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଇପାରନ୍ତି।