
ଚଳିତ ବର୍ଷ ଶ୍ରାବଣ ମାସ ୪ଜୁଲାଇ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି।ଏହି ବର୍ଷ ଦୀର୍ଘ ୧୯ଵର୍ଷ ପରେ ଏହା ଯୋଡା ଶ୍ରାବଣ ମାସ ପଡିଛି ଯାହାକି ୪ଜୁଲାଇ ଠାରୁ ଅଗଷ୍ଟ ୩୦ପର୍ଯ୍ୟନ୍ତ ପାଳନ କରାଯିବ।ଏହା ମଧ୍ୟରେ ୮ଟିସୋମବାର ପଡିଵ କିନ୍ତୁ ପ୍ରଥମ ୧୫ଦିନ କୃଷ୍ଣ ପକ୍ଷ ଏବଂ ଶେଷ ୧୫ଦିନ ଶୁକ୍ଳ ପକ୍ଷ ଶୁଭ ଅଟେ।
ପୁରାଣରେ ମାନ୍ୟତା ଅଛି କି ପ୍ରଥମେ ଭଗବାନ ପର୍ଶୁରାମ ଗଡ ମୂକ୍ତେଶ୍ୱର ଧାମ ରୁ ଗଙ୍ଗାଜଳ ଆଣି ଶିବଲିଙ୍ଗ ରେ ଅର୍ପଣ କରିଥିଲେ।ଏହା ଶ୍ରାବଣ ମାସ ଥିଲା ସେହି ଦିନଠାରୁ ପ୍ରଥା ଅଛି ଯେ ଶିବଲିଙ୍ଗ ରେ ପବିତ୍ର ଜଳ ଅର୍ଥାତ ଗଙ୍ଗାଜଳ ଢାଳିଲେ ନିଜର ସମସ୍ତ ମନୋକାମନା ପୂର୍ଣ ହୋଇଥାଏ।

ଆହୁରି ମଧ୍ୟ ବର୍ଣ୍ଣନା ଅଛି ଯେ ମହାଦେବ ଶିବଙ୍କୁ ମା ପାର୍ବତୀ ପାଇବା ପାଇଁ ବା ସନ୍ତୁଷ୍ଟ କରିବା ପାଇଁ ଘୋର ତପ ଏବଂ ଆରାଧନା କରିଥିଲେ ସେହି ସମୟ ଵି ଶ୍ରାଵଣ ମାସ ଥିଲା । ଗୌତମ ର୍ଋଷି ନିଜକୁ ଗୋ ଵଧ ଦୋଷରୁ ମୁକ୍ତ କରିବା ପାଇଁ ଗଙ୍ଗା ନଦୀ କୂ ତ୍ରୈଵକ୍ମ ଦକ୍ଷିଣ ଭାରତ ରେ ଯାହା ଅଜି ଦକ୍ଷିଣ ଗଙ୍ଗା ଗୋଦାବରୀ ନଦୀ ରୂପେ ପରିଚିତ ତାହାକୁ ଧାରଣ କରି ଆଣିଥିଲେ । ଭଗବାନ ଭୋଳାନାଥ ଚନ୍ଦ୍ର ଦେବ ଙ୍କୁ ଅଧିକ ଭଲ ପାଆନ୍ତି ଏପରିକି ନିଜ ପୁତ୍ର ଗଣେଶ ଠାରୁ ମଧ୍ୟ ଏକଦା ଗଣେଶ ନିଜ ବିରାଟ ଶରିର ଧରି ମୁଷା ଉପରେ ଭ୍ରମଣ କରୂଥିଲେ ଏହା ଦେଖି ଚନ୍ଦ୍ର ଦେବ ଗଣେଶ ଙ୍କୁ ଉପହାସ କରିଥିଲେ ଯାହାର ଫଳ ସ୍ୱରୂପ ଗଣେଶ ପ୍ରଭୁ ଚନ୍ଦ୍ର ଦେବଙ୍କୁ ଅଭିଶାପ ଦେଲେ ତୁମର ଏ ସୁନ୍ଦର ଶରୀର ପାଇଁ ବହୁତ ଗର୍ବ ନା ତୁମର ସୁନ୍ଦର ରୂପ ଆଜିଠାରୁ ରହିଵ ନାହିଁ ଏହା କଳଙ୍କିତ ଅର୍ଥାତ୍ ଗ୍ରହଣ ହେବ ଏବଂ ଯିଏ ତୁମ ରୂପ ଦର୍ଶନ କରିବ ସିଏ ବି କଳଙ୍କିତ ହେଵ ଏହା ଶୁଣି ମହାଦେବ ଦୂଖିତ ହୋଇଥିଲେ କାରଣ ତାଙ୍କ ମସ୍ତକରେ ସ୍ୱୟଂ ଚନ୍ଦ୍ର ଦେବ ବିରାଜିତ। ପରେ ମହାଦେବଙ୍କ ଯୋଗୁଁ ଗଣେଶ ପ୍ରଭୁ ଚନ୍ଦ୍ର ଦେବଙ୍କୁ ବରଦାନ ଦେଇ ଅଭିଶାପ ର ପ୍ରଭାବ କମ କରିଥିଲେ ଯାହାକି ୧୫ଦିନ କୃଷ୍ଣ ପକ୍ଷ ଏବଂ ୧୫ଦିନ ଶୁକ୍ଳ ପକ୍ଷ ହୋଇଥିଲା।ମହାଦେଵ ଚନ୍ଦ୍ର ଦେବ ଙ୍କୁ ସୋମ ରୂପେ ସମ୍ବୋଧନ କରୂଥିଲେ ତେଣୁ ସୋମବାର ତାଙ୍କର ଅତି ପ୍ରିୟ ଅଟେ।ଶ୍ରାବଣ ମାସ ସୋମବାର କୁ ସ୍ୱତନ୍ତ୍ର ଏବଂ ପବିତ୍ର ରୁପେ ବିବେଚନା କରାଯାଏ।

ଶିବଭକ୍ତ ଗଣ ମାନସିକ ରକ୍ଷି ମାସକ ଯାକ ସ୍ୱାତିକ ଆହାର ଅର୍ଥାତ୍ ନିରାମିଷ ଭୋଜନ ଵିନା ପିଆଜ, ରସୁଣ ଖାଦ୍ୟ ଖାଇ ଏହି ବ୍ରତ ପାଳନ କରିଥାନ୍ତି ଏବଂ ଦୁର ଦୁରାନ୍ତ ରୁ ଗଡଗଡିଆ ଘାଟ,ର୍ଋଶିକୂଲ୍ୟା,କାଳିଘାଟ ମହେନ୍ଦ୍ର ଗୀରୀ, ରାମେଶ୍ବର,ସଂଗମ ଉତ୍ତର ପ୍ରଦେଶ ଏହିପରି ବହୁ ଜାଗାରୁ ଖାଲି ପାଦରେ ପବିତ୍ର ନଦୀର ଜଳ ଆଣି ଶିବ ଙ୍କ ମସ୍ତକରେ ଅଭିଷେକ କରିଥାନ୍ତି।ଏହା କୁ କାୱଡ ଯାତ୍ରା ବା ଵୋଲବମ ଯାତ୍ରା ବୋଲି କହିଥାନ୍ତି। ଭକ୍ତଗଣ ଶିବ ପ୍ରେମ ରସରେ ନିଜକୁ ହଜାଇ ପୂରା ରାସ୍ତା ତାଙ୍କରି ନାମ ସୂମିରଣ କରି ଆସିଥାନ୍ତି। ରାସ୍ତାର ଚାଲିଲା ବେଳେ ଭୋଳାନାଥ ତ୍ରିପୁରାରୀ ଙ୍କ ଉଦ୍ଦେଶ୍ୟରେ ଭୋଳାବାବା ପାର କରେଗା,ଚିଲମ ଧାରୀ ପାର କରେଗା, ଡମ୍ବରୁଧର ପାର କରେଗା,କୈଳାସପତି, ପାର୍ବତୀ ପତି ପାର କରେଗା,ବୋଲବମ ହର ହର ଵମ ଏହିପରି ଅନେକ ନାମ ଉଚ୍ଚାରଣ କରିଥାନ୍ତି।

ଏହି ଯାତ୍ରା ପ୍ରଥମେ ପୁର୍ବ ଭାରତ ଯଥା ଝାଡ଼ଖଣ୍ଡ, ଛତିଶଗଡ଼,ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ରୁ ଆରମ୍ଭ ହେଵାର ପ୍ରମାଣ ମିଳେ ମାତ୍ର ଆଜି ଏହା ଉତ୍ତର ଭାରତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ , ହିମାଚଳ ଠାରୁ ଧରି ଆଜି ସାରା ଭାରତରେ ପ୍ରଚଳିତ। ପରିଶେଷରେ ଏତିକି କହିବି କିଛି କାଉଡିଆ ଭାଇ ମାନଙ୍କ ଉଦ୍ଦେଶ୍ୟରେ ଭାଇ ମାନେ ଶୃଙ୍ଖଳା ର ସହିତ ଗଞ୍ଜେଇ ନିଶା ଅଧିକ ନ କରି ରାସ୍ତା ରେ ବାମ ପାଶ୍ୱର୍ରେ ଯାଆନ୍ତୁ ଏବଂ ଯଦି କୌଣସି ରାଜରାସ୍ତାରେ ଯାଉଥାନ୍ତି ତେଵେ ବାମ ପଟେ ଧଳା ପଟି ଭିତରେ ଯାଆନ୍ତୁ। ଏବଂ ଆମ ସ୍ୱେଚ୍ଛାସେବୀ ଭାଇମାନଙ୍କୁ ଧନ୍ୟବାଦ ଦେବି ତାଙ୍କରି ସେଵା ପାଇଁ ଏହିପରି ସେବା ଜାରୀ ରଖନ୍ତୁ ମାନବ ସେବା ହିଁ ମାଧବ ସେଵା ଇଶ୍ୱର କୃପା ଲାଭ କରିବେ।