
ଚିଲିକା ନିର୍ବାଚନ ମଣ୍ଡଳୀ ରେ ବର୍ତମାନ ର ବିଜୁ ଜନତା ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସର୍ବୋଚ୍ଚ ନ୍ୟାୟାଳୟ ର କଟକଣା ଯୋଗୁଁ ବର୍ଷେ ହେବ କୋୖଣସି ସଭା ସମିତି ରେ ଯୋଗ ନ ଦେଵା ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁ ଙ୍କ ମଧ୍ୟରେ କଥା କଟାକଟି କାହାରିକୁ ଅଛପା ନାହିଁ ।ଏଠାରେ ଏକ ପ୍ରକାର ରାଜନୈତିକ ଅସ୍ଥିରତା ଦେଖାଦେଇଛି।ଏହାସତ୍ତ୍ୱେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହାଶୟଙ୍କ ଅନୁପସ୍ଥିତି କୁ କିଛି ମାତ୍ରାରେ ଲାଘବ କରିଛି। ମାତ୍ର ୨୦୨୪ ନିର୍ବାଚନ ରେ ବିଜୁ ଜନତା ଦଳ କାହାକୁ ଏଠାରେ ବିଧାୟକ ପ୍ରାର୍ଥୀ କରିଵ ଏହା କଲ୍ପନା ଜଳ୍ପନା ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ବେଳେ ବିଜୁ ଜନତା ଦଳ ତାହାର ମାଷ୍ଟର ଷ୍ଟ୍ରୋକ ଖେଳି ଆସିଛି କହିବାର ତାପ୍ତର୍ଯ୍ୟ ହେଲା ଶେଷ ପର୍ଯ୍ୟନ୍ତ ଧରା ପଡେନି ଏଠାରେ କାହାକୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଵ।

ଏହି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଵହୁ ଆଶାୟୀ ଆଶା ବାନ୍ଧିଛନ୍ତି ସେ ମଧ୍ୟ ରେ ବର୍ତମାନ ର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ନାମ ମଧ୍ୟ ଅଛି କାରଣ ଦଳର ସେ ଜଣେ ରେସ୍ ର ଘୋଡ଼ା ଏବଂ ଜିତୁ ଥିବା ପ୍ରାର୍ଥୀ କାରଣ ଖୁବ କମ୍ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀ କୁ ଆସି ସ୍ୱଳ୍ପ ସମୟ ବ୍ୟବଧାନରେ ଗତ ନିର୍ବାଚନରେ ଜିତିଥିଲେଏଵଂ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ଲଢି ଥିଲେ। ଏହାକୁ କେବେ ବିଜୁ ଜନତା ଦଳ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ ମଧ୍ୟ ଜନ ଅସନ୍ତୋଷ କୁ ଆଖି ଆଗରେ ରଖି ଅନ୍ୟତ୍ର ଦେବ। ଆଶାୟୀ ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପ୍ରଶାନ୍ତ ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ,,ଉତ୍ପଳ ପାଇକରାୟ, ଏବଂ ବର୍ତମାନ ର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଏବଂ ପାରିକୂଦ ରାଜା ସନ୍ତୋଷ ରାୟ ଦେଵ ସମସ୍ତେ ନିଜ ନିଜ ତରିକାରେ ଲବି ଚଳାଇଛନ୍ତି ମାତ୍ର ଜଣେ ଅଣ ରାଜନୈତିକ ବ୍ୟକ୍ତି ବିଶେଷ ଯିଏକି ସାମ୍ବାଦିକତା କରନ୍ତି ଏବଂ କଵିତା ଲିଖନରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା ଯିଏକି ବିଜୁ ଜନତା ଦଳର ବର୍ତମାନ ର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କ ଧର୍ମ ପତ୍ନୀ ଶୁଣିବାକୁ ମିଳୁଛି କୁଆଡେ ବିଜୁ ଜନତା ଦଳ ରେ ମାନସ ମଙ୍ଗରାଜ ଙ୍କ ଦଵଦଵା ଜୋର ସେ ନିଜ ଧର୍ମ ପତ୍ନୀ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡାଙ୍କ ପାଇଁ ଲବି କରିପାରନ୍ତି।