Categories
media

ମହା ଶିବରାତ୍ରୀ


ବାଵା ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେଵ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ପ୍ରସିଦ୍ଧ ଏବଂ ଇଷ୍ଟ ଦେବତା ଅଟନ୍ତି ଏଠାରେ ଆଜିର ଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ। ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାଡି ବାନ୍ଧି ଦର୍ଶନ କରିବା ଦେଖିବାକୁ ମିଳିଥାଏ। ଦିନରେ ଶ୍ରଦ୍ଧଳୁ ମାନେ ମହାଦେବ ଙ୍କ ଦର୍ଶନ ସାରି କିଛି ପାଦୁକ ସେବନ କରି ସନ୍ଧ୍ୟାରେ ଉମା ମହେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦ୍ୱିପ ପ୍ରଜ୍ବଳନ କରିଥାନ୍ତି।ବାବା ଉମା ମହେଶ୍ୱର ଏହିଦିନ କେତକୀ ଫୂଲ ରେ ସଜାଇ ହୋଇ ମନ୍ଦିର ଭିତରୁ ସମସ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ରାତ୍ରି ରେ ମନ୍ଦିର ର ଚାରି ପାର୍ଶ୍ୱ ପରିକ୍ରମଣ କରିଥାନ୍ତି ଏହାକୁ ବେଢ଼ା ପରିକ୍ରମା କୁହାଯାଏ । ଏହାଦ୍ବାରା ଭକ୍ତ ଙ୍କ ମନରେ ଭକ୍ତିଭାବ  ଦ୍ୱିଗୁଣିତ ହୋଇଥାଏ। ରାତ୍ରି ର ମଧ୍ୟ ପ୍ରହରରେ ମହାଦୀପ ମନ୍ଦିର ର ଶିଖା ରେ ପ୍ରଜ୍ବଳନ କରିଥାନ୍ତି ପୂଜାରି ।ଏହା ପରଦିନ ସମସ୍ତ ଭକ୍ତ ସ୍ନାନ ଆଦି କର୍ମ ସାରି ମହାଦେବ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ ଙ୍କ ଦର୍ଶନ କରି ଜାଗର ବ୍ରତ ସମାପନ କରିଥାନ୍ତି।

ମହା ଶିବରାତ୍ରୀ ପର୍ବ ବା ଜାଗର ବ୍ରତ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରେ ପାଳନ କରାଯାଏ। ଏ ବର୍ଷ ଏହା ଆଜି ୧୮ଫେବୃୟାରୀ ରେ ଘଟିଛି ମହା ଶିବରାତ୍ରୀ ବ୍ରତ ପାଳନ ଶିବ ଭକ୍ତ ମାନଙ୍କ ମନରେ ଅତି ଆନନ୍ଦର ଦିନ ।ଆମ ହିନ୍ଦୁ ଧର୍ମର ସବୁ ଦେବା ଦେବୀ ଙ୍କ ବ୍ରତ ବା ଉପବାସ ସମସ୍ତେ ଦିନରେ ପାଳନ କରନ୍ତି କିନ୍ତୁ ମହା ଯୋଗେଶ୍ଵର ଅବିନାଶୀ ନସ୍ୱର ପରମାତ୍ମା ଶିବଲିଙ୍ଗ ସୂରୁପ ଜ୍ୱତୀ୍ରମୟ ଶିବ ଙ୍କ ଜାଗର ବ୍ରତ ରାତ୍ରି ସମୟ ଅନିଦ୍ରା ରହି ପାଳନ କରନ୍ତି।ॐ କାର ଶିବ ଭଗବାନ ଙ୍କୁ  ସମସ୍ତେ ତମଗୁଣ ର ଅଧିଷ୍ଟାତା ଭାବରେ ଜାଣନ୍ତି ଵାସ୍ତବରେ ଶିବ ଭଗବାନ ତମଗୁଣ ର ସଂହାରକ ଅଟନ୍ତି। ଜ୍ୱତୀ ସ୍ୱରୂପ ପରମପିତା ପରମାତ୍ମା ତ ନସ୍ୱର ସେ ପୁଣି କେମିତି ସଂହାର କରିବେ ଶିବ ଭଗବାନ ବ୍ରହ୍ମା ଙ୍କ ଶରୀର ରେ ପ୍ରବେଶ କରି ନୁତନ ସର୍ଜନା କରିଥାନ୍ତି ଏବଂ ଶଂଙ୍କର ଙ୍କ ଦ୍ଵାରା କଳିଯୁଗର ରୂପି ରାତ୍ରି ର ବିନାଶ କରିଥାନ୍ତି ଏବଂ ବ୍ରହ୍ମା ଙ୍କ ମୁଖ ରେ ଜ୍ଞାନ ଗଙ୍ଗା ପ୍ରବାହିତ କରନ୍ତି ସେଥିଲାଗି ତ ତାଙ୍କୁ ଗଙ୍ଗାଧର କୁହାଯାଏ।ଫାଲଗୁନ ମାସ ବର୍ଷ ର ଶେଷ ମାସ ଅଟେ। ରାତ୍ରି ପୁଣି ଚତୁର୍ଦ୍ଦଶୀ ଅର୍ଥାତ ଅମାବାସ୍ୟା ର ଗୋଟେ ଦିନ ପୂର୍ବରୁ ଶିବ ଭଗବାନ ମା ଅମ୍ବା ଙ୍କ ସହ ବ୍ରହ୍ମା ଙ୍କ ଦ୍ଵାରା ସମସ୍ତ ଜିଵ ଜଗତର ନୁତନ ସର୍ଜନା କରିଥାନ୍ତି।ଏହି ରାତ୍ରି ରେ ଖାଦ୍ୟ ଓ ପାନୀୟ ର ତ୍ୟାଗ କରିଥାନ୍ତି। ପ୍ରକୃତରେ ଲୋଭ,ମୋହ,ମଦିରା, ମାଂସ   ଏବଂ ରାତି ଜାଗରଣ ଅର୍ଥାତ ଅନିଦ୍ରା ଓ ଆଳସ୍ୟ ର ତ୍ୟାଗ କରିବା ଦରକାର ।

ଅନ୍ୟ ମତରେ ଆଜିର ଦିନରେ ଶିବ ଏବଂ ମା ପାର୍ବତୀଙ୍କର ବିବାହ ଉତ୍ସବ କୁ ପାଳନ କରିଥାନ୍ତି। ଅନ୍ୟ କେହି କେହି ମଧ୍ୟ କୁହନ୍ତି ଆଜିର ଦିନରେ ନିଳକଣ୍ଠ ପ୍ରଭୁ ସମୂଦ୍ର ମନ୍ଥନ ରୁ ନିର୍ଗତ ହଳାହଳ ବିଷ କୁ ଦେଵାଧି ଦେବ ମହାଦେବ ବିଶ୍ଵ ର କଲ୍ୟାଣ ନିମନ୍ତେ ପାନ କରିଥିଲେ। ତାଙ୍କରି ସୂରକ୍ଷା ର ଚିନ୍ତା ରେ ସମସ୍ତ ଶିଵଗଣ ରାତ୍ରି ଉଜାଗର ରହିଥିଲେ।ତେଣୁ ସମସ୍ତ ଶିବଭକ୍ତ ଯେହେତୁ ଶିଵଗଣ ସଦୃଶ ତେଣୁ ରାତି ଜାଗରଣ ରହି ଜାଗର ବ୍ରତ ପାଳନ କରନ୍ତି। ଜାଗର ବ୍ରତ ଆଜୀ ପୁରା ଦିନ ଏବଂ ରାତି ଶେଷ କରିବା ବା ଉଜାପନା କରିବାର ଶୁଭ ମୂହୁର୍ତ୍ତ/ ୧୯ଫେଵୃୟାରୀ ଅର୍ଥାତ କାଲି ସକାଳ ୬ଘଣ୍ଟିକା ୫୭ ମିନିଟ ଠାରୁ ଦ୍ୱିପ୍ରହର ୩ଘଣ୍ଟିକା ମଧ୍ୟରେ ବ୍ରତ ଶେଷ କରି ପାରିବେ ‌।

।‌ଯଦି ଆମ ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗିଲା ଗୋଟିଏ Like ବା Share କରନ୍ତୁ ଆପଣଙ୍କ ଭଲ ପାଇବା ଆମକୁ ଏହିଭଳି ଆଗକୁ ପୋଷ୍ଟ ପାଇଁ ପ୍ରେରଣା ଦେବ ଧନ୍ୟବାଦ

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started