Categories
media

ମାନବ ପ୍ରେମୀ ଆଦିତ୍ୟ ଦାସ କଂ ମୂ୍ର୍ତ୍ୟୁ ଏକ ଷଡଯନ୍ତ୍ର ନା ଆତ୍ମହତ୍ୟା ଏହା ଏକ ସନ୍ଦେହ ଜନକ ବିଷୟ।


ବାଲୁଗାଁ ଖବର ଟିଭି ନ୍ୟୁଜ। ଭୁବନେଶ୍ବର (ସୁନ୍ଦରପଦା) ଖବର। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଖବର ସୁତ୍ର ରୁ ପ୍ରକାଶ ଯେ। ଆଦିତ୍ୟ ଦାସ ବାଲେଶ୍ୱର ଜିଲ୍ଲାର ଯୁବକ ସେ ଜଣେ ମାନବ ପ୍ରେମୀ ମଣିଷ ଭାବେ ବେଶ ଜଣାଶୁଣା, କହିବାକୁ ଗଲେ ସେ ଜଣେ ସମାଜସେବୀ ଓ ପିପୁଲ୍ସ ଫର ସେବା ନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ ର ମୁଖ୍ୟ ଥିଲେ। ତାଂକର କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବହୁ ଯୁବକ ଯୁବତୀ ଉକ୍ତ ସଂଗଠନରେ ସାମିଲ ମଧ୍ୟ ହୋଇଥିଲେ। ଏହି ସଂଗଠନ ଟି ଭୁବନେଶ୍ବର ସ୍ଥିତ ସୁନ୍ଦରପଦା ଅଞ୍ଚଳରେ ଅଛି। ଏଠାରେ ସେ ବହୁ ନୀରିହ ଲୋକଙ୍କ ସେବାରେ ନିୟୋଜିତ ଥିଲେ ଓ ମାତ୍ରୂପିତୃ ଉବନ ନାମରେ ଏକ ବୂ୍ର୍ଦ୍ଧାଶ୍ରମ ଅଛି।

ଗତ କିଛିଦିନ ତଳେ ତାଂକର ପୁରାତନ ସାଥୀ ଦିବ୍ୟାଶ୍ରୀ କୁଂ ବିବାହ କରିଥିଲେ। ଦିବ୍ୟାଶ୍ରୀ କଂ ଘର ଖପୁରିଆ  ଅଞ୍ଚଳ ।ଆଦିତ୍ୟ କଂର ୟୁଟ୍ୟୁବ ରେ ଏକ ପରିଚୟ ଅଛି ଯାହାକି ଆଦିଶ୍ରୀ ପର୍ଡକସନ ନାମରେ ପରିଚିତ। ସୋସିଆଲ ମିଡ଼ିଆ ରେ ବେଶ ପରିଚିତ ଆଦିତ୍ୟ କଂର ଏକ ଫେସବୁକ ପରିଚୟ ଅଛି ଯାହାକି ମାନବ ପ୍ରେମୀ ଆଦିତ୍ୟ ନାମରେ ନାମିତ ଓ ଫେସବୁକରେ ଏକ ଶେଷ ପୋଷ୍ଟ ମଧ୍ୟ କରିଛନ୍ତି ଯାହାକି ସେ ଲେଖିଛନ୍ତି “ମୂ୍ର୍ତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ କେହି ଜାଣିପାରନ୍ତି ନାହିଁ” ତାକଂର ବହୁତ ପ୍ରଶଂସକ ଅଛନ୍ତି ଓ ପ୍ରାୟ ୪ ରୁ ୫ ଲକ୍ଷ ଫଲୋଅର ଅଛନ୍ତି। ଅନ୍ୟ ପାଇଁ ବଞ୍ଚୁଥିବା ଆଦିତ୍ୟ ନିଜ ଜୀବନ କୁ ନେଇ ବେଶ ଖୁସି ମଧ୍ୟ ଥିଲେ।

ତାକଂ ପତ୍ନୀଙ୍କ କହିବାନୁଯାୟୀ ଆଦିତ୍ୟ ତିନି ଦିନ ତଳେ ଲଣ୍ଡା ହୋଇଯାଇଥିଲେ ଯାହାକି ତାକଂ ପତ୍ନୀ କଂୁ ଏହା ଅଜବ ଲାଗିଥିଲା। ତାକଂ ପତ୍ନୀ ମଧ୍ୟ ଏ ନେଇ ଆଦିତ୍ୟ କଂୁ ପ୍ରଶ୍ନ କରିଥିଲେ ଲମ୍ବା ଚୁଟି ରଖୁଥିବା ଲୋକ ଆଜି କଣ ଏ ରୁପ ଆଦିତ୍ୟ କଂର ଉତ୍ତର ଥିଲା ନୁଆ ଭିଡିଓ ପାଇଁ ନୁଆ ଲୁକ ଦରକାର। ଆଦିତ୍ୟ ଗତ ବର୍ଷ ମଦମୁକ୍ତି ଅନଶନ ମଧ୍ୟ କରିଥିଲେ। ତାକଂର “ତ୍ରିରଂଗା ରେ ତ୍ରିରଂଗା ମଦ ରେ ରଂଗ ରେ ଏଠି ଦୁନିଆ ରଂଗା ,ଖିର ମହଁଗା ଏଠି ପାଣି ମହଁଗା, ଶାନ୍ତି ମହଁଗା ପୁଣି ପ୍ରୀତି ମହଁଗା ” ନିଜସ୍ୱ ଶୈଳୀ ରେ ଗାଇ ସରକାର କଂ ଦ୍ରୂଷ୍ଠିଗୋଚର କରିଥିଲେ। ମାତ୍ର ସୋମବାର ସଂଧ୍ୟାରେ ଆଦିତ୍ୟ ତାକଂ ପତ୍ନୀ କଂୁ ବୁଲିବା ନା କହି ବାହାରକୁ ଯାଇଥିଲେ। ତାଂକର ଫେରିବା ବିଳମ୍ବ ହେବାରୁ ତାଙ୍କ ପତ୍ନୀ ବହୁତ ଥର ଫୋନ କରି ବିଫଳ ହେବାରେ ଶେଷରେ ଚାଲି ଚାଲି ବହୁତ ଖୋଜି ଲିଗଂରାଜ ରୋଡ ରେଳ ଷ୍ଟେସନ ନିକଟ ରେଳ ଲାଇନ କଡରେ ତାଙ୍କ ର ଖଣ୍ଡ ବିଖଣ୍ଡିତ ଶବକୁ ପାଇଥିଲେ।

ତାଂକର ମୂ୍ର୍ତ୍ୟୂ କୁ ନେଇ ସାଧାରଣରେ ଆଲୋଚନା ହେଉଛି ଅନ୍ୟ ପାଇଁ ବଞ୍ଚୁଥିବା ମାନବ ପ୍ରେମୀ ମଣିଷ ଏଭଳି ଭୀରୁ କାର୍ଯ୍ୟ କେବେ ବି କରିପାରିବ ନାହିଁ। ତାକଂ ପତ୍ନୀ ମଧ୍ୟ କହୁଛନ୍ତି ଏହା ଏକ ଷଡଯନ୍ତ୍ର ହୋଇପାରେ। ସେ ଯାହାବି ହେଉ ଆମେ ଜଣେ ଭଲ ମଣିଷ କୁ ହରାଇଲେ। ପୋଲିସ ଏହାର ତଦନ୍ତ ଜାରି ରଖିଛନ୍ତି। ଏ ଭଳି ସତ୍ୟ ଘଟଣା କୁ ନେଇ ଆପଣଙ୍କ ପାଖେ ଆମେ ପହଁଚାଇବୁ ପୋଷ୍ଟ ଟି ଯଦି ଭଲ ଲାଗିଲା ତ ନିଶ୍ଚୟ Like, share କରନ୍ତୁ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started