
ବାଲୁଗାଁ ଖବର TV news। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଇଣ୍ଡିୟାନ ରେଗୁଲେଟାରୀ ଆଣ୍ଡ ଡେଭଲପମେଣ୍ଟ ଅଥୋରିଟି ଆରମ୍ଭ କରିବାକୁ ଯାଉଛନ୍ତି ଜୁଲାଇ ୧୦ ରୁ ଦୁଇଟି ନୂତନ ବୀମା ପାଇଁ ଗାଇଡଲାଇନ। ସମସ୍ତ ବୀମା କମ୍ପାନୀ ଦେବେ ଏ ସୁବିଧା। କୋବିଡ -19 କେସ କୁ ଆଖି ଆଗରେ ରଖି ଲାଗୁହୋଇଛି ନିୟମ। ଯାହାକି ଆପଣ ଏହି ବୀମା ସମ୍ପୁର୍ଣ କ୍ୟାସ ଲେସ ମାଧ୍ୟମରେ ଅନଲାଇନ ଜରିଆରେ ପାଇପାରିବେ ସୁବିଧା। ବୀମା ପାଇଁ ଗୋଟିଏ ଥର ଆପଣଙ୍କୁ ଦେବାକୁ ପଡିବ ବୀମା ପ୍ରିମିୟମ।
କରୋନା କବଚ ବୀମା :- ଏହି ବୀମା ଦ୍ୱାରା ଆପଣ ଲାଭ ପାଇପାରିବେ ଡାକ୍ତର ଖାନା ର ସମସ୍ତ ଚିକିସ୍ଚା ଖର୍ଚ୍ଚ ଓ ଯାତାୟତ ଖର୍ଚ୍ଚ। ଏହି ବୀମା ୧୮ ବର୍ଷ ରୁ ୬୫ ବର୍ଷ ର ସମସ୍ତ ଲୋକ ପାଇ ପାରିବେ ସୁବିଧା। ବୀମା ଆସୁ୍୍ରଏଡ ଧନରାଶି ୫୦ ହଜାର ରୁ ୫ ଲକ୍ଷ ପର୍ଯ୍ୟନ୍ତ। ବୀମା ଅବଧି ୧୫ ଦିନ ରୁ ୬ ମାସ ରହିବ। ସେହିପରି ଅନୁରୁପ କରୋନା ରକ୍ଷକ ବୀମା ର ଆସୁଏଡ ଧନରାଶି ୫୦ ହଜାର ରୁ ୨. ୫ ଲକ୍ଷ ପର୍ଯ୍ୟନ୍ତ ରହିବ। ଆପଣ ଯଦି ଟେଷ୍ଟ ପରେ ପଜିଟିଭ ଅଛି ଓ ୭୨ ଘଣ୍ଟା ରୁ ଅଧିକ ସମୟ ଡାକ୍ତରଖାନା ରେ ଚିକିସ୍ଚିତ ଅଛନ୍ତି ତେବେ ଶତ ପ୍ରତିଶତ ବୀମା ରାଶି ମିଳିପାରିବ।