
ବାଲୁଗାଁ ଖବର TV NEWS. ବାଲୁଗାଁ ଖବର ଟିଭି ନ୍ୟୁଜ୍ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।( ଗଂଜାମ ଜିଲ୍ଲା ଖବର)
ଗୋଟେ ବିବାହିତ ନାରୀ ପାଇଁ ସ୍ୱାମୀ ତାର ସବୁକିଛି ଲୋକମତରେ ଇହକାଳ ପରକାଳର ଦେବତା ଆଉ ସେହି ଦେବତା ଯଦି ପର କରେ ସେ କହିବ କାହାକୁ। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗାଁ ରେ ସେହି ଗାଁର ରବି ନାୟକ ନାମକ ବ୍ୟକ୍ତି ବିବାହ କରିଥିଲେ ୨୦୧୨ ମସିହାରେ ଜଗନ୍ନାଥ ପ୍ରସାଦ ରାଉତି ପାଟଣା ଗ୍ରାମରେ। ବିବାହର କିଛିଦିନ ସୁରୁଖୁରୁରେ କଟିବା ପରେ ନିଜ ସ୍ତ୍ରୀ ଉପରେ ଆରମ୍ଭ କରିଥିଲେ ଅକଥନୀୟ ଅତ୍ୟାଚାର। ନିଜ ସ୍ତ୍ରୀ କୁ ବାରମ୍ବାର ଦେଇଥିଲେ ନିର୍ଯ୍ୟାତନା। କେତେ ସହିବ ନାରୀ ନିଜ ସହ ନିଜ ପୁଅ କୁ ଧରି ବାପ ଘରକୁ ପଳାଇଥିଲେ ତାଙ୍କ ସ୍ତ୍ରୀ। ସେଠାରେ ମହିଳା କଂ ବାପା ନିଜ ଝିଅ ଓ ନାତିର ସମସ୍ତ ଦାୟିତ୍ବ ବୁଝୁଥିଲେ।

ମାତ୍ର ଦୁଃଖ ର ବିଷୟ ନିଷ୍ଠୁର ହେଲା ବିଧି ଗତ ୧୨ ଦିନ ତଳେ ଉକ୍ତ ମହିଳାଙ୍କ ବାପା କୂଅ ରେ ପଡି ମୂର୍ତ୍ୟୂ ବରଣ କଲେ । ମହିଳା ଜଣକ ଅନ୍ୟ ଉପାୟ ନ ପାଇ ୬ ବର୍ଷ ର ପୁଅ କୁ ଧରି ଫେରିଆସିଲେ ନିଜ ସ୍ୱାମୀ କଂ ପାଖୁ ମାତ୍ର ଏଠି ହେଲା କଣ ସ୍ୱାମୀ ତାକୁଂ ଘରକୁ ନେବା ବଦଳରେ ଦୁଆର ମୁହଁରୁ ନିଜ ପତ୍ନୀ କୁ ମାରିଲେ ଠିଆ ଗୋଇଠା କାରଣ ଏହା ଭିତରେ ରବି ନାୟକ କରିଛନ୍ତି ଦ୍ୱିତୀୟ ବିବାହ ।
ଏପରିକି ନିଜ ୬ ବର୍ଷ ର ପୁଅ କୁ ଦେଖି ମଧ୍ୟ ଜଣେ ବାପର ହୂର୍ଦୟ ହେଲାନି ପରିବର୍ତ୍ତନ। ନିଜ ପ୍ରଥମ ସ୍ତ୍ରୀ କୁ ଲାତ, ଗୋଇଠା ମାରିବା ସହ ପଥର ଛେଚି ଦେବାର କରଛନ୍ତି ଊଦ୍ୟମ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ରବି ନାୟକ କୁ ଗିରଫ କରିଛି ପୋଲିସ ଓ ଏହି ଘଟଣାର ତଦନ୍ତ ଜାରିରଖିଛି !