Categories
media

୨୨ ବର୍ଷ ତଳୁ ନିଖୋଜ ଥିବା ପୁଅ ଫେରିଛି ମା କୋଳକୁ।


ବାଲୁଗାଁ ଖବର TV NEWS. ୧୭/୦୬ ବଡକୁଳ, ବାଲୁଗାଁ, ଖୋର୍ଧା। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।


ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଠାରେ ଆଜି ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯୋଉଥି ପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଥଲା ।ସ୍ୱର୍ଗତ ଯୋଗେନ୍ଦ୍ର ଭୁଜବଳ ‘କଂ ପତ୍ନୀ ଧୁଖି ଭୁଜବଳ କଂ ନିକଟକୁ ଫେରିଆସିଛନ୍ତି ତାକଂ ପୁଅ ପୁର୍ଣଚନ୍ଦ୍ର ଭୁଜବଳ।
ଯୋଉ ସମୟରେ ମହାମାରୀ କରୋନା ସମସ୍ତ ବିଶ୍ୱକୁ କବଳିତ କରିଚାଲିଛି । ଯୋଉ ମହାମାରୀ କରୋନା ପାଇଁ ,କିଛି ଲୋକ ନିଜର ପରିଜନ ମାନଙ୍କୁ ହରାଇଛନ୍ତି,ଯୋଉ ସମୟରେ ସମସ୍ତେ ଭୟର ପରିଧି ଭିତରେ ଅଛନ୍ତି ।ଠିକ ଏହି ସମୟରେ ବଡ଼କୁଳ ର ମହାନ୍ତି ସାହିରେ କିଛି ସମୟ ପାଇଁ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ।ଆପଣ ମାନକୁ ଶୁଣିବା ପରେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟା ସତ ଯେ କରୋନା ପାଇଁ ଆଜି ୨୨ ବର୍ଷ ତଳୁ ନିଖୋଜ ଥିବା ପୁଅ କୁ ଫେରିପାଇଛି ମା ।


ତେବେ ସେ ପ୍ରଥମେ ଆସି  ଗାଁ କୋରେଣ୍ଟାଇନ ସେଣ୍ଟରେ ରହିଥିଲେ ।ଏ ବିଷୟ ଜାଣି ତାଙ୍କ ପରିବାର ଠୁ ନେଇ ସାଂଗ ସାଥି ତାଙ୍କୁ ଦେଖା କରିବା କୁ ଅପେକ୍ଷା କରିଥିଲେ ।ସବୁଠାରୁ ବେଶୀ ବ୍ୟାକୁଳ ଥିଲେ ତାଙ୍କ ମା ।ଆଜି ଯେତେବେବେଳେ ସେ କୋରେଣ୍ଟାଇନ ସେଣ୍ଟର ରୁ ବାହାରିଲେ ,ତାଙ୍କ ସାଙ୍ଗସାଥି ସମସ୍ତେ ସାମାଜିକ ଦୂରତା ରକ୍ଷାକରି ତାଙ୍କୁ ପାଛୋଟି ଆଣିଥିଲେ ତାଙ୍କ ଘରକୁ । ପୁଅ କୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।ଏ ବାବଦ ରେ ଆମେ ତାଙ୍କର, ତାଙ୍କ ମାଆଙ୍କ ସହିତ ତାଙ୍କ ପଡ଼ୋଶୀଙ୍କର ପ୍ରତିକ୍ରିୟା ନେଇଥିଲୁ । ୨୨ ବର୍ଷ ଧରି ନିଖୋଜ ଥିବା ପୁଅ,ସାଙ୍ଗ,ତଥା ସାଇ ଭାଇକୁ ପାଖରେ ପାଇଁ ସମସ୍ତେ ନିଜର ଖୁସି ବ୍ୟକ୍ତ କରିଥିଲେ ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started