Categories
media

ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସଂପୂର୍ଣ ନଷ୍ଟ।


ବାଲୁଗାଁ ଖବର TV NEWS ୧୩/୦୬ ବାଣପୁର ,ଗାଲୁଆ ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ

ଖବର ଅନୁସାରେ  ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧୀନରେ ଥିବା ଭୀମ ପୁର ଗ୍ରାମ ର ବଡ଼ ପାଟଣା ସାହି ରେ ଏପରି ଏକ ଦୃର୍ଘଟଣା ଦେଖିବା କୁ ମିଳିଛି ଆଜି ବିଦ୍ୟୁତ ତାର ରେ ସର୍ଟସର୍କିଟ ଯୋଗୁଁ ସେହି ଗ୍ରାମର ବାଉରିବନ୍ଧୁ ଘଡାଇ କଂ ଘରେ ନିଆଁ ଲାଗିଗଲା ଫଳରେ ଚାରି ବଖରା ଘର ସହିତ ଆସବାବ ପତ୍ର ପୋଡି ନଷ୍ଟ ହୋଇ ଯାଇଛି, ବାଣପୁର ଅଗ୍ନିଶମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ସୂଚନା ପାଇ ସଂଗେ ସଂଗେ ଦୁଇଟି ଦମକଳ ଗାଡିକୁ ସହିତ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ, ତେବେ ଅଗ୍ନିକାଣ୍ଡ ରେ କୌଣସି ଜୀବନ ହାନି ହୋଇ ନାହିଁ । କିନ୍ତୁ ଅଗ୍ନିକାଣ୍ଡ ରେ ବାଉରିବଂନ୍ଧୁ ଘଡାଇ କଂ ଚାରି ବଖରା ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଛି।

ଘଟଣା ସ୍ଥଳରେ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଂଜନ ସାମନ୍ତରାୟ ଉପସ୍ଥିତି ରହିଥିବା ବେଳେ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ଅଗ୍ନିକାଣ୍ଡଜନିତ ରିପୋର୍ଟ ଅନୁଯାଇ ଆରଆଇ ଙ୍କ ଠାରୁ ତଥ୍ୟ ସଂଗ୍ରହ କରି ତହସିଲଦାର ଙ୍କ ନିକଟରେ ଲିଖିତ ଆକାରରେ ସାହାଯ୍ୟ ଲାଗି ଦାବି ଜଣାଇବାକୁ ସୂଚନା ଦେଇଛନ୍ତି ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started