ବାଲୁଗାଁ ଖବର ଟିଭି ନ୍ୟୁଜ ।୧୧/୦୬ (ବାଣପୁର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ।

ଦୋଳ ମୁଣ୍ଡି ଗ୍ରାମର ରମେଶ ସ୍ୱାଇଁ କଂ କହିବା ମୁତାବକ ୯ ବର୍ଷ ତଳେ ତାକଂ ଝିଅ ଅହଲ୍ୟା ଦେଓଗାଁ ର ବୁଲୁ ଛାଟୋଇ କଂ ପୁଅ ପ୍ରମୋଦ ଛାଟୋଇ କଂୁ ବିବାହ କରିଥିଲେ ।ବର୍ତ୍ତମାନ ଅହଲ୍ୟା କଂର ଦୁଇଟି କନ୍ୟା ସନ୍ତାନ ଅଛନ୍ତି ମାତ୍ର ବିବାହ ର ଏକ ବର୍ଷ ପରେ ତାକଂ ଶଶୁର ଘର ଲୋକେ ଝିଅ ଅହଲ୍ୟା କୁ ମାନସିକ ସହ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ଅହଲ୍ୟା କଂ ସ୍ୱାମୀ ପ୍ରମୋଦ ଛାଟୋଇ, ଦେଢଶୁର ବସନ୍ତ ,ଶାଶୁ ଝୁଲ ଛାଟୋଇ, ଶଶୁର ବୁଲୁ ଛାଟୋଇ ସମେତ ଯାଆ ନିରୁ ଛାଟୋଇ ତାଂକୁ ପ୍ରତିଦିନ ବିଭିନ୍ନ ପ୍ରକାରର ଗାଳି ଗୁଲଜ ସହ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ଗତ ବର୍ଷ ଅହଲ୍ୟା ନିଜ ବାପାକୁଂ ଫୋନ କରି ଜଣାଇଲେ ଶଶୁର ଘର ଲୋକେ ଏକ ହିରୋ ୟୁନିକର୍ନ ଗାଡି ମାଗୁଛନ୍ତି ଏ କଥା ଶୁଣି ରମେଶ ସ୍ୱାଇଁ ତାକଂ ଜ୍ୱାଇଁ ପ୍ରମୋଦ ଛାଟୋଇ କୁ କହିଥିଲେ ଗାଡି କିଣି ଦେବେ କିନ୍ତୁ କିଛି ଦିନର ସମୟ ମାଗିଥିଲେ। ଏହା ପୂର୍ବରୁ ରମେଶ ସ୍ୱାଇଁ ନିଜ ଝିଅ ର ବ୍ୟାକଂ ଆକାଉଣ୍ଟ କୁ ୬୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଆଜି ତା ୧୧/୦୬ ଅପରାହ୍ନ ୪ଟା ସମୟରେ ପ୍ରମୋଦ ଛାଟୋଇ ଅହଲ୍ୟା ର ସ୍ୱାମୀ ଶଶୁର ରମେଶ ସ୍ୱାଇଁ କଂୁ ଫୋନ କରି ଜଣାଇଲେ ତୁମ ଝିଅର
ଦେହ ସିରିୟସ ଅଛି ତୁମେ ଶିଘ୍ର ଆସ।
ଏହା ଶୁଣି ରମେଶ ବ୍ୟତିବ୍ୟସ୍ତ ହୋଇ ନିଜ ପୁଅ ପଦ୍ମ ଚରଣ ଓ ପତ୍ନୀ ଓ ପୁତୁରା କୁ ସାଗଂରେ ନେଇ ଦେଓଗାଁ ନିଜ ଝିଅ ଘରକୁ ଯାଇ ଦେଖିଲେ ଦାଣ୍ଡ ଦୁଆରେ ଏକ ଆମ୍ବୁଲାନ୍ସ ଥୁଆ ହୋଇଛି ଓ ଘର ଭିତରକୁ ଯାଇ ଦେଖିଲେ ତାକଂ ଝିଅର ଅର୍ଧଦଗ୍ଧ ମର ଶରୀର ପଡିଛି। ଏ ନେଇ ସେ ଝିଅର ଶଶୁର ଘର ଲୋକ ଯଥା -ଶଶୁର ବୁଲୁ ଛାଟୋଇ, ଶାଶୁ ଝୁଲ ଛାଟୋଇ ଓ ଦେଢଶୁର ଓ ଯାଆ ସମେତ ନିଜ ଜୱା୍ଇଁ ପ୍ରମୋଦ ଛାଟୋଇ କୁ ଦାୟୀ କରି ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରିଛନ୍ତି ।ଏ ନେଇ ପୋଲିସ ତଦନ୍ତ ଜାରିରହିଛି।