
ବାଲୁଗାଁ ଖବର ଟିଭି ନ୍ୟୁଜ। ୧୧/୦୬ (ବାଣପୁର ଖବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।
ମହାମରୀ କରୋନାକୁ ନେଇ ଲକଡ଼ାଉନ ଜାରି ରହିଛି।ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି।ଏହି ସମୟରେ ମଦ ଚୋରା କାରବାର ଅହେତୁକ ବୃଦ୍ଧି ପାଉଛି।ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି। ନା ଅଛି ଖାକିର ଡର ନା ଅଛି ଆଇନ କାନୁନ କୁ ଡର। ସେମାନେ ଦିନ ଦ୍ବିପ୍ରହରରେ ଖୁଲମ ଖୁଲା କରିଚାଲିଛନ୍ତି ନିଜ ସାମ୍ରାଜ୍ୟ ବିସ୍ତାର।
ଏହାକୁ ଲଗାମ ଦେବାକୁ ବାଲୁଗାଁ ଅବକାରୀ ବିଭାଗ ଏକ ଟିମ ଗଠନ କରି ବାଣପୁର ବ୍ଲକର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲା। ଉକ୍ତ ଚଢ଼ାଉରେ ଅବକାରୀ ବିଭାଗ ଏ.ଏସ.ଆଇ ସନ୍ତୋଷ ନାୟକ, କନଷ୍ଟେବଳ ରତ୍ନାକର ଜାଲୀ, ମୀନକେତନ ମାହାଲିକ, ଉର୍ମିଷ୍ଠା ସାମନ୍ତସିଂହାର ଓ ପୁର୍ଣିମା ଦାସ ଆଦି ସାମିଲ ଥିଲେ ।ଚଢ଼ାଉ ସମୟରେ ବାଣପୁର ସାନସିରେଇପୁର ଫରେଷ୍ଟ ବିଟ ହାଉସ ପାଖରୁ ୧୨୮ ଲିଟର ଚୋରା ଦେଶୀ ମଦ ,୪ ଟି ମୋଟର ସାଇକେଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।