Categories
media

ଆଜି ହିଁ ସତର୍କ ହୋଇଯାଆନ୍ତୁ। ଆପଣ ଫେକ୍ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିନାହାଁନ୍ତି ତ।


ପାକିସ୍ତାନ ଆଇ ଏସ ଆଇ ନିର୍ମିତ ଆରୋଗ୍ୟ ସେତୁ।

ବାଲୁଗାଁ ଖବର ଟିଭି ନ୍ୟୁଜ। ୧୦/୦୬ ନୁଆ ( ନୂଆଦିଲ୍ଲୀ ଖବର)ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଆଜି ସାରା ବିଶ୍ଵରେ କରୋନା ବା କୋବିଡ -୧୯ ତାର ତାଣ୍ଡବ ଲୀଳା ରଚି ଥିଲା ବେଳେ ଏ ମହାମାରୀ ସମୟରେ ପାକିସ୍ଥାନ ତାର ଧୋକାବାଜି ନିତି କରିବା ଛାତିନି। ଏହା ବହୁତ ସମ୍ବେଦନଶୀଳ ବିଷୟ ଅଟେ।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆରୋଗ୍ୟ ସେତୁ ଆପ ଏହାଦ୍ବାରା ଆଖପାଖ ଅଞ୍ଚଳରେ କୋବିଡ ୧୯ ରୋଗି କୁ ଟ୍ରାକ କରିବା ଓ ଏହାର ବ୍ୟବହାର କରି କଂ ଭ୍ରମଣ ହିଷ୍ଟ୍ରି କୁ ମଧ୍ୟ ଟ୍ରାକ କରିଥାଏ। ଏହାର ଆପ ପରିମିଶନ ରେ ଆପଣଙ୍କ କଣ୍ଟା୍କ୍ଟ ନମ୍ବର ଜିପିଏସ, ବ୍ଲୁଟୁଥ କୁ ଗ୍ରହଣ କରିପାରେ। ଏହାର ସୁଯୋଗ ନେଇ ପାକିସ୍ତାନ ର ଆଇ ଏସ ଆଇ ଯେତେବେଳେ ଭାରତ ସରକାର ଏପ୍ରିଲ ମାସରେ ଏହି ଆରୋଗ୍ୟ ସେତୁ ଆପ ର ଉନ୍ନତ ଭର୍ସନ କଲେ ଏହି ସମୟରେ ପାକିସ୍ତାନ ର ଆଇ ଏସ ଆଇ ମଧ୍ୟ ତାର ଫେକ୍ ବା ନକଲି ଆପ କୁ ଇଣ୍ଟରନେଟ ମାଧ୍ୟମରେ ଜାରି କଲା। ଭାରତ ସରକାରଙ୍କ ଦ୍ବାରା ନିର୍ମିତ ଆରୋଗ୍ୟ ସେତୁ ଆପ କୁ ୧୨ କୋଟି ରୁ ଅଧିକ ଲୋକ ଆପଣାଇଛନ୍ତି। ଏଥିରେ ଆମ ଦେଶର ବହୁତ ମୁଖ୍ୟ ଲୋକ ଏପରିକି ସେନା ମୁଖ୍ୟ ଠୁ ଆରମ୍ଭ କରି ବଡ ବଡ ସରକାରୀ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ଆପ ର ବ୍ୟବହାର କରନ୍ତି। ଏହାର ସୁଯୋଗ ନେଇ ପାକିସ୍ତାନ ଆଇ ଏସ ଆଇ ଏହି ନକଲି ଆପ କୁ ଇମେଲ ଓ ଫ୍ଲାସ ମେସେଜ ମାଧ୍ୟମରେ ଭାରତକୁ ଛାଡିଛି।

ମହାରାଷ୍ଟ୍ରର ସାଇବର ସେଲ ମୁଖ୍ୟ ଡିଜି ପୋଲିସ ୟାସବି ଜାଦବ ଓ ବଡବଡ ସାଇବର ଏକ୍ସପର୍ଟ କଂ କହିବା ମୁତାବକ ଏହାଦ୍ୱାରା ଏହି ନକଲି ଆପ କୁ ଡାଉନଲୋଡ କରିଥିବା ବା ବ୍ୟବହାର କାରୀକଂ ସମସ୍ତ ତଥ୍ୟ ଚୋରି କରିପାରେ ଏପରିକି ମାଇକ୍ରୋଫୋନ, ହୱାଟସପ ରେ ବ୍ୟବହାର କରୁଥିବା ଟେକ୍ସଟ ମେସଜ ସହିତ ଫୋଟୋ କୁ ମଧ୍ୟ ହ୍ୟାକ୍ କରିପାରେ।

ଏହାର ପ୍ରତିକାର –

୧-ସର୍ବଦା ଗୁଗଲ ପ୍ଲେ ଷ୍ଟୋର ରୁ ଆଈ ଓ ଏସ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରନ୍ତୁ। ୨- କାହାଦ୍ୱାରା ପଠା ଯାଇଥିବା ଲିକ୍ଂ ବା ଇ ମେଲ ଆପ କୁ ଡାଉନଲୋଡ କରନ୍ତୁ ନାହିଁ। ୩-ନକଲି ଆପ ର ଫାଇଲ ର ନାମ ApK ଓ ସରକାରଙ୍କ ଦ୍ବାରା ପ୍ରଦତ୍ତ ଆପ ଫାଇଲ ନାମ GOV. In ହୋଇଥାଏ। ୪-ନକଲି ଆପ ଦେଖିବାକୁ ଅବିକଳ ଅସଲି ଆପ ଭଳି ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started