
ବାଲୁଗାଁ ଖବର ଟିଭି । ୧୦/୦୬ (ଭୁବନେଶ୍ବର ଖବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଆଜି ଆମେ ଓଡିଶାର ସିନେ କଳାକାର ସବ୍ୟସାଚୀ ମିଶ୍ର କଂ ବିଷୟରେ ଆଲୋଚନା କରିବା। କରୋନା ମହାମାରୀ ସଂକଟ ସାରା ପୃଥିବୀରେ ଏକ ଦୁଃଖଦ ପରିସ୍ଥିତି ମଧ୍ୟକୁ ଅନେକ ପରିବାର କୁ ବେସାହାରା କରିଛି ଅନେକ ମଜଦୁର ଶ୍ରମିକ ମାନକଂ ଶ୍ରମ ଛଡାଇନେଇଛି। ଏପରି ସ୍ଥିତିରେ ଆମ ଭାରତ ଓ ରାଜ୍ୟ ସରକାର ଲୋକକୁଂ ଅନେକ ସାହାଯ୍ୟ କରିଛନ୍ତି ମାତ୍ର ନିଜ ଉଦ୍ୟମରେ ସାହାଯ୍ୟ କରିଥିବା ବଲିଉଡ ଷ୍ଟାର ସୋନୁସୁଦ କଂ ବିଷୟରେ ଆମେ ଗତ ପୋର୍ଟାଲ ରେ ଆଲୋଚନା କରିଛେ। ସେହିପରି ଆମ ଓଡିଶାର ସିନେ ତାରକା ସବ୍ୟସାଚୀ ମିଶ୍ର କଂ ସାହାଯ୍ୟ ମଧ୍ୟ କୌଣସି ଗୁଣରେ କମ ନୁହେଁ।

ସବ୍ୟସାଚୀ ମିଶ୍ର କଂ ଜନ୍ମ Oct 06 1985ମସିହାରେ ବୁର୍ଲା ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ମଧ୍ୟ ସୋନୁସୁଦ କଂ ଭଳି ଓଡିଶା ଫିଲ୍ମ ତାରକା ତାଂକର ବାପା ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ IAS ଅଫିସର ଓ ମା ଡଃ ସୁଷମା ଦେବୀ ଜଣେ ଅଧ୍ୟାପିକା ଓ ଲେଖିକା। ସବ୍ୟସାଚୀ କଂ ଆଉ ଜଣେ ଭାଇ ଅଛନ୍ତି ତାଙ୍କ ନାମ ସୌମ୍ୟକାନ୍ତ ମିଶ୍ର। ସବ୍ୟସାଚୀ ବିବାହିତ ଓ ତାଙ୍କ ପତ୍ନୀ କଂ ନାମ ସିମା ମିଶ୍ର। ସବ୍ୟସାଚୀ ମିଶ୍ର ମଧ୍ୟ ସୋନୁସୁଦ ଭଳି ଇଲେକ୍ଟ୍ରୋନିକ ରେ ବି. ଟେକ୍ କରିଛନ୍ତି ସିଲିକନ କଲେଜ ଓଡିଶା ।ତାଂକର ପ୍ରଥମ ଚଳଚିତ୍ର ପାଗଳ ପ୍ରେମୀ ଓ ସେ ତେଲୁଗୁଓ ବଗଂଳା ଚଳଚିତ୍ର ରେ ଅଭିନୟ ମଧ୍ୟ କରିଛନ୍ତି। ସବ୍ୟସାଚୀ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଏପରିକି ଫିଲ୍ମ ଫେୟାର ଆୱାର୍ଡ ଓଡିଶା ଷ୍ଟେଟ, ତରଗଂ ସିନେ ଆୱାର୍ଡ ଏହିଭଳି ଅନେକ ପୁରସ୍କାର।
ଗତ କିଛିଦିନ ତଳେ ଆମେ ଅନେକ ଗଣ ମାଧ୍ୟମରେ ଏହାର ବହୁତ ଆଲୋଚନା ହୋଇଛି ଅନେକ ପ୍ରବାସୀ ଶ୍ରମିକ ମାନକୁଂ ଲକଡାଉନ ସମୟରେ ନିଜ ଉଦ୍ୟମରେ ସାହାଯ୍ୟ କରି ନିଜ ରାଜ୍ୟ ଓଡିଶା କୁ ଫେରାଇ ଆଣିଛନ୍ତି।

ତାକଂ ଟିୱଟର ଦେଖିଲେ ଆପଣ ବିଶ୍ୱାସ କରିବେ ସେ ମଧ୍ୟ ସୋନୁସୁଦ କଂ ଭଳି ସମସ୍ତ କଂୁ ଉତ୍ତର ଦେଉଛନ୍ତି




ଜଗତସିଂହପୁର ଜିଲ୍ଲା ର ସ୍ୱାମୀ ପରିତ୍ୟକ୍ତା ସସ୍ମିତା ବେହେରା ସାଗଂରେ ତାଂକର ୪ ବର୍ଷ ର ଛୋଟ ପୁଅ କୁ ଧରି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ର ଜଣେ ବ୍ୟକ୍ତି କଂ ଘରେ କାମ କରୁଥିଲେ କିଛିଦିନ ତଳେ ସସ୍ମିତା କଂ ଝିଅ କୁ ସାପ କାମୁଡିବା ଘବର ଶୁଣି ନିଜ ଗାଁ କୁ ଫେରିବା କଥା ଘର ମାଲିକଙ୍କୁ କହିଲେ। ମାତ୍ର ଘର ମାଲିକ ଟଂକା ଦେବା ବଦଳରେ ମାଡ ମାରିଥିଲେ। ଏପରି ସ୍ଥିତି ଉପୁଜିବା ପରେ ସେ ଏକ ଚିଠି ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଏହାର ଖବର ପାଇ ତୁରନ୍ତ ସବ୍ୟସାଚୀ ତାଙ୍କ ସବ୍ୟସାଚୀ ମିଶନ ମାଧ୍ୟମରେ ଭୁବନେଶ୍ବର ର ଏକ ଘରୋଇ ଟ୍ରାଭେଲସଂସ୍ଥା ର ଗାଡି ଗୁଣ୍ଟୁର ପଠାଇଥିଲେ। ଗତକାଲି ରାତିରେ ସସ୍ମିତା ବେହେରା ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ତରଫରୁ ସବ୍ୟସାଚୀ କଂ ୁ ଧନ୍ୟବାଦ ଜଣାଇଛନ୍ତି ଆମେ ମଧ୍ଯ ବାଲୁଗାଁ ଖବର ଟିଭି ନ୍ୟୁଜ ତରଫରୁ ସବ୍ୟସାଚୀ ମିଶ୍ର କୁଂ ତାଂକର ଏଭଳି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରୁଛୁ।