Categories
media

ପ୍ରବାସୀ ଶ୍ରମିକ କଂ ଦେବଦୂତ ସାଜିଲେ ସୋନୁସୁଦ । ଗଣମାଧ୍ୟମ ରେ ଆଜି ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା କଂ ବିଷୟରେ ପଦେ।


ବାଲୁଗାଁ ଖବର TV ୦୨ /୦୫ ପବିତ୍ର ପ୍ରଧାନ କଂ ରିପୋର୍ଟ ବାଲୁଗାଁ ଖବର।

ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଆଜିର ଗଣମାଧ୍ୟମ ରେ ଚର୍ଚ୍ଚିତ ଚେହେରାକୁ ଭାରତର କୋଣ ଅନୁକୋଣରେ ଲୋକେ ଜାଣିଥିଲେ ତାକଂୁ ଜଣେ ଅଭିନେତା ହିସାବରେ ମାତ୍ର ଆଜିର ଏ ମହାମାରୀ ସମୟରେ ଲୋକେ ତାଙ୍କୁ କହୁଛନ୍ତି ଦେବଦୁତ ଆସନ୍ତୁ ଜାଣିବା ସୋନୁସୁଦ କିଏ।

ସୋନୁ ସୁଦ କଂ ବାପା ଜଣେ ବେପାରୀ ଓ ତାଙ୍କ ମା ଶାନ୍ତି ସୁଦ ଜଣେ ଅଧ୍ୟାପିକା ତାଂକର ଦୁଇ ଭଉଣୀ ମଧ୍ୟ ଅଛନ୍ତି ୧୯୭୩ ମସିହା ଜୁଲାଇ ୩୦ ତାରିଖରେ ମୋଗା, ଲୁଧିୟାନା, ପଂଜାବ ରେ ଜନ୍ମ ଗ୍ରହଣ କରିଥିଲେ ସୋନୁସୁଦ। ସୋନୁସୁଦ ବିବାହିତ ଓ ତାକଂ ପତ୍ନୀ କଂ ନାମ ସୋନାଲି ତାକଂର ପୁଅ ଟିଏ ମଧ୍ୟ ଅଛି ଯାହାର ନାମ ଇସାଂତ। ସୋନୁସୁଦ ସିନେମା ଜଗତ କୁ ଆସିବେ ବୋଲି ତାଙ୍କ ର ଧାରଣା ନଥିଲା ସେ ନାଗପୁର ରୁ ୟାସବଂନ୍ତରୋ ଚୌହାନ ଇଂଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ରେ ଇଂଜିନିୟରିଂ ଡିଗ୍ରି ହାସଲ କରିଛନ୍ତି ମାତ୍ର ତାଂକର ବଳିଷ୍ଠ ଚେହେରା ଯାହାକି ୬ ଫୁଟ ୨ ଇଂଚ ଉଚ୍ଚତା ବିଶିଷ୍ଟ ଅଟେ ଏହା ଦେଖି ତାଙ୍କୁ ତାଙ୍କ ର ସାଗଂସାଥି ମଡେଂଲି କରିବାକୁ କହିଥିଲେ ଓ ଧିରେ ଧିରେ ସେ ସିନେମା ଜଗତରେ ପାଦ ରଖିଥିଲେ।

ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡି ଭାଷାରେ ରେ ଅନେକ ଚଳଚିତ୍ର କରିଛନ୍ତି ସୋନୁସୁଦ। ଚଳଚିତ୍ର ଜଗତରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଏପରିକି ଫିଲ୍ମ ଫେୟାର ଆୱାର୍ଡ ଠାରୁ ସହିଦ ଏ ଆଜମ, ଆଇଫା ଆୱାର୍ଡ ମଧ୍ୟ ପାଇଛନ୍ତି ସୋନୁସୁଦ ହିନ୍ଦି ଚଳଚିତ୍ର ମଧ୍ୟରେ ଆଶିକ ବନାୟା ଆପନେ ଓ ହାପି ନିୟୁ ଇୟର ଭଳି ଚଳଚିତ୍ର ମାଧ୍ୟମରେ ନିଜକୁ ପରିଚିତ କରିପାରିଥିଲେ।

ମାତ୍ର ଆଜି ସୋନୁ ସୁଦ କଂୁ ଲୋକେ କହୁଛନ୍ତି ସତସତିକା ହିରୋ ବା ଦେବଦୁତ କାରଣ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ମାନେ ଯେତେବେଳେ ଅନ୍ୟ ରାଜ୍ୟ ରେ ଫସିରହିଥିଲେ ନିଜ ଜନ୍ମ ମାଟିକୁ ଆସିବା ପାଇଁ ଗୁହାରୀ କରୁଥିଲେ ଠିକ ସେହି ସମୟରେ ସାହାଯ୍ୟ ର ହାତ ବଢାଇଲେ ସୋନୁସୁଦ ବିଭିନ୍ନ ଜାଗାରୁ ପ୍ରବାସୀ ଶ୍ରମିକ ମାନକୁଂ ତାକଂ ଗାଁ କୁ ଫେରାଇ ଆଣିବା କୁ ସାହାଯ୍ୟ ର ହାତ ବଢାଇଲେ ଓ ଏଥିପାଇଁ ନିଜର ଏକ ହୱାଟସପ ନମ୍ବର ଜାରୀ କରିଥିଲେ ବିଭିନ୍ନ ପ୍ରାନ୍ତରୁ ଲୋକେ ତାଙ୍କୁ ସାହାଯ୍ୟ ମାଗିଥିଲେ ଓ ସୋନୁସୁଦ ଏହାକୁ ପୁରା ମଧ୍ୟ କଲେ

କିଛିଦିନ ତଳେ ଆମ ଓଡିଶାର ୧୭୭ ଜଣ ଓଡିଆ ଭଉଣୀ ଯୋଉମାନେ କି କେରଳର ଏକ ଘରୋଇ ଉଦ୍ୟୋଗରେ କାମ କରୁଥିଲେ ମାତ୍ର ଲକଡାଉନ ଯୋଗୁଁ ସେମାନେ ନିଜ ଗାଁ କୁ ଫେରିବା ପାଇଁ ସୋନୁ କଂୁ ଅନୁରୋଧ କରିଥିଲେ ଏହା ଶୁଣି ତତ୍ କ୍ଷଣ ସେଠାରୁ ଏକ ଘରୋଇ ବିମାନ ରେ ଭୁବନେଶ୍ବର ଆଣିବାର ବନ୍ଦୋବସ୍ତ କରିଥିଲେ। ଆଉ ଜଣେ ସାହାଯ୍ୟ ପାଇଥିବା ପ୍ରବାସୀ ଶ୍ରମିକ ତ ତାକଂୁ ଭଗବାନଙ୍କ ପୂଜାଘରେ ରଖି ପୂଜା କରିଛନ୍ତି। ଏହା ସମସ୍ତ ଗଣମାଧ୍ୟମ ରେ ପ୍ରଚାର ହେଲାପରେ ହିନ୍ଦି ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନ ଭି ତାକଂୁ ଅନୁସରଣ କରିବା ଦେଖିବାକୁ ମିଳିଛି।

ଆଜିର ଯୁଗରେ ଏହିଭଳି ସମାଜସେବୀ ଓ ଦେଶପ୍ରେମୀ କୁଂ ପ୍ରଶଂସା କରିବା କୁ ବାଲୁଗାଁ ଖବର TV ଏକ ବିଶେଷ ପ୍ରୟାସ କରିଛି ମାତ୍ର କାରଣ ଏହାଦ୍ୱାରା ଅନ୍ୟ ମାନେ ମଧ୍ୟ ନିଜ ନିଜର ସାମର୍ଥ୍ୟ ମତେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର।

ଆମ ପୋର୍ଟାଲ ଟି ଯଦି ଆପଣଙ୍କୁ ଭଲ ଲାଗିଲା ତ ଟିକେ Like, Share କରିଦେବେ କାରଣ ଆଗକୁ ଏହି ଭଳି ଲେଖିବାକୁ ଆପଣଙ୍କ ଭଲପାଇବା ପ୍ରେରଣା ଦବ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started