
ବାଲୁଗାଁ ଖବର ଟିଭି ୦୨/୦୫ କେନ୍ଦ୍ରପଡା ଖବର ସୁରସେନ ଧଳ କଂ ରିପୋର୍ଟ।
ଲକଡାଉନ ୫. ୦ ରେ ପ୍ରଥମ ପର୍ଯ୍ୟାୟ ରେ କଟକଣା ନିତୀରେ ସରକାର ଅନେକ କୋହଳ କରିଛନ୍ତି । ଏହି କୋହଳର ଖବର ପାଇ ଲୋକେ ପୁଣି ହାଟ ବଜାରରେ ଭିଡ ଲଗାଇଲେଣି । ରହୁନି ସମାଜିକ ଦୂରତ୍ବ । ମୁହଁରୁ ଖୋଲି ଦେଲେଣି ମାକ୍ସ । ଲୋକ ମାନଙ୍କର ଏପରି କାରବାର ପୁଣି କରୋନା ମହାମାରୀ କୁ ନିମନ୍ତ୍ରଣ କରିପାରେ।
ଏଭଳି ସ୍ଥିତିରେ ଜନ ସଚେତନତାର ଆବଶ୍ୟକତା ଅନୁଭବ କରି ରାଜରାସ୍ତାକୁ ଓହ୍ଲାଇ ଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୂଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ହାତରେ ଡାକବାଜି ଯନ୍ତ୍ର ସାଗଂରେ ପୋଲିସ ବାହିନୀ ଧରି ଲୋକକୁଂ ସଚେତନତାର ବାର୍ତ୍ତା ଦେଉଛନ୍ତି

ପୋଲିସ ଗାଡିରୁ ଓହ୍ଲାଇ ହାତରେ ଡାକବାଜି ଯନ୍ତ୍ରଧରି ନିଜେ କରୋନା ସଚେତନତାର ପ୍ରଚାର ପ୍ରସାରରେ ଲାଗିଛନ୍ତି ଥାନା ଅଧିକାରୀ । ତିନି ଫୁଟର ସାମାଜିକ ଦୂରତ୍ବ ବଜାୟ ରଖିବା । ମାକ୍ସ ବ୍ୟବହାର କରିବା । ପାନଛେପ କି ଗୁଟଖା ଛେପ ବାହାରେ ନଫିଙ୍ଗିବା । ହାଟରେ ବାହାରେ ବସୁଥିବା ବ୍ୟବସାୟୀମାନେ ୧୦ ଫୁଟ ଦୂରତ୍ବ ବଜାୟ ରଖିବାକୁ ନିବେଦନ କରିଛନ୍ତି ।

ଯଦି କେହି ବିନା ମାକ୍ସରେ ବାହାରେ ବୁଲିବାର ହାବୁଡରେ ପଡନ୍ତି ତେବେ ତାଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ତାଗିଦ୍ କରିଛନ୍ତି । ଏହାଛଡା ଯଦି କେହି ବାହାରେ ପାନଛେପ କିମ୍ବା ଗୁଟଖା ଛେପ ଫିଙ୍ଗିବାର ଧରାପଡନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ପ୍ରଥମ ଓ ଦ୍ବିତୀୟ ଥର ପାଇଁ ଦେବାକୁ ହେବ । ତୃତୀୟ ଥର ଧରାପଡିଲେ ଜରିମାନାର ପରିମାଣ ୧୦୦୦ ଦେବାକୁ ପଡିବ। ଘରେ ଓ ବାହାରେ ସରକାରଙ୍କର କୋଭିଡ ନିୟମକୁ ନମାନିଲେ ପୁଣି ଯେ କରୋନା ମାଡି ନବସିବ ତାହା କିଏ କହିପାରିବ ଥାନା ବାବୁଙ୍କର ଏହି ପଦକ୍ଷେପ ଏବେ ସାରା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚିା ର ପରିସର ଭୁକ୍ତ ହୋଇଛି।

ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ବର ମାସରେ ଏଭଳିି ଏକ କାର୍ଯ୍ୟ କରି ଗଣମାଧ୍ୟମ ରେ ଚର୍ଚା କୁ ଆସିଥିଲେ ସେତେବେଳେ ସେ ସଡକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନା ପହଁଚାଇ ତାକଂର ଜୀବନ ବଚେଂଇଥିଲେ ଆଉ ଏବେ ଏଭଳି ପଦକ୍ଷେପ ପାଇଁ ଓ ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ ଆଜି ପୁଣି ଚର୍ଚ୍ଚାରେ ଏଭଳି ପୋଲିସ ଅଫିସର କଂ ପାଇଁ ଆମ ରାଜ୍ୟ ଆଜି ଗର୍ବିତ।
ଯଦି ଆପଣ କୁଂ ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।