
ବାଲୁଗାଁ ଖବର TV ୩୧/୦୫ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯୋଗ ର ମାହାତ୍ମ୍ୟ ବୁଝାଇ କହିଲେ ଯୋଗ ଦ୍ୱାରା ମନୁଷ୍ୟ ଏ କରୋନା ମହାମାରୀ ସଂକଟ ସମୟରେ କିପରି ନିଜର ରେଷପିରୋଟାରି ସିଷ୍ଟମ କୁ ନିରୋଗ ରଖିପାରିବ।
ଦେଶ ବିଦେଶରେ ତାକୁଂ ଅନେକ ନେତା ଯୋଗ ଓ ଆୟୁର୍ବେଦ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଜିର ଯୁଗରେ ଲୋକଙ୍କ ଯୋଗ ପ୍ରତି ଆଗ୍ରହ ବଢିଛି ଆଦୌଂ ଯୋଗ ଆସୁନଥିବା ଲୋକ ମଧ୍ୟ ଯେ କୌଣସି ମାଧ୍ୟମରେ ଏପରିକି ଅନଲାଇନ ଭିଡିଓ ଦେଖି ମଧ୍ୟ ଯୋଗ କରୁଛନ୍ତି

ଲୋକଙ୍କ ମନରେ ଯୋଗର ଆଗ୍ରହକୁ ଅଧିକ ବଢାଇବା ପାଇଁ ଆୟୁଷ୍ ମନ୍ତ୍ରାଳୟ ପକ୍ଷରୁ ‘My Life, My Yoga’ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍ ପୋଷ୍ଟ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହେଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ଭିଡିଓରେ ଆପଣଙ୍କୁ ଯୋଗ, ଆସନର ମୂଦ୍ରା ଦେଖାଇବା ସହ ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡ଼ିବ ।
ଯଦି ଆପଣଙ୍କୁ ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।