Categories
media

ବାଣପୁର କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ


ବାଣପୁର ୩୦/୦୫ ବାଣପୁର ,ଖୋର୍ଧା ) ବାଲୁଗାଁ ଖବର TV ବାଣପୁର ରୁ ପବିତ୍ର ପ୍ରଧାନ କଂ ରିପୋର୍ଟ

ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

କଲେଜ୍ ଛକର ମୁଖ୍ଯରାସ୍ତାର ଦୁଇ ପାର୍ଶ୍ଵ ରୁ ରଞ୍ଜନ ଦାସଙ୍କ ଘର ପର୍ଯ୍ୟନ୍ତ।

ପୂର୍ବ ଦିଗରେ ସତ୍ୟ ନାରାୟଣ ମୁଦୁଲିଙ୍କ ଘର ଠାରୁ ପଶ୍ଚିମ ଦିଗରେ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ୍ ପର୍ଯ୍ୟନ୍ତ।

ଉତ୍ତରରେ ସୁଶାନ୍ତ ରଥଙ୍କ ଘର ଠାରୁ ଦକ୍ଷିଣରେ ତ୍ରିନାଥ ସାହୁ ଙ୍କ ଘର ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି।

ଏହିପରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଏନ୍ଏସି ଅଫିସ୍ ରାସ୍ତା ସହ ପ୍ରକାଶ ମେଡିକାଲ୍ ଷ୍ଟୋର ଓ ସେଠାରେ ଥିବା ନିକଟସ୍ଥ ମାର୍କେଟ କମ୍ପଲେକ୍ସ ଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ପରିଚିହ୍ନିତ କରଯାଇଛି।

ପରିଚିହ୍ନିତ ହୋଇ ଥିବା ଅଞ୍ଚଳରେ କୌଣସି ଜନସାଧାରଣଙ୍କୁ ଯାତାୟାତ ଅନୁମତି ଦିଆ ଯିବ ନାହିଁ ଏବଂ ସେଠାରେ ଥିବା ସମସ୍ତ ଅଧିବାସୀଙ୍କୁ ଘରେ ରହି ବାକୁ ପରାମର୍ଶ ଦିଆ ଯାଇଛି। ସେଠାରେ ଥିବା ସମସ୍ତ ଦୋକାନ ବଜାର ଗୁଡ଼ିକ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆ ଯିବ। ଏଥି ପାଇଁ ନିଯୁକ୍ତ ନୋଡାଲ ଅଫିସର୍ ମାନେ କାର୍ଯ୍ୟ କରିବେ।

ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଏହି ଅଞ୍ଚଳ ରେ କଣ୍ଟେନମେଣ୍ଟ ଅବଧି ଆଜି ସନ୍ଧ୍ୟା ୭ ଟା ଠାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ ଘଟିକା ଯାଏଁ ବଳବତ୍ତର ରହିବ।

ଉକ୍ତ କଣ୍ଟେନମେଣ୍ଟ ଜୋନ ରେ ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ୱାବ ଟେଷ୍ଟ କରିବା, ଆର.ଆର.ଟି ଟିମ ସର୍ଭେ, ସାନିଟାଇଜେସନ,କଣ୍ଟାକ୍ଟ ଟ୍ରେସିଂ, ଘର ଠୁ ଘର ସର୍ଭେ ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଡା. ଧୂରଜଟି ପ୍ରସାଦ ମହାପାତ୍ର (ସୁପରିଟେଣ୍ଡେଣ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର), ଶ୍ରୀମତୀ ବିଦ୍ୟୁତପ୍ରଭା ରଥ ( ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଚିଲିକା), ବିବେକାନନ୍ଦ ଦାସ (ଅଗ୍ନିଶମ ବିଭାଗ ଅଧିକାରୀ, ବାଣପୁର) ଙ୍କୁ ନୋଡାଲ ଅଫିସର ରୂପେ ନିଯୁକ୍ତି ଦିଆଯାଇଛି ଓ ଏହି ସବୁ କାର୍ଯ୍ୟକୁ ପରିଚାଳନା କରିବେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ ସ୍ୱାଇଁ।ଅଗ୍ନିଶମ ବିଭାଗ ଦ୍ବାରା ବାଣପୁର ଅଂଚଳ କୁ ସାନିଟ୍ରାଇଜ କରାଯାଇଛି।

ଆମ ପୋର୍ଟାଲ ଟି ଭଲ ଲାଗିଲା ଟିକେ Like, Share କରିଦେବେ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started