Categories
media

ବାଣପୁର ରେ ଦି ବ୍ଲଡ଼ ଡ୍ଡୋନର୍ସ ଓଡିଶା ଆୟୋଜିତ କଲା କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ।


ବାଲୁଗାଁ ଖବର TV : ବାଣପୁର ୨୮/୦୫ ବାଣପୁର ରୁ ପବିତ୍ର ପ୍ରଧାନ କଂ ରିପୋର୍ଟ ଦି ବ୍ଲଡ଼ ଡୋନର୍ସ ଓଡ଼ିଶା ତରଫରୁ ରଂଜନ ମହାପାତ୍ର କଂ ଉଦ୍ୟମରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ଏକ ଛୋଟିଆ ସଭାର ଆୟୋଜନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ରଞ୍ଜନ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ବ କରିବା ସହ କରୋନା ମହାମାରୀ ସମୟରେ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ନିଜ ପରିବାରକୁ ଭୁଲି ଜନସାଧାରଣଙ୍କୁ ବଞ୍ଚାଇଛନ୍ତି

ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଦି ବ୍ଲଡ଼ ଡୋନର୍ସ ଓଡିଶା

ତାଙ୍କର ଋଣ ଆମେ ସୁଝି ପାରିବା ନାହିଁ କିନ୍ତୁ ତାଙ୍କର ଏ ମହାନ କାମ ପାଇଁ ଟିକିଏ ଧନ୍ୟବାଦ ଦେଇ ପାରିବା ବୋଲି କହିଥିଲେ । ଶ୍ରୀଯୁକ୍ତ ବିନୟ ଭୂଷଣ ମିଶ୍ର ଦି ବ୍ଲଡ଼ ଡୋନରସ ଓଡିଶା ,ସଂପାଦକ କହିଥିଲେ ଆମେ ଚେଷ୍ଟା କରୁଛୁ ଓ ଆମର ପ୍ରୟାସ ଜାରି ରହିବ ରାଜ୍ୟ ର ଅନାନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରିବୁ ।ଗାଲୁଆ ପଞ୍ଚାୟତର ସରପଞ୍ଚ ରୋଜାଲିନ ସାମନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ପ୍ରଧାନ, ୱାର୍ଡ ମେମ୍ବର ଦୁର୍ଗା ଶଙ୍କର ବେହେରା ଓ ବିରଞ୍ଚି ଘଡାଇ, ଚିନ୍ତାମଣି ଘଡାଇ, ଛାୟାକାନ୍ତ ଲେଙ୍କା, ସଞ୍ଜୟ କୁମାର ଜେନାଙ୍କୁ ପୁଷ୍ପ ଚନ୍ଦନ, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

ଏହା ସହ ବାଣପୁର ଅଗ୍ନିଶମ ବିଭାଗର ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଡାକ୍ତରଖାନାର ଅଧିକାରୀ ଧୂର୍ଯଟି ପ୍ରସାଦ ମହାପାତ୍ର, ବାଣପୁର ଏନ୍.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ମଧ୍ୟ  ପୁଷ୍ପ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରେ ଚିଲିକା ରିପୋଟର୍ସ ଆସୋସିଏସନର ସାମ୍ବାଦିକମାନଙ୍କୁ ସମ୍ମାନୀତ କରାଯାଇଥିଲା।

ଆମ ପୋର୍ଟାଲ ଟି ଯଦି ଆପଣ କୁ ଭଲ ଲାଗିଲା ତ ଟିକେ like, share କରିଦେବେ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started