Categories
media

ସବୁଦିନ ପାଇଁ ବନ୍ଦ ହେଲା ବାଲୁଗାଁ ବାଣପୁର କୁ ସଂଯୋଗ କରୁଥିବା ରେଳଫାଟକ।


ବାଲୁଗାଁ ଖବର, ବାଲୁଗାଁ, ଖୋର୍ଦ୍ଧା ୨୬/୦୫ ବାଲୁଗାଁ ଅଞ୍ଚଳର ରେଳଫାଟକଟିକୁ ସବୁ ଦିନ ପାଇଁ ବନ୍ଦ କରିବ ଖୋର୍ଧା ରେଳ ଡିଭିଜନ ଏହାର ସୁଚନା ମିଳିବା ପରେ ବାଲୁଗାଁ ଓ ବାଣପୁର ଅଂଚଳ ର ଲୋକକଂ ମନରେ ଜନ ଅସନ୍ତୋଷ ଦେଖାଦେଇଛି ଗତକାଲି ଏ ନେଇ ବାଲୁଗାଁ ଅଞ୍ଚଳର ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ରଂଜିତ କୁମାର ସାହୁ, ପ୍ରସାଦ ପ୍ରଧାନ, ଗଣେଶ ପ୍ରଧାନ, ପ୍ରଦୀପ ପ୍ରହରାଜ, ସୁଧାଂସୁ ଶେଖର ପରିଡା, ରମେଶ ସାହୁ, ପବିତ୍ର ପ୍ରଧାନ ଓ ଲକ୍ଷ୍ମୀଧର ମହାପାତ୍ର ଆଦି ବ୍ୟକ୍ତି କଂ ସହ ଆଖପାଖ ଅଞ୍ଚଳର ସାଧାରଣ ଜନତା ଏ ନେଇ ରେଳ କର୍ତ୍ତୃପକ୍ଷ କଂୁ ପଚାରିବାରୁ ବାଲୁଗାଁ ରେଳ ପୁର୍ବାଚଂଳ ଅତିରିକ୍ତ ବିଭାଗୀୟ ଯନ୍ତ୍ରୀ ଅଧିବେଶ ପାଶୱାନ କହିଲେ ଏହା ପୁର୍ବ ରୁ ଜିଲ୍ଲାପାଳ କଂ ଠାରୁ ୩ମାସ ପୁର୍ବ ରୁ ଅନୁମତି ପାଇସାରିଛନ୍ତି ଯେ କୌଣସି ସମୟରେ ସେ ଫାଟକ ରାସ୍ତା କୁ ବନ୍ଦ କରିପାରନ୍ତି।

ଏ ନେଇ ଗତକାଲି ଅପରାହ୍ନରେ ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ଓ ଅନାନ୍ୟ ସାଧାରଣ ଜନତା ବାଲୁଗାଁ ରେଳ କର୍ତ୍ତୃପକ୍ଷ ଓ ରେଳ ସୁରକ୍ଷା ବଳ ଅଧିକାରୀ କଂ ସହ ଆଲୋଚନା କରିଥିଲେ ସାଧାରଣ ଜନତା ଏ ରାସ୍ତା ଉପରେ ପ୍ରାୟ ୭ ରୁ ୮ ଟି ଗ୍ରାମ ଓ ୮ ହଜାର ରୁ ୧୦ ହଜାର ଲୋକ ନିତିଦିନ ଯା ଆସ କରନ୍ତି ଓ ନିର୍ଭର ମଧ୍ୟ କାରଣ ଅନ୍ୟ ଏକ ରାସ୍ତା ଓଭରବ୍ରିଜ ଯାହା ର ନିର୍ମାଣ ର ଡେଡଲାଇନ କେବେ ଠୁ ପାର ହେବାଯୋଗୁଁ ଏହାକୁ ଗତବର୍ଷ ଅଗଷ୍ଟ ମାସରେ ସାଧାରଣ ରେ ଯାତାୟତ ପାଇଁ ତରବରିଆ ଭାବେ ଖୋଲି ଦିଆଗଲା ମାତ୍ର ଏ ପର୍ଯ୍ୟନ୍ତ ତାର ଆଲୋକି କରଣ ହୋଇପାରିନାହିଁ ଏହାଦ୍ୱାରା ବିଭିନ୍ନ ଦୁର୍ଘଟଣା ନ ଘଟିବ ବୋଲି ଏଡାଇ ହେବନି ଓ ଅନ୍ୟ ସମସ୍ୟା ଟି ହେଲା ଏହାଦ୍ୱାରା ଲୋକ ମାନଙ୍କୁ ଅଯଥା ବୁଲାଣି ବୁଲି ଆସିବାକୁ ପଡିବ ଯାହାକି ଟ୍ରାଫିକ ବ୍ୟବସ୍ଥା ର ସୁବିଧା ନ ଥିବାରୁ ଦୁର୍ଘଟଣା ର ଅଧିକ ଭୟ ରହୁଛି।

ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ଓ ଆଖପାଖ ଅଞ୍ଚଳର ଲୋକେ ଦସ୍ତଖତ ସହ ନିଜର ଦାବି ଉପସ୍ଥାପନ କରିବାରୁ ପରିଶେଷରେ ବିଭାଗୀୟ ରେଳ କର୍ତ୍ତୃପକ୍ଷ ମାତ୍ର ୧ ମିଟର ପ୍ରସସ୍ଥ ରାସ୍ତା କେବଳ ଚଲାପଥ ଛାଡିବାକୁ ରାଜି ହୋଇଥିଲେ।

ଏହି ଭଳି ପୋଷ୍ଟ ଆମ ପୋର୍ଟାଲ ରେ ଜାଣିବାକୁ ଚାହିୁଁଥିଲେ ଆମ ପୋର୍ଟାଲ କୁ Like, Share କରନ୍ତୁ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started