ପୁଣି କୱାରେଣ୍ଟିନ ନିୟମ ବଦଳାଇଲେ ରାଜ୍ୟ ସରକାର

ବାଲୁଗାଁ ଖବର TV ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ପବିତ୍ର ପ୍ରଧାନ କଂ ରିପୋର୍ଟ : ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ କୱାରେଣ୍ଟିନ ର୍ ନିୟମ ପରିବର୍ତ୍ତନ କରିବାକୁ ସ୍ଥିର କରଛନ୍ତି ରାଜ୍ୟ ସରକାର । ପ୍ରବାସୀ ମାନେ ଏବେ ୨୧ ଦିନ ପରିବର୍ତ୍ତେ ୧୪ ଦିନ କୱାରେଣ୍ଟାଇନ୍ରେ ରହିବେ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଲକଡାଉନ ୪. ୦ ସମୟରେ ରାଜ୍ୟ ସରକାର କରିଥିବା କଟକଣା କୋହଳ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ବାହାରୁ ଓଡିଶାକୁ ଫେରୁଥିବା ଲୋକଙ୍କ ପାଇଁ ଗ୍ରାମାଞ୍ଚଳରେ ୭ ଦିନ ସରକାରୀ କୱାାରେଣ୍ଟାଇନ୍ ବାଧ୍ୟତାମୂଳକ। ଲକ୍ଷଣ ନ ଥିଲେ ଆଉ ୭ ଦିନ ଘରେ କୱାରେଣ୍ଟାଇନ୍ରେ ରହିବେ। ୩ ଦିନ ଭିତରେ ରାଜ୍ୟ ବାହାରକୁ ଯାଇ ଫେରିଲେ ନିୟମ ଲାଗୁ ହେବନି । କର୍ତ୍ତୃପକ୍ଷ ଆବଶ୍ୟକ ପଡିଲେ କୱାରେଣ୍ଟାଇନ୍ ଅବଧି ବଢ଼ାଇବେ। ସରପଞ୍ଚ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏଥିପ୍ରତି ନଜର ରଖିବା ପାଇଁ କହିଛନ୍ତି।

ଶ୍ରୀ ପ୍ରଦୀପ ଜେନା କହିଲେ ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅବସ୍ଥା ରେ ଅଛି ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍ଥିତି ଚିନ୍ତାଜନକ ନୁହେଁ। ବାହାର ରାଜ୍ୟରୁ ଆସିବା ପୂର୍ବରୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପୁର୍ବରୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ସୂଚନା ହେଲା ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଅଧିକ ପ୍ରବାସୀ ଆସୁଛନ୍ତି। ଆଜି ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସିବେ ଓ ସେମାନେ ବିନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆଗୁଆ ଜଣାଇବା ଉଚିତ। ଏହାଦ୍ଵାରା ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇପାରିବ। ବିନା ସୁଚନା ରେ ଆସୁଥିବା ପ୍ରବାସୀ ମାନକଂ ପାଇଁ ତଣ୍ଡ ବିଧାନ ହୋଇପାରେ।
ଶ୍ରୀ ପ୍ରଦୀପ ଜେନା କହିଲେ ରାଜ୍ୟରେ ଆସନ୍ତାକାଲିଠାରୁ ବସ୍, ଟ୍ୟାକ୍ସି, ଅଟୋ ଆଦି ଯାନବାହାନ ସହିତ ଅନ୍ତଃ ଜିଲ୍ଲା ତଥା ସହର ମଧ୍ୟରେ ସିଟିବସ୍ ଚଳାଚଳ କରିବ। ମାତ୍ର ବସ ମାଲିକ ସଂଘ ସଭାପତି କହିଛନ୍ତି ଆସନ୍ତା କାଲି ଠାରୁ ବସ ଚାଲିବା ସମ୍ଭବ ନୁହେଁ କାରଣ ତାକଂ ପାଖେ ବର୍ତମାନ ବସ ଚାଳକ ଓ ହେଲପର ର ଉପଯୁକ୍ତ ପରିମାଣର ନାହାନ୍ତି ସେଥିପାଇଁ ସମୟ ଲାଗିବ ମାତ୍ର ୪ ଚକିଆ ଓ ୩ ଚକିଆ ଯାନରେ ଚାଳକଙ୍କ ଛଡ଼ା ଆଉ୨ ଯାତ୍ରୀ ଯାଇପାରିବେ।ଯଦି ବସ ଚାଲେ ତେବେ ବସ୍ରେ ଯେତିକି ସଂଖ୍ୟା ସିଟ୍ ଥିବ ସେତିକି ଯାତ୍ରୀ ଯିବେ।କେହି ଯାତ୍ରୀ ଛିଡା ହୋଇ ଯିବେନାହିଁ ସମସ୍ତ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଯଦି ଆମ ପୋର୍ଟାଲ ଟି ଆପଣାକୁ ଭଲ ଲାଗିଲା ତ ଟିକେ Like, share କରିଦେବେ।