

୧୮/୦୫ ବାଲୁଗାଁ ଖବର , ବାଲୁଗାଁ ରୁ ପବିତ୍ର ପ୍ରଧାନ
ଗତକାଲି ଆମ ଟିମ ତାରିଣୀ ମହାରଣା ନାମକ ବ୍ୟକ୍ତିଙ୍କୁ ଭେଟିଥିଲୁ ବାଲୁଗାଁ ଉମାମହେଶୱର ମନ୍ଦିର ନିକଟ ବେଲପଡା ରାସ୍ତା ରେ ତାରିଣୀ କଂ ଘର ଗତକାଲି ତାରିଣୀ ମହାରଣା ଓ ତାକଂ ପତ୍ନୀ ମଲ୍ଲୀ ମହାରଣା କଂ କଥାନୁସାରେ ତାରିଣୀ ତାର ଭୋର ସକାଳୁ ବାଗାଂଲୋର ରୁ ଟ୍ରେନ ଯୋଗେ ଆସି ଖୋର୍ଧା ରେଳ ଷ୍ଟେସନ ଠାରେ ଓହ୍ଲାଇ ଥିଲେ ସେଠାରୁ ସେ ଅନ୍ୟ ସାଥୀ ମାନକଂ ସହ ଏକ ବସ ଯୋଗେ ବାଲୁଗାଁ ବାଇପାସ ଅର୍ଥାତ ପଦନପୁର ନିକଟରେ ଓହ୍ଲାଇ ଥିଲେ ସାଥୀମାନେ ସେମାନକଂ ଗାଁ ରୁ ଆସିଥିବା ଗାଡିରେ ଚାଲିଗଲେ ମାତ୍ର ତାରିଣୀ କୁ ନେବା ପାଇଁ ବାଲୁଗାଁ ଅଞ୍ଚଳର କର୍ମକର୍ତା କେହି ଯାଇନଥିଲେ ସେଶରେ ବହୁତ ସମୟ ଅପେକ୍ଷା କରି ତାରିଣୀ ନିଜ ଘର ଅଭିମୁଖେ ବାହାରିଥିଲେ।

ମାତ୍ର ତାକଂ ପତ୍ନୀ ମଲ୍ଲୀ ମହାରଣା ଏଥିପାଇଁ ସଜାଗ ହୋଇ ଓ #covid19 ର ନିୟମ ଅନୁଯାୟୀ ତାକଂଠାରୁ ସାମାଜିକ ଦୂରତା ରଖିଥିଲେ ଓ ଅଗଂନବାରୀ ସେଣ୍ଟର ରେ ଜଣାଇଥିଲେ ମାତ୍ର ସେ କହିଥିଲେ ତୁମେ NAC କୁ ଜଣାଅ ମାତ୍ର ବାଲୁଗାଁ ବିଗଂପିତ ଅଂଚଳ ପରିଷଦ ରେ ଡିଲର କିଏ ଜଣେ ଥିଲେ ସେ କହିଲେ ତୁମେ ଥାନାକୁ ଜଣାଅ ଗରିବ ଲୋକ ଥାନା ନା ଶୁଣି ଡରି ଭୟବିତ ଓ ବୁଧିଶୁନ୍ୟ ହୋଇ ଘରକୁ ଫେରି ଆସିଲେ ସେଠାରେ ଆମର ସାମ୍ବାଦିକ ଭାଇ ମାନେ ଓ ସମାଜସେବୀ ପ୍ରଷାଦ ପ୍ରଧାନ ମହୋଦୟ ଓ ହାପି ସାହୁ ତାକଂୁ ସାହସ ଓ ସାନତୱନା ଓ ସଚେତନ କରି ଦୁରତା ବଜାୟ ରଖି କିଛି ଜଳଖିଆ ଖାଇବାକୁ ଦେଇଥିଲେ। ଏଠାରେ ଆମର ପ୍ରଶ୍ନ ସବୁ ନିଜ କାନ୍ଧ ଉପରୁ ଦାୟିତ୍ୱ ର ବୋଝ ଓହ୍ଲାଇ ଦେଉଛନ୍ତି ତ ସରକାର ଏମାନକଂୁ କଣ ପାଈଁ ଦରମା ଦେଇ ରଖିଛି ଆମରି କର ପଇସାରେ ଯଦି ଏମାନକୁଂ ଦରମା ମିଳୁଛି ତ ଏମାନେ ଆମପାଇଁ କାମ କରିବା ଦରକାର ନ ହେଲେ ଏ ମାନକଂ ତୁରନ୍ତ କାର୍ଯ୍ୟାରୁ ନିଲମ୍ବନ କରିବା ଦରକାର। ତଥାପି ତାରିଣୀ କଥା ବୁଝିଲେନି କେହି ଆସିଲାନି କୌଣସି ଗାଡି ନା ଆସିଲେ କୌଣସି ପଦାଧିକାରୀ। ଶେଷରେ ବାଲୁଗାଁ ସଚେତନ ନାଗରିକ ମଞ୍ଚ ର କର୍ମୀ ଓ ସମାଜସେବୀ ପ୍ରଷାଦ ପ୍ରଧାନ ଆମର ବଡଭାଇ ତୁଲ୍ୟ ଓ ହାପି ସାହୁ ଆମର ସାନଭାଇ ଏ ଦୁଇ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ରେ ବାଲୁଗାଁ ମହାବିଦ୍ୟାଳୟ ଠାରେ Covid 19 କୱାରେଣ୍ଟିନ ସେଣ୍ଟର ଯାଇଥିଲେ। ଶେଷ ଦୂରଷୟଟି ଦେଖିଲେ ଲାଗୁଛି ଏବେ ବି ମଣିଷପଣିଆ ବଚିଂଛି ହେଲେ ଗରିବ ଲୋକ ପାଇଁ କେବଳ ପୋଷ୍ଟର ରେ ସରକାର ଯୋଜନା ହେଲେ ଯେଉଁମାନେ ସରକାରୀ ଯୋଜନା ସବୁ ଚଳୁ କରିବେ ଓ ଗରିବ ର ହକ ରୁ ଲୁଟି ଖାଇବେ ସେମାନେ କୁଆଡ଼େ ଗଲେ କାରଣ ସେ ନିଜକୁ ସରକାର କଂ ବଡପୁଅ ମନେକରନ୍ତି।

ଭୁଲ ଠିକର ବିଚାର ଆପଣ କରିବେ ଯଦି ଆମ ପୋର୍ଟାଲ ଟି ଭଲ ଲାଗେ ତ ଟିକେ like, share କରିଦେବେ।
ଆପଣକଂ ସହ କଥାହେବା ଆସନ୍ତା ପୋର୍ଟାଲ ରେ ଜୟ ଜଗନ୍ନାଥ।
